ଆମର୍‌ ଗାଆଁର୍‌ ଗହଲ ନାନୀ,
ମୁଡ଼େଁ ପାରିହେଇ ଚକରି ବେନି,
ଭୋଟ୍‌ ଦେଇଗଲା ଗହକି ମନେ,
ଭୋଟ୍‌ କାଗଜ୍‌ ଦେଖି ଭାବାଲା ଛନେ,
କାଁ କରି କିଏ ଦୁଖ୍‌ମନା ହେବା
ବଲିଁ ସମ୍‌କୁଁ ଭୋଟ୍‌ ଦେଇଛେ,
ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୧॥

ଆମର୍ ଗାଁ’ର୍ ବେଲାର ବୁଢ଼ୀ,
ଶୀତେଁ କାକରେଁ ହଲୁଛେ ଠୁଣି,
ଭୋଟ୍‌ ଦେଇ ଦେଇ ହେଲା ବିତ୍‌ବିତା,
କେଭେଁ ନେଇଁ ହେଲା ବାର୍ଦ୍ଧକ୍ୟ ଭତା,
ମୋର୍‌ ଭୁଟେଁ କିଏ ରଜା ହେବା ବଲିଁ
ସାଧା କଗଜ୍‌ ବାକ୍‌ସେଁ ଭରିଛେ,
ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୨॥

ଆମର୍‌ ଗାଆଁର୍‌ ଧର୍‌ମ ବଡ଼ି,
ସକାଲୁଁ ଯାଏସି କାର୍‌ତିକ୍‌ ବୁଡ଼ି,
ଅଟେଁ ଖୁଚିହେଇ କାନି ପନତ୍‌,
ଭୋଟ୍‌ କାଗଜ୍‌ ଦେଖି କେତେନି ଉସତ୍‌,
ଗାଧି ସାଏଲେଁ ପାଏନ୍‌ ଦେସିଁ ବଲିଁ
“ସୂର୍ଯ୍ୟ”ଥିଁ ଭୋଟ୍‌ ଦେଇଛେ,
ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୩॥

ଆମର୍‌ ଗାଆଁର୍‌ ଗୁଲାପୀ କାକୀ,
ବାଏଚ୍‌ କର୍‌ସନ୍‌ ନାକ୍‌କେ ଟେକି,
ଡେଗି ଡେଗି ଗଲେ ପାହା ପକେଇ,
ଭୋଟ୍‌ ଦେଇ  ଗଲେ ଏକେଲା ହେଇ,
ଆମର୍‌ ଗୁତର୍‌ ହାତୀ ଆଏ‌ ବଲିଁ
“ହାତୀ”‌ ଚିନ୍‌ହାଁଥିଁ ଦେଇଛେ,
ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୪॥

ଆମର୍‌ ଗାଆଁର୍‌ ଫୁଲ ସୁନ୍ଦୁରୀ,
ଗେଲେହି ନନୀ ସେ ନାକ୍‌ କାନ୍ଦିରି,
ଚାଖି ଚାହାନି ତାର୍‌ ଚଉଦ ଭରି,
ଭୋଟ୍‌ ଦେଇଗଲା ପହେଲା କରି,
ସବୁ ଚିନ୍‌ହାଁନୁଁ ସୁନ୍ଦର୍‌ ଦିଶୁଛେ
ବଲିଁ “ପଦମ୍‌ ଫୁଲେଁ” ଦେଇଛେ,
ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୫॥

ସ୍ୱାଧୀନ୍‌ ହେବାର୍‌ ସତୁର୍‌ ବଛର୍‌,
ଭୋଟ୍‌ ଦେଲାଁନ ବୟାଲିଶ୍‌ ଥର୍‌,
ବଢ଼େ ଗଣତନ୍ତ୍ର ବଲୁଛୁଁ ନିଜ୍‌କେ,
ଭୋଟ୍‌ ଦେଇ ନେଇଁ ଜାନୁଁ ଆଏଜ୍‌କେ,
ସ୍ୱାଧୀନ୍‌ ଦେଶ୍‌ଟା ସୁଆଦ୍‌ ହୀନ୍‌ ହେଲାନ
ନେତାତନ୍ତ୍ର ଇନ ଚାଲିଛେ,
‌ ଭୋଟ୍‌ଦିଆ କଥା କାଣା କହେମି
ନାଇଁ କହେଁ ଲାଏଜ୍‌ ଲାଗୁଛେ ॥୬॥

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!