ଭାଏ ବୁହେନ୍ ଖେଲୁଛନ୍-
-“କାଏଁ କାଏଁ ସାଜୋ ଦେବୁଗୋ ଦଦା ଝୁମ୍’କୁ ଟା…”
-“ପଏଁରି ସାରେ ଦେମିରେ ନନି ଭଲେଁ ଥା…”
-“କାଏଁ କାଏଁ ସାଜୋ ଦେବୁଗୋ ଦଦା ଝୁମ୍’କୁ ଟା…”
-“ଫୁଲି ସାରେ ଦେମିରେ ନନି ଭଲେଁ ଥା…”
-“କାଏଁ କାଏଁ ସାଜୋ ଦେବୁଗୋ ଦଦା ଝୁମ୍’କୁ ଟା…”
-“ଝଲ୍’କା ସାରେ ଦେମିରେ ନନି ଭଲେଁ ଥା…”
××× ××× ××× ××× ×××
(କୁଡ଼େ ବଛର୍ ପରେଁ)

ଟ୍ରିଙ୍ଗ୍… ଟ୍ରିଙ୍ଗ୍… ମାଧର୍ ମୋବାଇଲ୍ ଫୁନ୍ ବାଜି ଉଠୁଲା l
-“ହେଲୋ, ନନି ମିତା ! ବନେ ଅଛୁତ ବହେନ୍ ?”
-“କାଣା ଆର୍ ବନେ ଗୋ ! ମୁଇଁ ଇନ ଚଲି ନେଇଁ ପାରେଁ ଦଦା ! ତୁଇଁ ଆସିକରି ମତେ  ଇନୁଁ ନେଇଯା ଗୋ !”
-“କାଏଁ ହେଲା ନନି ? ତତେ କିଏ କାଣା କହେଲା ଭାଏଲ୍ ?”
-“ଇମାନେ ଫେର୍ ମତେ କେଚ୍’କେଚା କରୁଛନ୍ ଦଦା ! ସବୁଦିନ ଫେର୍ ଦୁଖ୍ ଦେଇ ବସଲେ ନ !”
-“ଇମାନେ ବଏଲେଁ କିଏ କିଏ ?  ପରେଶ୍ ଆଏ ଭେଲ୍ !”
-“ନେଇଁ ଗୋ… ! ଅପନେ ତ କିଛି ନେଇଁ କହଁତ୍ l ହେଁ ତ ଇଆଡ଼୍ ନେଇଁ କି ସେଆଡ଼୍ ନେଇଁ l ମୋର୍ ଶାଶ୍ ଆର୍ ନନ୍’ଦ, ବନିହାଁଟେ କେଚ୍’କେଚା କରୁଛନ୍ l ବାହ୍ମନ୍ ଘରର୍ ଭୁଆସେନ୍ ପ୍ଲାଜ୍’ମା ଟିଭିଟେ ଯୌତୁକ୍ ଆନିଛେ ଯେ, ତୁଇଁ ଭି ତୋର୍ ମାଁଘରୁଁ ନୁଆଁ ପ୍ଲାଜ୍’ମା ଟିଭିଟେ ଆନ୍ ବଲୁଛନ୍ l ମାଆଁ-ଝିଇ ଦୁହେଁ ସିରିଏଲ୍ ଦେଖେବେ ପରେ !”
-“ଫେର୍ ଗୁଟେ କାଣା ଇଟା ନୁଆଁ ପାଲା କଲେନ ? ମାସେ ଆଘୋନୁଁ ପରେ ଯୌତୁକ୍ ନିର୍ଯାତନା ଦେଲେ ବଲିଁ ଘରେଁ ଅଡ଼ିକରି ରହିଥିଲୁ ! ନିଏ-ପଞ୍ଚେତ୍, ଲେଖାପଢ଼ା କରି କରିଁ ତତେ ନେଇଛନ୍ ! ଇ ମାସେଥିଁ ସବୁ ଭୁଲିଗଲେ ? ହେମାନେ ମୁନୁଷ୍ ଆନ୍ କି ପଶୁ ଆନ୍ ?”
-“ଯାଣା ବି ହେଉ ଦଦା, ମତେ ଇନୁଁ ନେଇ ଯା ତ !ନେହେଲେ ମୁଇଁ ଆରୁ ନେଇଁ ବଅଁଚେ ନ ! ଇମାନେ ମତେ ମାରିଦେବେ l ମୁଇଁ ମରିଗଲେଁ ନୁଆଁ ଭୁଆସେନ୍ ପରେ ଆନ୍’ବେ !”

ମାଧର୍ ମୁଡ଼୍ ଚକ୍’ରେଇ ଗଲା l ମାଆଁ ବୁଆ ଛଣ୍ ବୁହେନ୍ କେ ବାପ୍ ଭଲିଆ ପାଲିଛେ l ହାତେ ନୁଁ ଦୁଇ ହାତ୍ କରଛେ l ଯାହା ପାରିଛେ ଯାନି ଯୌତୁକ୍ ଦେଇଛେ l ହେଲେଁ, ଅତି ଲୁଭିକେ ଦେଇଦେଇ କରିଁ କେତେ ଦେବା ? ବିହାର୍ ମାସେ ପରେଁ ଗାଡ଼ି ଆନ୍’ବୁ ଯା, ଟଁକା ଆନ୍’ବୁ ଯା ବଲି କରିଁ ଦୁଖ୍ ଦେଲେ l କଥାଟା ଘରୁଁ ବାହାରିଁ ଭଟାକେ ଗଲା l ଶେଷ୍ କେ ଯୌତୁକ୍ କେସ୍ ର ଡର୍’ହେଁ ଲେଖାପଢ଼ା କରିଁ କରି ନେଲେ ଯେ ଇଟା  ନୁଆଁ ନାଟ୍ ଟେ ଫେର୍ ମୁଲ୍ କଲେନ l ମିତାର୍ କଥା ମାଧର୍ କାନେ ନେଇଁ ଶୁଭୁଥେଇଁ l ଇ ସମିଆ ଥିଁ ମାଧର୍ କନିଆଁ ଧାଇଁ ଆଏଲା l ମାଧର୍ ହାତୁଁ ଫୁନ୍ ଛଡ଼େଇ କରିଁ ନିଜେଁ କଥା ହେଲା l
-“ହେଲୋ ମିତା ! ଦେଖ ଗା, ଆମର୍ ଭି ଘର୍ ସଂସାର୍ ଅଛେ l ଇନ୍ତା ଘାଏକେଁ ଛନ୍’କେଁ ତମର୍ ଦଦାକେ ଟେନ୍’ସନ୍ ଦେବ ଯେ କେନ୍ତା ହେବା ? ଦିନୁ ଦିନ୍ କେ ତମର୍ ଦଦାର୍ ଜଞ୍ଜାଲ୍ ବଡ଼୍’ତେଲ୍ ଯଉଛେ l ଫେର୍ ଗୁଟେ ଇହାଦେ ଟେନ୍’ସନ୍ ଦେବ ଯେ ହମିସା ଭାଲୁଥିବା l”
-“ଠିକ୍ ଅଛେ ବହୁ ! ମୁଇଁ ଆରୁ କେଭେଁ ଦଦାକେ କିଛି ନେଇଁ କହେଁ l ମୁଇଁ ଆରୁ କେଭେଁ ଫୁନ୍ ନେଇଁ କରେଁ l ମୋର୍ ଦୁଖ୍, ମୋର୍ ଦଶା ସବୁକେ ମୁଇଁ ଛାତିଥିଁ ଚାପିନେମି l ଯାହା ଦିନ୍ ତକ୍ ସହେମି,ରହେମି l  ନେହେଲେଁ…” l କାନ୍ଦି କାନ୍ଦି ଫୁନ୍ କାଟି ଦେଲା l

       ଆଏଜ୍ ସକାଲୁଁ ସକାଲୁଁ ମିତାର୍ ଶାଶ୍ ଘରୁଁ ଫୁନ୍ ଆଏଲା , ବାଁତି ବାହାର୍’କେ ଥିଁ ମିତା ମରିଯାଇଛେ ବଲିଁ l ଖବର୍ ପଉନ୍ ସାଏର୍ ମାଧ ସିଧା ଛୁଟୁଲା ମିତାର୍ ଶାଶ୍’ଘର୍ କେ l ମିତା ଶୁଇଛେ ସବୁ ଦିନର୍ ଲୀଗିଁ l ଟଁଟି ଫୁଲିକରିଁ ଜିଭ୍ ବାହାରି ପଡ଼ିଛେ l ଠାନ୍ ଠାନ୍ ଦିହେଁ ମାଡ଼ର୍ ଦାଗ୍ ଭି ପଡ଼ିଛେ l ହେଲେଁ, ମିତା ଚୁପ୍ l କିଛି କମ୍ପ୍ଲନ୍ ନେଇଁ l ମାଧର୍ ଆଖିର୍ ପାଏନ୍ ଛଲ୍’କି ଗଲା l ମାଧର୍ କାନେ ଶୁଭୁଛେ-“କାଏଁ କାଏଁ ସାଜୋ ଦେବୁଗୋ ଦଦା ଝୁମ୍’କୁ ଟା…” ମାଧ ରଡ଼ି ରଡ଼ି କରିଁ କହୁଥିଲା-“ଉଠ୍, ଉଠ୍ ରେ ମୋର୍ ସୁନା ବୁହେନ୍ ! ଆ ଫିରିଆ ରେ ମୋର୍ ସୁନା ବୁହେନ୍ ! ମତେ ଛାଡ଼ିକରିଁ ନେଇଁ ଯାଆ l ଆ, ଫିରିଆ ମୋର୍ ସୁନା ବୁହେନ୍… ଆ ଫିରିଆ… l” ହେଲେଁ, ମାଧର୍ ମୁହୁଁ ନୁ ଆବାଜ୍ ନେଇଁ ବାହାରୁଥେଇଁ, ମୁହୁଁଟା ଖାଲି କାପ୍ କାପ୍ କରୁଥିଲା l

                  -ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!