ହଜି ଯାଇ ଥିଲି ମୁଁ ଅଜଣା ଦେଶେ 

ଚାହିଁ ଥିଲି ଶେଷ

କବିତା ର ପଂକ୍ତି ଶେଷେ,

କୁହୁକ ହୃଦୟ ତାର 

ମୁହୂର୍ତ୍ତକେ ଆସି ଥିଲା ସୂର୍ଯ୍ୟସ୍ଥ କୁହୁଡି ପାହାଡ ତଳେ

ପଥର ବି ପଡି ଥିଲା ଏ ଛାତିରେ 

କେତେ ଦୁଃଖ କେତେ ଯନ୍ତ୍ରଣା ର ତାତି

ବାନ୍ଧି ଥିଲା ବସା 

ଅନେକ ଏକ ଏକ ସ୍ମୃତି 

ବାଟବଣା ପାଲଟଣା ଜାହାଜ ହେଇ 

ଦିଗ ଆଉ ଦିଗନ୍ତ ର ବିଚରଣ ସପ୍ନ 

ବାସ୍ତବ ର ଭୀବତ୍ସତା 

କରିଥିଲା ଭଗ୍ନ,

ଫେରି ବାକୁ ନିଅଣ୍ଟ ସମୟ ଭି 

ଥିଲା ଭଙ୍ଗା ଡେଣା ର ଦୁର୍ବଳତା 

ବଜ୍ର ଶାଙ୍କୁଳି ବେଡି ଛିନ୍ନ 

ଲେଉଟା ବାଟ ଦନ୍ତୁରିତ

ତଥାପି, ଫେରିବାକୁ ହେବ ସପ୍ନ ର ଅନ୍ଧାର ରୁ 

ମାଟି ମୁକୁର ରେ 

ଆଙ୍କି ବାକୁ ହେବ ନିଜ ପ୍ରତିଛବି 

କିମ୍ବା ଛାଇସେଠି ପାଇଁ ତା ମୁଁ ଆଜି ଫେରନ୍ତା ବାଟୋଇ.

By Prashant Meher

Author by Nature, Multiple Awards Winner in Philosophy.

Leave a Reply

Your email address will not be published. Required fields are marked *

error: Content is protected !!