ଫଗୁନ୍ ଆସିଛେ,
କେନ ପତର୍ ଝଡ଼ୁଛେ
ତ, କେନ ଜୀବନ୍ ଝଡ଼ୁଛେ।
ଫଗୁନ୍ ଆସିଛେ,
କେନ ଡଙ୍ଗର୍ ଜଲୁଛେ
ତ, କେନ ସହର୍ ଜଲୁଛେ।
ଫଗୁନ୍ ଆସିଛେ,
କେନ ଫଲ୍ସା ଫୁଟୁଛେ
ତ, କେନ ଗୁଲି ଫୁଟୁଛେ।
ଫଗୁନ୍ ଆସିଛେ,
କେନ ମହୁଲ୍ ପଡ଼ୁଛେ
ତ,କେନ ବୋମା ପଡ଼ୁଛେ।
ଫଗୁନ୍ ଆସିଛେ,
କେନ ଫଗୁର୍ ହୋଲି
ତ, କେନ କୁହୁଲାର୍ କାଲି।
ଫଗୁନ୍ ଆସିଛେ,
କେନ ବଉଲ୍ ମହକୁଛେ
ତ, କେନ ମୁର୍ଦାର୍ ଗନ୍ଧୁଛେ।
ହେଲେଁ, ଇଥିଁ ଫଗୁନର୍ କାଏଁ ଦୋଷ୍,
ମଦ୍ଗର୍ବିଆ ମୁନୁଷ୍ର୍ ଦିହେଁ
ନେଇଁ ରହେଲେଁ ଟିକେ ହୋସ୍।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼