—(( ଦିହି କୁରୁକ୍ଷେତ୍ର ))—

କୃଷ୍ଣ କହେଲେ ଶୁନ୍‌ ଅର୍‌ଜୁନ୍‌
ଦିହି କୁରୁକ୍ଷେତ୍ର ଚଉଦ ଯୁଣ୍‌
ଚଉଦ ଯୁଣ୍‌କେ ଚଉଦ ପାହା
ମନ୍‌ ଦେଇ ଶୁନ୍‌ କହୁଛେଁ ଯାହା
ଆତ୍‌ମା ପରମାତ୍‌ମା ଦୁହେ……
ତୁଇଁ ନର୍‌ ମୁଇଁ ନାରେନ୍‌ ବାବୁରେ
କିହେ ଆନ୍‌ ଭିନ୍‌ ନୁହେ ।

କାମ୍‌ କ୍ରୋଧ୍‌ ଲୋଭ୍‌ କଉରବ୍‌ ଦଲ୍‌
ଅନିୟେ ଅନୀତି ତାକର୍‌ ବଲ୍‌
ହିଂସା କପଟର୍‌ ଅସ୍‌ତର୍‌ ହାତେଁ
ସତ୍‌କେ ମାର୍‌ବେ ଅସଜ୍‌ ଘାତେଁ
ମୋହ ଧୃତରାଷ୍ଟ୍ର ରଜା……
ଅଧରମ୍‌ ବାଟେଁ ଶାସନ୍‌ କରୁଛେ
ଧରମ୍‌କେ ଦେବା ସଜା ।

ସତ୍‌ ଶାନ୍‌ତି ଦୟା କ୍ଷମା ଚାର୍‌ହି ଗୁନ୍‌
ପାଣ୍ଡବ୍‌ ଇମାନେ ହୁରୁଦେଁ ଶୁନ୍‌
ଗ୍ୟାନ୍‌ ବିବେକର୍‌ ହାତ୍‌ ହତିଆର୍‌
ଲଢ଼େଇର୍‌ ଲାଗିଁ ହଇଛେ ତୟାର୍‌
ଅଛନ୍‌ ମହତ୍‌ ବାଟେଁ……
ହେଥିର୍‌ ଲାଗିଁ ତ ସୁଦର୍ଶନ୍‌ ଧରି
ରହିଛେଁ ପାଣ୍ଡବ୍‌ ଥାଟେଁ ।

ଭୀଷ୍‌ମ ଦ୍ରୋଣ ସଚ୍ଚୋଟ୍‌ ନୀତି
ନିୟେ ଅନିୟେର୍‌ ଅଜବ୍‌ ରୀତି
ବଲ୍‌ କଷା କଷି ଲାଗେ ଲଢ଼େଇ
କିଏ କେତେବେଲେଁ ଦେସି ଗଡେଇ
ଜୀବ ଆର୍‌ ପରମ ଦୁଇ…..
ଧରମ୍‌ ରଖ୍‌ବାକେ ଲଢ଼େଇ ଲାଗିଛେ
ଜାନିଛୁ କି ନାଇଁ ତୁଇଁ ।

ଧରମର୍‌ ଜୟେ ପାପର୍‌ କ୍ଷୟେ
ଲଢ଼ବାକେ ନାଇଁ କର୍‌ବୁ ଭୟେ
ଜିତ୍‌ଲେଁ କର୍‌ବୁ ରାଇଜ୍‌ ଭୋଗ୍‌
ହାର୍‌ଲେଁ ମିଲ୍‌ବା ମରନ୍‌ ଯୋଗ୍‌
ସମିଆ ଯଉଛେ ଗୁଇଁ……
ପାପ୍‌ ପୁଇନର୍‌ ଲଢ଼େଇ ଲାଗିଛେ
ଦିହି କୁରୁକ୍ଷେତ୍ର ଭୁଇଁ ।

କୃଷ୍ଣ ଚନ୍ଦ୍ର ଭୋଇ
ଗନିଆଁପାଲି
ବରଗଡ଼

Leave a Reply

Your email address will not be published. Required fields are marked *

error: Content is protected !!