ସବୁଥର ବାଗିର୍ ବାରୁପଲିଆ ଆଏଜ୍ ଫେର୍ ଗୁଗାଲା,
“ଦୁକାନ୍ ଦୁକାନ୍ ବୁଲି ବୁଲି ନାଇଁ ହ ଆରୁ ଅଥା…
ଫେରିବାଲା ଆସିଛେ ଦେଖ ଦାମ୍‌ଟା ଘଲେ ସସ୍ତା…
ସାଢ଼ି, ସାୟା, ବ୍ଲାଉଜ୍ ସବୁ ଭୁଆସେନ୍‌ମାନେ ନିଅ…
ଲୁହୁଙ୍ଗି,ଟାବଲ୍, ଟର୍‌କିଜ୍‌ ଘିନି କୁନୁଆଁମାନ୍‌କୁଁ ଦିଅ…
ଜାହାକେ ଜେନ୍‌ଟା ସୁନର୍ ଦିସ୍‌ବା ବାଛି ବାଛି ନିଅ…
ଛୁଆକର୍ ପେଁଟ୍ କୁର୍‌ତା ନେଇ ସସ୍‌ତା ଦାମ୍ ଦିଅ…”

     ବାରୁପଲିଆ ବଏଲେଁ ଆମର୍ ଗାଁ ସଭେ ଜାନସନ୍ ତାହାକେ। କେଭେଁ କିହେ ତାର୍ ନାଁ ନେଇଁ ପଚ୍‌ରେଇ। ବାରୁପାଲିନୁଁ ସେ ଆଏସି ବଲିଁ ତାର୍ ନାଁ ହେଇଯାଇଥିଲା ବାରୁପଲିଆ। ବାରୁପଲିଆ ଝନେ ଫେରିବାଲା ଆଏ। ତାର୍ ସାଏକଲେଁ ବନେ କପଡ଼ା ବୁଝାଟେ ଧରି କରି ଗାଁ ଗାଁ ବୁଲି ବିକ୍‌ସି। ଭିନ୍ ଭିନ୍ ରକମର୍ ସାଢ଼ି, ସାୟା, ବ୍ଲାଉଜ୍, ସାଲ୍‌ୱାର୍, ଛୁଆକର୍ ପେଁଟ୍, ଦଗଲି ଅଉର୍ ଇନ୍‌ତା କେତେ ରକମର୍ କପଡ଼ାଲତା ଧରିଁ ଗାଁ ଗାଁ ବୁଲାସି। ପରାକେ ପରା, ଗଲିକେ ଗଲି ବୁଲାଲା ବେଲେଁ ଯେନ୍ ଗିତ୍ ଗାଇ ଗାଇ ଡାକ୍‌ସି, ହେଁ ଗିତ୍ ପଦ୍‌ଦୁ ସମ୍‌କୁଁ ସୁରୁତ୍ ଲାଗ୍‌ସି। ଘିନତ୍ କି ନେଇଁ ଘିନତ୍, ବାରୁପଲିଆ ଆସିଗଲେଁ ସଭେ ତାର୍ ଗିତ୍ ସୁନ୍‌ବାର୍ ଲାଗି ଢୁଣି ହେସନ୍। ଆମର୍ ଗାଁ ଗୁଟେ ବଡ଼୍‌ଖା ଗାଁ ଆଏ ବଲିଁ ଇନ୍‌କେ ହପ୍‌ତାକ ଥରେ ଆଏସି।

       ଆଏଜ୍ ବାରୁପଲିଆ ଆମର୍ ଗାଁକେ ଆସୁନ୍ ଆସୁନ୍ ଟିକେ ଖରା ବଢ଼଼ିଗଲାନ। ହେନ୍ତେଇ ତ ଖରାମାସ୍। ଖଁଣେ ଦୁଇଖଁଣ୍ ଗାଁ ବୁଲିକରିଁ ଆମର୍ ଗାଁକେ ଆସିଛେ। ମୁହୁଁ ସୁଖିଯାଇଛେ। ଆଏଜ୍ ବଅନିବଁଟା ନୁହେ ହେବାର୍ ତାଏଲ୍ ବାଗିର୍ ଲାଗୁଛେ। କାଣା ହେବା ? ଆଏଜ୍‌କାଏଲ୍ ତ ସଭେ ଆମାଜନ୍ କି ଫ୍ଲିପ୍‌କାର୍ଟ୍‌ନୁଁ ସବୁ ଜିନିଷ୍ ମଗେଇ ବସ୍‌ଲେନ। ଅନ୍‌ଲାଇନ୍ ସପିଙ୍ଗ୍ ଇହାଦେ ଫେସନ୍ ହେଲାନ। ଫେରିବାଲାନୁଁ ଆରୁ କାଁକରି ଘିନ୍‌ବେ ?

       ଆଗ୍‌କେ ସାବିତ୍ରି ଉଆଁସ୍। ଗରିବ୍‌ଦୁଖି ସମ୍‌କୁଁ କପଡ଼ାଲତା ଟିକେ ଲାଗ୍‌ବା। ବାରୁପଲିଆକେ ଦେଖିକରି ଛୁଆପୁତା ସାଙ୍ଗେଁ ମାହେଜିଗୁଡ଼ାଦୁ ଗୁରେହି ହେଲେ। କିଏ ସାଢି଼ ଦେଖା ବଏଲା ତ କିଏ ସାୟା ଦେଖା ବଏଲା। କିଏ ଛୁଆକର୍ ଲାଗିଁ ଦଗଲି ମାଗାଲା ତ କିଏ  ଗିଜ୍‌ମୁନା(ପେଁଟ୍) ମାଗାଲା। ସଭେ ନିଜର୍ ନିଜର୍ ହରେଖଙ୍ଗେ ମାଗିବସଲେ। ହେଲେଁ, ଦାମ୍‌ମୁଲ୍ କର୍‌ବାର୍ ସମିଆ ଯେତେବେଲେଁ ଆଏଲା ସଭେ ମୁହୁଁ ମୁରାମୁରି କରିବସଲେ। କିଏ ବଏଲା ବାରୁପଲିଆ ଏଭେଁ ମହଙ୍ଗିଆ ହେଇଗଲାନ ତ କିଏ ଵଏଲା ସସ୍ତା ଜିନିଷ୍ ଆନିକରିଁ ମହଙ୍ଗା କରୁଛେ। ମୁଲ୍‌ଚାଲ୍ କାହାରିର୍ ନେଇଁ ଛିଡ଼୍‌ଲା। ବାରୁପଲିଆ ଘିନୁଆଁ ରେଟ୍ ଲଗାମି ବଏଲେଁ ଭିଲ୍ କିହେ ନେଇଁ ଘିନ୍‌ଲେ। ସଭେ ଟରୋଟରୋ ପଲେଇ ଗଲେ। ବାରୁପଲିଆ ଫେର୍ ବିନା ବଅନି କରି ଆଗ୍‌କେ ଗଲା।
ଖରା ଆର୍‌ଟିକେ ଟାନ୍ ହେଲାନ।

       “ବାରୁପଲିଆ… ଇଆଡ଼୍ ଟିକେ ଆନତ ଗୋ…” ସାହୁ ଘରର୍ ଭୁଆସେନ୍ ଡାକ୍ ଦେଲା। ବାରୁପଲିଆ ଧିଆନ୍ ନେଇଁ ଦେଲା ବାଗିର୍ କହେଲା,
– “ତୁମର୍ ଗଲିକେ ନେଇଁ ଯାଏଁ ଗୋ…।”
– “କାଏଁ ହେଲା ଯେ… !”
– “ହେ ପଧାନ୍ ପରାର୍ ଭୁଆସେନ୍‌ମାନେଁ କହୁଥିଲେ …ସାହୁ ପରାକେ ନେଇଁଯିବ ବଲିଁ। ସାହୁ ପରାଥିଁ ସଭେ ଖାଲି ଦେଖ୍‌ସନ୍ ହେଲେଁ କିହେ ନେଇଁ ଘିନନ୍… ବଲୁଥିଲେ।”
– ” କେନ୍ ଭାଇଖାଇ କହେଲା ଗୋ… ! ଆନତ କେନ୍‌ତା ନେଇଁ ଘିନନ୍ ଯେ… !!”
– ” କହୁଛ ବଏଲେଁ, ଯଉଛେଁ ତିନେଁ।”
ବାରୁପଲିଆ ସାହୁଘର୍‌ନ ପସରା ଢିଲ୍‌ଲା। ସାହୁ ଘରେଁ ଭୁଆସେନ୍ ଏକେଲା ଥିଲା। ସଭେ କବାର୍ ଯାଇଥିଲେ।
– “କାଣା ଦେଖାମି…?”
– “ସାବିତ୍ରି ବର୍‌ତ ଲାଗିଁ ସାଢ଼ିଟେ ଦେଖ ତ..”
– “ଏ ଦେଖ ନୁଆଁ ଡିଜେନର୍‌ ସାଢ଼ି…। ହେଲେଁ, ହେ ପଧାନ୍ ପରାର୍ ଭୁଆସେନ୍‌ମାନେ କହୁଥିଲେ ଇଟା ତୁମେ ଘିନି ନେଇଁପାର ପରେ…  !”
ବାରୁପଲିଆର୍ କଥା ସୁନିକରିଁ ସାହୁ ଘରର୍ ଭୁଆସେନ୍ ରିସିମିଥିଁ ଫଁ କଲା। ପଧାନ୍ ଜମା ସାଙ୍ଗେଁ ସାହୁ ଘରେଁ ଟିକେ ନେଇଁ ପଟନ୍ ତ।
– “କାଁ ବଏଲ…? ଘିନି ନେଇଁ ପାରେଁ…! ସାଢ଼ି ଖଁଡ଼େ ଘିନ୍‌ବାର୍ କାଣା ମୋର୍ ଔକାତ୍ ନେଇଁନ ! କେତେ ଦାମ୍ କି…?”
– ” ହେଟା କେତେ ଗୋ… ପାଁଚ୍ ହଜାର୍ ଟଁକା ତ… ”
– “ଦିଅ ହେ ସାଢ଼ି…! ଗୁଟା ଗୁଟା ଟଁକା ପାଁଚ୍ ହଜାର୍ ଆନି ଦେଉଛେଁ ରହ !”
ସାହୁ ଘରର୍ ଭୁଆସେନ୍ ଘର୍ ଭିତିରୁଁ ଟଁକା ପାଁଚ୍ ହଜାର୍ ଆନିକରିଁ ବାରୁପଲିଆକେ ଧରେଇ ନେଲା। ବାରୁପଲିଆ ତର୍‌ସର୍‌ ତାର୍ ପସରା ସଁକଲି କରିଁ ତାର୍ ଘର୍ ଆଡ଼କେ ବାହାରି ବସଲା। ବଅନିବଟା ତ ହେଇଥିଲାନ। ହେତ୍‌କି ନୁହେ, ତିନ୍‌ଶ’ ଟଁକିଆ ସାଢ଼ିକେ ପାଁଚ୍ ହଜାର୍ ଟଁକାଥିଁ ବିକି ଥିବାର୍ ଲାଗିଁ ତାର୍ ଛାତି ଡର୍‌ହେଁ ଧୁକୁର୍ ଧୁକୁର୍ କରୁଥିଲା। ଆଏଜ୍‌ଠାନୁଁ ବେପାରର୍ ଗୁଟେ ନୁଆଁ ଫର୍‌ମୁଲା ପାଇଗଲା କେଁ !!

                – ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!