ପୁସ୍ପୁନି ଆଉ ଛେର୍ଛେରା
ପଛିମ୍ ଓଡ଼ିଶା କହ କି କୋଶଲ କହ କି ସମ୍ବଲପୁର ଅଞ୍ଚଲ କହ ଇ ଅଂଚଲର ଗୁଟେ ଖୁସିର ପରବ୍ ଆଏ ପୁସ୍ପୁନି । ଇ ତିହାର ବରସ୍ ଟାକର୍ କବାର୍ ସାରଲା ପରେ ନିଜର୍ ଲାଗି ଦିନ ଟେ ବାହାର କରସି ଚାଷି ଭାଇ ଆର ମାନାସି ଗୁଟେ ତିହାର ଯାହାର ନା ହେଲା ପୁସପୁନି । ଇନେ କେନ୍ସି ଦେବୀ ଦେବତା କେ ପୂଜା କାର୍ବାର କେ ନାଇଁ ପଡ଼େ ଖାଲି ପେଟ୍ ପୂଜା କେ ବେସି ଧିଆନ୍ ଦିଆ ହେସି । ମୁନୁସ୍ ଖୁସିରେ ସବୁ ଦୁଖ୍ ସୁଖ୍ ଭୁଲିକି ଖାଇସି ,ପିଇସି,ନଚା ଡେଗା କରସି। ଖାଲି ସେତକି ନୁହେ ମନ୍ ଭିତରେ ଥିବା ହିଂସା ହଂକାର କେ ବି ଭୁଲି ଜାଏସି । ଇନେ ଖାଲି ନିଜର ପରିବାର ଆଉ ପେଟ କଥା ନାଇଁ ଭାବିକରି ପୁରା ସମାଜ୍ରେ କିଏ ଖାଏଲା ନାଇଁ ଖାଏଲା ବି ଧିଆନ୍ ଦିଆ ହେସି । ଛେର୍ଛେରା ଦେଇ ଲୋକ ମାନକ୍ର ଅଭାବ୍ ଅସୁବିଧା କେ ବି ଦୂର କରା ଯାଇ ପାର୍ସି । ଲୋକ ଖୁସିରେ ଦାନ ଦକ୍ଷିଣା ଦେସନ୍ ଆର ନେବାର ଲୋକ ବି ଖୁସିରେ ପାଇ ନେସନ୍ । ଇ ପରବ୍ ଗାନ୍ଧୀଜୀଙ୍କର trusteeship ବା ନ୍ୟାସୀବାଦ୍ ର ସବୁନୁ ବଢେ ଉଦାହରଣ ଆଏ କହେଲେ ଭୁଲ ନାଇଁ ହୁଏ । ଇତାକେ ଛାଡିଦେଲେ ଇ ତିହାର କଂସ ରଜା ମହାପୁରୁ ହାତୁ ମର୍ବାର ଆଉ ଧର୍ତ୍ତି ରାକସ୍ ମାନକର ହାତୁ ଉଦ୍ଧାର ପାଏବାର୍ ଗୁଟେ ବଢ଼େ ଉସତ ହେବାର ଦିନ୍ ହିସବେ ବି ମନା ଯାଉଛେ । ସତେ ତ, ଆମର ଇ ପରବ୍ ଭିତରେ କେତେ କଥା ଲୁକିକରି ଅଛେ ଯେ ଆମେ ହିସାବ୍ କଲେ ତାର ମୂଲ୍ ଦେଇ ନାଇଁ ପାରୁ ନ । ଆମର ପରବ ,ଆମର ଗରବ
ଜଏ ହେଉ ପୁସ୍ପୁନି ।
ସୁଧା