ଯାହା ହେଉ, ଥିଲା ଥିଲା ବଢ଼େଟେ କବାର୍‌ ଉସୁରିଗଲା। ମୋର୍‌ ନୁଆଁ ଘରର୍‌ ଫ୍ଲୋରିଙ୍ଗ୍‌ କାମ୍‌ ସରିଗଲା। ମିସ୍ତ୍ରୀ ଫ୍ଲୋରିଙ୍ଗ୍‌କେ ପଲସ୍ତର୍‌ କରିସାରି ତାର୍‌ ଉପୁରେଁ ଘୋଲ୍‌ ଢାଲିକରି ମାଠି ସାରିଛେ। ଫ୍ଲୋରିଙ୍ଗ୍‌ଟା ପଏର୍‌ଛା ଚକ୍‌ଚକ୍‌ କରୁଛେ। ଫ୍ଲୋରିଙ୍ଗ୍‌କେ କିହେ ଯେନ୍‌ତା ନେଇଁ ମାଡ଼୍‌ବେ, ହେତିର୍‌ଲାଗିଁ ମୁଇଁ ଜୁଗିଥାଏଁ। ମିସ୍ତ୍ରୀପିଲାମାନେ ଭିଲ୍‌ ପଲେଇ ଗଲେନ। କେତେବେଲେଁ କେନ୍‌ଆଡ଼ୁଁ ମୋର୍‌ ମାଁ ଛିଙ୍ଗିଲି ଆଏଲା ଯେ ମୁଇଁ ସୋର୍‌ ନେଇଁ ପାଏଲିଁ। କେନ୍‌ତା ଫ୍ଲୋରିଙ୍ଗ୍‌ ହେଇଛେ ଦେଖିମି ବଲିଁ ଯେନ୍‌ତା ଘର୍‌ ଭିତର୍‌କେ ଢୁକି ବସଲା ବାଟ୍‌ମୁହେଁ ତାର୍‌ ପାହା ଲତ୍‌କଲା ବୁଡ଼ିଗଲା। ଭୁଜୁନି ଗୋଡ଼ର୍‌ ଗୁଟେ ପାହା ଚିହ୍ନା ହେଇଗଲା। ମୁଇଁ ଦେଖିକରି ରିଷିମିଥିଁ ଜଜର୍‌ମାନ୍‌। “କେନ୍‌ତା କରୁଛୁ ଗୋ ! ମାଡ଼ି ନେଲୁନ ଯେ ! ହେଟା ଆର୍‌ ବନେ ଦିଶ୍‌ବା ? ବୁଢ଼ୀ ହେଲୁନ। ବୁଧିସୁଧି ଅଛେ କି ନି।”ମୁହୁଁନୁଁ ମୋର୍‌ ବାହାରି ପଡ଼୍‌ଲା। ମୋର୍‌ ମାଁ ଗୋଡ଼୍‌ ଘିଚିକରି ଫର୍‌ କଲା ଘୁଚି ଆଏଲା। କିଛି ନେଇଁ କହେଲା। ମନ୍‌ ଭିତିରେଁ ଥନ୍‌ଥନେଇ ଗଲା ଯାହା।

       ସେ ଦିନର୍‌ କଥା ସୋର୍‌ କଲେଁ ଆଏଜ୍‌ ଭି ମୋର୍‌ ଛାତି କର୍‌ତି ହେସି।ମୋର୍‌ କାଲ୍‌ମୁହୁଁନୁଁ କାଣା ବାହାରି ପଡ଼୍‌ଲା ସତେଁ ! ମାନୁଛେଁ, ମୋର୍‌ ସପନର୍‌ ଘର୍‌ ତିଆରି ସରିଥିଲା ବଲିଁ ମନ୍‌ ଭିତିରେଁ ଉସ୍‌ନାକ୍‌ ଥିଲା। ତାହାବଲିଁ ମୋର୍‌ ମାଁ’ର୍‌ ମନ୍‌କେ ଦୁଖାମି ? ଆଗର୍‌ କଥାକେ ସୁର୍‌ତା କରି ହୁର୍‌ଗୁନି ହେଉଥିଲିଁ ଯାହା। ହେଲେଁ ମାଁ ଆରୁ ନେଇଁନ। ଖାଲି ତାର୍‌ ପାହା ଚିହ୍ନାଟେ ଅଛେ। ବାଟ୍‌ମୁହେଁ ତାର୍‌ ଆର୍‌ଗୁଟେ ପାହା ଚିହ୍ନା ଥିଲେଁ ଲଖ୍‌ମି ପାହା ବାଗିର୍‌ ଶୁଭା ପାଉଥିତା। ଘରୁଁ ବାହାରିଲେଁ ମୁଇଁ ସେ ପାହା ଚିହ୍ନାର୍‌ ଧୁଏଲ୍‌ ମାଖିକରିଁ ବାହାରୁଥିତିଁ। ଦିନ୍‌ଟା ମୋର୍‌ ସୁଖେଁ କଟୁଥିତା।

       ମୁଇଁ ଛୁଆଟେ ଥିଲିଁ ବେଲେଁ ଆମର୍‌ ଦୁଇ ବଖରା ମାଟିର୍‌ ଢବାଘର୍‌ ଆରୁ ପର୍‌ଛିକେ ମୋର୍‌ ମାଁ’ ଘଷିଲିପି କରି ପଏର୍‌ଛା ରଖୁଥିଲା। ବଛର୍‌କ ଥରେ କାଁଥିକୁଡ଼୍‌ନୁଁ ତଲ୍‌ତକ୍‌ ମାଏଟ୍‌ ଚାପେ ଲିପି ନେଉଥିଲା।କାଁଥିଥିଁ ଛୁଇଟିକେ ଘଷି ନେଉଥିଲା ଯେ ମାଏଟ୍‌ ମହକି ଯାଉଥିଲା।ଛୁଇଦିଆ କାଁଥିକେ ମୁଇଁ ଚାଟି ପକଉଥିଲିଁ। ପର୍‌ଛିନ ତଲେଁ ମାଏଟ୍‌ ଲିପି ସାଏଲେଁ ମୁଇଁ ଚାଲି ଯାଉଥିଲି। ପର୍‌ଛି ଭଏର୍‌ଭଏର୍‌ ମୋର୍‌ ପାହା ଚିହ୍ନା ପଡ଼ିଯାଉଥିଲା। ହେଲେଁ, ମୋର୍‌ ମାଁ’ କେଭେଁ ରିଷିମି ନେଇଁ ହଉଥେଇଁ। ଉଲ୍‌ଟିଆ ବାଟ୍‌ମୁହଁର୍‌ ଦୁଇଟା ପାହା ଚିହ୍ନାକେ ରଖିକରି ଫେର୍‌ ଘାଏ ସବୁକେ ଲିପୁଥିଲା। କହୁଥିଲା, ଇ ପାହା ଚିହ୍ନାକେ ଦେଖିକରି ଗଲେଁ ତାର୍‌ ଶୁଭ୍‌ ହେସି ପରେ।

       ଏଭେଁ ମୋର୍‌ ପୁଓ ଆମର୍‌ ଘର୍‌କେ ବାଆନି ବସଲା ନ। ଫ୍ଲୋରିଙ୍ଗ୍‌କେ ଟାଡ଼ିକରି ଟାଇଲ୍‌ ବସାମା ବଲୁଛେ। ଘର୍‌କେ ମଡେଲିଂ କର୍‌ମା ବଲିଁ ରେନ୍‌ ମତଉଛେ। ଦିନେ ମୁଇଁ କହିପକାଲିଁ,”କାଁ କରି ରେ ବାବୁ ସୁନ୍ଦର୍‌ ଘର୍‌କେ ଫଟାବୁ ? ଟାଇଲ୍‌ ବସାବୁ ! ଚିକନ୍‌ କର୍‌ବୁ ! ପାଏନ୍‌ ପଡ଼ିଗଲେଁ ଜାନି ନେ ହଏ। ସର୍‌ଲି କରି ଗୋଡ଼୍‌ହାତ୍‌ ଭାଙ୍ଗ୍‌ବା। ଆମେ ଚାଷୀବାସୀ ଲୋକ୍‌। କେତେ ପୁଛା ମାର୍‌ବୁ !” ମୋର୍‌ କଥା ଶୁନିକରିଁ ମୋର୍‌ ପୁଓ ଫଁ କଲା।ମୋର୍‌ନ ଘୁଗୁଲିଝାରି ହେଲା। “ତୁଇଁ ତ ବଢ଼େ ଜାନ୍‌ବାର୍‌ ଅଉ ଗୋ ! ଦୁନିଆଁ କେତେ ଦୁର୍‌ ତକ୍ ଗଲାନ ଜାନିଛୁ ? ଘର୍‌ଟିକେ ବନେଇଛୁ ଯେ ନେଇଁ କହନ !‌ ତୋର୍‌  ମା’ର୍‌ ପାହା ଚିହ୍ନାଟିକେ ପରେ ମେଟେଇ ନୁହେପାରୁ !” ପିଲାର୍‌ କଥାଟା ଚଟ୍‌କନେ ପିଟିଲା ବାଗିର୍‌ ଲାଗୁଥିଲା।ମୋର୍‌ ମାଁ’କେ ଦେଇଥିବାର୍‌ ଘୁଡ଼୍‌କେନ୍‌ ମୁଲ୍‌ କମ୍‌ତର୍‌ ସହେତେ ଆଏଜ୍‌ ଫିରି ଆଏଲା। ମୁଇଁ ଚୁପ୍ ରହେଲିଁ।

       ଘରର୍‌ କାଁଥିକୁଡ଼୍‌ ପିଟିକରି ନୁଆଁ ହିସାବେଁ ମଡେଲିଂ କଲା। ଫ୍ଲୋରିଙ୍ଗ୍‌କେ ଟାଡ଼ିକରି ଟାଇଲ୍‌ ବସାଲା। ନୁଆଁ ରଙ୍ଗ୍‌ ମତେଇ କରି ଘର୍‌କେ ଚକ୍‌ଚକେଇ ନେଲା। ଘରର୍‌ ବାଟ୍‌ମୁହେଁ ଗୁଟେ ଟାଇଲ୍‌ ବସେଇ ବଲିଥିଲା, ଯେନ୍‌ଥିଁ ଲଖ୍‌ମି ପାହା ଚିହ୍ନା ଦୁଇଟା ଛପା ହେଇଥିଲା। ଘରେଁ ଯାହାର୍‌ ପାହା ଚିହ୍ନା ଛାପ୍‌ଲେଁ ହେଲେଁ କାଣା ହେବା, ହୁରୁଦ୍‌ ଭିତିରେଁ ପୁର୍‌ଖାର୍‌ ପାହା ଚିହ୍ନାଟିକେ ନେଇଁ ରହେଲେଁ !!!

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!