ଝଲୋ ଖଟେଁ ମୁଡ଼୍ ଗାଡ଼ିକରି ବସିଛେ ହାଡ଼ୁ l କାଣା କର୍’ବା, କେନ୍ତା କର୍’ବା କିଛି ବୁଧି ବାଟ୍ ନେଇଁ ଦିଶିବାର୍ l ଦୁଇ ଦିନ୍ ହେଇଗଲାନ ତାର୍ ଦୁଇ ମସିଆ ରକତ୍’ମୁଡ଼ା-ଛୁଆର୍ ମୁହେଁ ଗୁରସ୍ ଟିକେ ଦେଇ ନେଇଁ ପାର୍’ବାର୍ l ତାର୍ କନିଆଁର୍ ଥନୁଁ ସଥେଁ ଯେନ୍ତା ଅମୃତ୍ ଧାର୍’ଟା ଶୁଖିଯେଇଛେ l ବଇଦ୍-ଗୁନିଆଁ, ଉଷୋ-କଷା ବନିହାଁ କରିଛେ, ହେଲେଁ କିଛି ଲାଭ୍ ନେଇଁ l ଇ ସମିଆ ଥିଁ ହାଡ଼ୁକେ ଡାକି ଆସିଛେ ଗୁପାଲ l
– “ହଏବୋ ହାଡ଼ୁ ! ଇ, ମନ୍ ମାରିକରି କାଏଁଯେ ବସିଛୁ ?”
– “କାଣା କହେମିରେ ଭାଏ ! ତୋର୍ ବହୁକେ ଦିନାଦୁ ହେଲାନ ଗୁରସ୍ ନେଇଁ ହେବାର୍ l ଛୁଆଟା ଭୁକେଁ ରଡ଼ି ଛାଡ଼ୁଛେ l ଇନ୍ତାଥିଁ ମନ୍ କାଣା ଠିକ୍ ରହେବା ବୋ ?”
– “ମତେ ଆଗୋନୁଁ ନେଇଁ କହେତୁ ନ ! ଚାଲ୍, ଦୁଆଁ ଧର୍ l ଗାଏ ପଟେ ଫଲିଛେ, ଆନ୍’ମା ! ଇ, ଦୁଇ ଚାଏର୍ ଦିନେଁ କଅଁଲାବା l କିଛି ନେଇଁ ହେଲେଁ ଭି ଛୁଆଟା ଗୁରସ୍ ଟିକେ ହେଲେଁତ ପାଏବା ବୋ !”
– “ଗାଏ କାଣା ଚରୁଛେ ଯେ ଖେଦି ଆନ୍’ମା ? କେନୁଁ ପାଏମି ଇହାଦେ ପଏସା ?”
– “କିଛି ନେଇଁ ଲାଗେ, ଚାଲ୍ ତ ଦୁଆଁଟେ ଧରିକରି !”
– “କେନ୍’କେ ଯିମା ?”
-“ହେ ମଧୁପୁର୍ ଆଡ଼୍’କେ ଯିମା ! ମୁଇଁ ଦେଖିକରି ଆସିଛେଁ l ମଧୁପୁର୍ ଗରୁବଜାର୍’କେ ଯେତ୍’ତି ଅଯତନିଆ ଗରୁଗାଏ ଲୋକ୍’ମାନେ ବିକି ଆନିଥିସନ୍ ଯେନ୍’ଟା ବିକ୍ରି ନେଇଁ ହେଲା ସେଟାକେ ଛାଡିକରି ପଲାସନ୍ l ଇହାଦେ କିଏ ଆରୁ ଘରେଁ ଗାଏବଲଦ୍ ରଖୁଛେ ବୋ ! ସଭେ ପରେ ଟେକ୍ଟର୍ ଥିଁ ଚାଷ୍ କଲେ ? ଗଲା ପାଲିଥିଁ ହେନ୍ତା ଛାଡିଙ୍ଗଲାଟା ଗୁହୁଡ଼ାଟେ ଗାଏବଲଦ୍ ହେନ ବୁଲୁଛନ୍ l ପଟେ ଦେଶି ଗାଏ ଫଲିଛେ l ଧରି ଆନ୍’ମା l”
ହାଡ଼ୁ ଆରୁ ଗୁପାଲ ଗାଏକେ ଧରି ଅନ୍’ଲେ ଘର୍’କେ l ଗାଏର୍ ଗୋଡ଼୍ ଧୁଇକରି ଢୁକାଲେ l କାଲି ଗାଏଟେ l ଟିକେ ଅଯତନିଆ ହେଇଛେ l ପେଟ୍ ଅଁଟା ପୁର୍’ଲେଁ ଗୁରସ୍ ୨/୩ ଲିଟର ଦେବା ନ l

     ସତ୍’କେ ସତ୍ ଗୁଟେ ହପ୍ତା ଭିତିରେଁ କାଲି ଗାଏଟା ବାଛିପଟେ କଅଁଲାଲା l ହାଡ଼ୁର୍ ପୁଓର୍ ଗୁରସ୍ ଚିନ୍ତା ଟିକାକ ଗଲା l ହାଡ଼ୁର୍ ଉସତ୍ କହେଲେଁ ନେଇଁ ସରେ l “ମୋର୍ ଘର୍’କେ ଲକ୍ଷ୍ମୀ ଆସିଛେରେ ଲକ୍ଷ୍ମୀ l” ହେତ୍’କି ଦିନୁଁ ଗାଏର୍ ନାଁ’ ଲଖି(ମୀ) ବଲିଁ ବଢ଼ିଙ୍ଗଲା l ହାଡ଼ୁର୍ ଯତନ୍ ପାତନ୍ ଥିଁ ଲଖି ଚିକ୍’ଚିକେଇ ଗଲା l ଲଟା, ପୁଆଲ୍, କୁଣା ସାଙ୍ଗେଁ ପିରୁଆ ଟିକେ ଟିକେ ଖୁଆଲା l ତାର୍ ପୁଓ ଯେତେ ଗୁରସ୍ ପିଇଲେଁ ଭିଲ୍ ଗୁରସ୍ ଅଗଲି ଗଲା l ହାଡ଼ୁ ଏଭେଁ ସକାଲେଁ ଦୁଇ ଲିଟର୍ ଆରୁ ବେଲହୁ ଲିଟିରେ ଲେଖା ଗୁରସ୍ ସୁସାଇଟି ନ ଦେଉଛେ l ତାର୍ ପିଲା ଗୁରସ୍ ପିଇକରି ଭିଲ୍ ହାଡ଼ୁ ଦିନ୍’କ ୫୦/୬୦ ଟଁକା ଗୁରସ୍ ଆଡ଼ୁ ପଉଛେ l

     ଲଖିଟା ବଢ଼େ ସୁତର୍ ଆଏ l ଗୁରସ୍ ଧୁଇଲା ବେଲେଁ କଲେଁ କଲେଁ ଠିଆ ହେଇଥିସି l କାହାକେ ସଁ’ସାଁ’ କି ଫଁ’ ଫାଁ’ ନେଇଁ କରେ l ହାଡ଼ୁର୍ ପୁଓ ତ ଏଭେଁ ଚାଲି ଜାନ୍’ଲା କି ଗାଏର୍ ଦିହେଁ ଲେଦେରେଇ ହେସି l ଲଖି ଭିଲ୍ ହାଡ଼ୁର୍ ପୁଓକେ ଚର୍କୋ ଚର୍କୋ ଚାଟି ନେସି l ପୁଆଲ୍ ପାଏନ୍ କିଛି ନେଇଁ ବାଆନେ ଲଖି l ଯାହା ଦେଲେଁ, ଯେନ୍ତାଟା ଦେଲେଁ ଖାଏସି l ଲଖି ଇହାଦେ ହାଡ଼ୁର୍ ଘରର୍ ଝନେ ହେଇଛେ l ହାଡ଼ୁ ଲଖିର୍ ବାଛି ବଛାମାନ୍’କୁଁ ବିକିକରି ବନେ ଦୁଇ ପଏସା ପାଇଛେ l ଯେନ୍ ଦିନେଁ ଲଖିର୍ ବଛା କି ବାଛିକେ ହାଡ଼ୁ ବିକି ନେସି ଲଖି କିଛି ନେଇଁ କରେ l ହାଡ଼ୁର୍ ଆଡ଼୍’କେ ଆକୁଲ୍ ହେଇକରି ଦେଖ୍’ସି ଯାହା l ଲଖିର୍ ଆଖୁଁ ଦୁଇ ଧାର୍ ଆଖଲ୍ ନିଥିରି ପଡ଼୍’ସି l ଯେତେହେଲେଁ ଭିଲ୍ ମାଁ’ ଆଏ ତ !

     ଲଖି ଏଭେଁ ଯହ ଚଲାବୁଲା ଆର୍ ନେଇଁ କରି ପାର୍’ବାର୍ ନ l ବୁଢ଼ୀ ହେଲାନ ତ l ଦାଁତ୍ ସବୁ ଖିଲି ପାଏଲା ନ l କାପିଲି କଲା ବେଲେଁ ମୁଡ଼ା ମୁଡ଼ା ପୁଆଲ୍ ଉକୁଲୌଛେ l ଆଏଁଖ୍ ଚିପିରୌଛେ l ଗୁରସ୍ ଆର୍ ନେଇଁ ଦେବାର୍ ନ l ଖାଲି ଖଉଛେ l ହାଡ଼ୁ ଭାବିଛେ, ଗାଁ’କେ ବନ୍’ଜିଆ ଆଏଲେଁ ଲଖିକେ ବିକିନେବା l

     ଆଏଜ୍ କାଦର୍ ପଠାନ୍ ଦୁଇଟା ପିକପ୍ ଭେନ୍ ଧରିକରି ଗାଁ’କେ ଗରୁ ନପେଇ ଆସିଛେ l ବୁଢିସୁଢ଼ି କରି ଗାଏଦାମୁର୍ ପଟ୍’ଦୁ ଘିନିଛେ l ହାଡ଼ୁ ନିକେ ଯେନ୍ତା କାଦର୍ ଆଏଲା, ହାଡ଼ୁ ଭିଲ୍ ମୁଲ୍’ଦାମ୍ କରିକରିଁ ଲଖିକେ ବିକିନେଲା l କାଦର୍ ଲଖିର୍ ବେକେଁ ଦୁଆଁ ଲଗେଇ କରି ତାର୍ ଗାଡ଼ିଥିଁ ଜୁଗୁରାବାର୍ ଲାଗିଁ ଘିଚି ବସଲା l ହେଲେଁ ଲଖି ଚାର୍’ହି ଗୁଡ଼େଁ ଦନେଇ କରି ଠିଆ ହେଇଗଲା l ହଲ୍ ନେଇଁ କି ଚଲ୍  ନେଇଁ l ଖାଲି ଗୁଗେଇ ବସଲା l ପଛ୍’କେ ଘୁଚି ବସଲା l ହାଡ଼ୁ ରିସିମି ହେଇକରି ଦୁଇ ବାଡ଼ି ପିଟିଲା କି ଲଖି ଠୁଙ୍ଗ୍ ଠୁଙ୍ଗ୍ କାଦର୍ ପଠାନର୍ ପଛେଁ ପଛେଁ ଲମଲା l

     ହାଡ଼ୁର୍ ଗାଏ ଗୁହାଲ୍ ଆଏଜ୍ ଶୁଇନ୍ ଦିଶୁଛେ l ହାଡ଼ୁର୍ ପୁଓ ଖେଲିବୁଲି କରି ଘର୍’କେ ଆଏଲା l ଦେଖେଲା ଲଖି ନେଇଁ ନ l ତାର୍ ବୁଆକେ ପଚରାଲା,
– “ବା’ ! ଲଖି ଯେ ଗୋ ?”
– “ବିକିନେଲି ବେଟା, ଟଁକା ସାତ୍ ଶ’ ଥିଁ…”
ହାଡ଼ୁର୍ ପୁଓ ଲଥ୍ କଲା ବସି ପଡ଼୍’ଲା l ମୁଡ଼୍ ତାର୍ ଚକ୍ରେଇ ଗଲା l ଜଖାବଝା ବାଗିର୍ କାନ୍ଦି ବସଲା l କାନ୍ଦି କାନ୍ଦି କରି ହାଡ଼ୁକେ କହେଲା, “ବା’ ! ଭଲ୍ କବାର୍ ନେଇଁ କଲୁ ଗୋ… ! ମତେ ବର୍’ମସିଆ କରିଦେଲୁ l ପୁଓଝି’ ମାଆଁବୁଆର୍ ବର୍’ମସ୍ ସିନେ ଲାଗ୍’ସନ୍, ହେଲେଁ ମୁଇଁ ଲଖିର୍ ଗୁରସ୍ ଥିଁ ବଅଁଚି କରି ତାର୍ ବର୍ମସ୍ ଲାଗିଥିଲିଁ l ଭାବିଥିଲିଁ ଲଖି ଆମର୍ ଘରେଁ ମର୍’ବା l ତୁଲ୍’ସି ପାଏନ୍ ଟିକେ ଝିଟିକରିଁ ବାଏର୍ ଆଡ଼େଁ ମାଏଟ୍ ମୁଠେ ପାଏବା l ହେଲେଁ, ପଠାନର୍ ହାତେଁ ବିକିକରି ତୁଇଁ ଲଖିକେ ମାରିନେଲୁ ଗୋ ବା’…ଲଖିକେ ମାରିନେଲୁ… l ଯେନ୍ ଲଖି ତୋର୍ ପୁଓର୍ ଜୀବନ୍ ବଁଚେଇ ଥିଲା, ଆଏଜ୍ ଛାର୍ ସାତ୍ ଶ’ ଟଁକାଥିଁ ବିକି ନେଲୁ … l ବା’ ତୁଇଁ ମୁୁନୁଷ୍ ନୁହେସେ ଗୋ …l ହେ ପଶୁଠାନୁଁ ଭିଲ୍ ହୀନ୍ ଅଉ… l” ୬/୭ ବର୍ଷିଆ ଛୁଆଟାକର୍ କଥା ଶୁନିକରିଁ ହାଡ଼ୁର୍ ଆଖିଁ ଦୁଇ ଧାର୍ ଲହ ବୁହିଆଏଲା l “ହଁ ବେଟା… ! ଠିକ୍ କହୁଛୁ l ତୁଇଁ ଲଖିର୍ ବର୍ମସ୍ ନେଇଁ ଲାଗିଁ ବେଟା ! ମୁଇଁ ବର୍ମସ୍ ଲାଗିଛେଁ l ଲଖିର୍ ବର୍ମସିଆ ମୁଇଁ ଆଏଁ l ଯେନ୍ ଲଖି ଆମ୍’କୁଁ ତାର୍ ଗୁରସ୍ ଦେଇକରି ପୁସିଛେ,ପାଳିଛେ ଆଏଜ୍ ମୁଇଁ ତାହାକେ ମରନ୍ ମୁହୁଁକେ ଠେଲିନେଲି ? ଲଖିର୍ ବର୍ମସ୍ ମୁଇଁ କେଭେଁ ଶୁଝି ନେଇଁପାରେଁ…କେଭେଁ ଶୁଝି ନେଇଁପାରେଁ… l”

    “ହମାଁ….ଆଁ….ଆଁ….”
ହଠାତ୍ ଲଖିର୍ ଗୁଗାନ୍ ଥିଁ ଚମ୍’କି ପଡ଼୍’ଲା ହାଡ଼ୁ l ଲଖି ଦୁଆଁ ଧରିକରି ପଲେଇ ଆସିଛେ l ଯେନ୍ତା ପିକପ୍ ଭେନ୍’କେ ଚଢାବାର୍ କେ କଲେ ଲଖି ଉତ୍’କି ବସଲା l କାଦର୍ କେ ଲାତ୍ ମାରିକରି ଦୁଆଁ ସହେତେ ପଲେଇ ଆଏଲା l ହାଡ଼ୁ ଲଖିନିକେ ଯେଇକରି ଦୁଆଁକେ ଢିଲି ନେଲା l ଲଖିର୍ ମୁଡ୍’କେ ସୁଆଁଲି ନେଲା l ଲଖି ହାଡ଼ୁକେ ଚର୍କୋ ଚର୍କୋ ଚାଟିନେଲା l ହାଡ଼ୁର୍ ଖନେଁ ବେଁକ୍ ରଖିନେଲା l ଲଖିର୍ ଆଖୁଁ ଆରୁ ହାଡ଼ୁର୍ ଆଖୁଁ ଗଙ୍ଗା ଯମୁନା ଦୁଇ ଧାର୍ ବାହାରି ପଡ଼ୁଥିଲେ l ଗୁଟେ ପଶୁ ଆରୁ ମୁନୁଷର୍ ପ୍ରେମ୍ ଦେଖିକରି କାଦର୍ ପଠାନ୍ ହାଡ଼ୁର୍ ଘରୁଁ ପଲେଇ ଆଏଲା l

             – ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!