ଫଗୁନ୍‌ ମାସର୍‌ ବଉଲି ଧୁକା
ବହି ଆଏଲା ହୁର୍‌ହୁର୍‌,
ସୁଁକୁଲା ବୁଟାର୍‌ ପାଚାଲା ସୁଁକ୍‌
ଉଡ଼ିଗଲାନ ଫୁର୍‌ଫୁର୍‌॥୧॥

ପାଆଁଲି ଆଏଲା ଡୁଣା ଗଛେଁ
କଅଁଲି ପତର୍ ଲସ୍‌ଲସ୍‌,
କୁସେର୍‌ ବାରିର୍‌ ବୁରୋ ତଲୁଁ
ଭାଲୁ  ପଲାଲା ଖସ୍‌ଖସ୍‌ ॥୨॥

ବଗ୍‌ବଗାନୁ ଫଲ୍‌ସା ଫୁଲ୍‌
ଫୁଟି ହସୁଛେ ମୁଲ୍‌ମୁଲ୍‌,
ଚୁଟ୍‌କୁଚୁଟା ଗିର୍‌ଡି ଫୁଲ୍‌
ଫୁଟି କହୁଛେ ଟୁଲ୍‌ଟୁଲ୍‌ ॥୩॥

ବଉଲି ଧୁକାର୍‌ ତାଲେଁ ତାଲେଁ
ବଉଲ୍‌ କେଣା ଲପ୍‌ଲପ୍‌,
କଅଁଲି ଖରାର୍‌ ତାଲେଁ ତାଲେଁ
ମହୁଲ୍‌ ପଡ଼ୁଛେ ଥପ୍‌ଥପ୍‌॥୪॥

ରସ୍ ‌ରସିଆ କଲିଆ ଭମର୍‌
ଫୁଲର୍‌ ଭଉଁରେ ଗୁନ୍‌ଗୁନ୍‌,
ଆମ୍‌ ବୁରେଇର୍‌ କୁଇଲି ରାନୀ
ଗୀତ୍‌ ଗାଉଛେ ଶୁନ୍‌ ଶୁନ୍‌ ॥୫॥

ବୁଢ଼ା ଡଙ୍ଗରେଁ ମାକର୍‌ ବିହା
ରାତିଁ ଦିଶୁଛେ ଦକ୍‌ଦକ୍‌,
କୁଆଁରୀ ମନେଁ ବଉଲି ନିଶା
ଛାତି ହେଉଛେ ଧକ୍‌ଧକ୍‌ ॥୬॥

ଜୀବିନେ ରଙ୍ଗ୍‌ ଭର୍‌ସି ବଲିଁ
ବାନା ଉଡ଼ୁଛେ ଫର୍‌ଫର୍‌,
ଫଗୁନ‌ର୍‌ ଫଗୁ ଆନି ବଉଲି
ଦିହେଁ ଲେପୁଛେ ସର୍‌ସର୍‌॥୭॥

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!