ମଝା ଗାଁ ଖୁଲିର୍ ଲମ୍ ହା ଘର୍ କେ ଦେଖିକରିଁ ଯେ କେହି ଭିଲ୍ ଜାନିପାର୍ବା ଇଟା ଗଁତିଆ ଘର୍ ଆଏ ବଲିଁ l ଘର୍ ଟା ଦୁଇ ପରସ୍ ହେଲେଁ ଭିଲ୍ ଉପର୍ ମହଲା ଥିଁ ଖପର୍ ଛିଆ ହେଇଛେ l ଗାଁ ଖୁଇଲ୍ ଆଡ଼୍ କେ ବଢ଼େ ଲମ୍ଭା ପିଁଢ଼ାଟେ l ପିଁଢ଼ା ତ ନୁହେସେ,ମେଲା ପର୍ଛି କହେଲେଁ ଠିକ୍ ହେବା l ଲମ୍ବା-ଚଉଡ଼ା,ଠାଟ୍-ବାଟ୍ ସବୁଆଡ଼ୁଁ ଘର୍ ଟା ଗାଁ ଉପୁରେଁ ଆଏ l ଆରୁ ଗଁତିଆ ଭିଲ୍ କେନ୍ସି ଆଡ଼ୁଁ କମ୍ ନୁହେସେ l ଠାଟ୍-ବାଟ୍,ଧନ୍ ପନ୍ ସବୁଥିଁ ଗାଁର୍ ଉପୁରେଁ ଆନ୍ l ଗୁଟେ ବଲିଁ ପୁଓ l ସୁନ୍ଦର୍ ଯେନ୍ତା,ସୁତର୍ ଭି ହେନ୍ତା l ବନିହାଁ ଦିନ୍ ବେକାର୍ ରହେଲା ପରେଁ ଏଭେଁ ସର୍କାରୀ ଚାକିରୀଟେ ପାଇଛେ l ହେତିର୍ ଲାଗିଁ ଗଁତିଆ ବବାର୍ ମନ୍ କେତିନି ଉସତ୍ l ଏଭେଁ ଗଁତିଆ ବବା ଟିକେ ବଦଲି ଗଲାନ l ଉଞ୍ଝା ଲୋକ୍ କୁଁ ହୀନ୍ ନଜରେଁ ଦେଖ୍ ବାର୍ ଟା ,ବଡ଼୍ ପନି କଥା କହେବାର୍ ଟା ତାର୍ ସଭାବ୍ ହେଇଗଲାନ l
ସବୁ ଦିନର୍ ବାଗିର୍ ଆଏଜ୍ ଭିଲ୍ ଗଁତିଆ ବବା ଗାଁ ଖୁଲିର୍ ପିଢ଼ାଁନ ଖଟ୍ ଗୁଟେ ପାରିକରିଁ ବସଲେ l ବେଲହୁ ବେଲର୍ ଚାଏର୍ ବାଜିଗଲେଁ ଗାଁ ଖୁଇଲ୍ ଟା ଗହଲ୍ ଗହଲ୍ ଲାଗ୍ ସି l କାଁ କରି ବଏଲେଁ ଗାଁ ମୁଡ଼୍ ସାର୍ ମଦ୍ ଭାଟିନୁଁ ମତୁଆଲ୍ ମାନେ ମଦ୍ ପିଇକରିଁ ଆଏସନ୍ ଆରୁ ଗାଁ ଖୁଲିଁ ହଲେଇ ମାରି ମାରି ଇ ମୁଡ଼୍ ସୁଁ ସେ ମୁଡ଼୍ ସା ତକ୍ଯାଏସନ୍ l ମତୁଆଲ୍ ମାନ୍ କୁଁ ଦେଖିକରିଁ ଗଁତିଆ ବବାର୍ ମନ୍ ଖଲ୍ ଖଲାଲା l ଖଏନୁ(ତାର୍ ଗୁତି)କେ ଡାକି କରିଁ ପାଖେଁ ବସାଲେ ଆରୁ କହେଲେ-
-“ବୁଝୁଲୁ ଖଏନୁ ! ଆଏଜ୍ ଇ ବାଟେଁ କେତେଟା ମତୁଆଲ୍ ଯିବେ ଯେ ଗନ୍ ମା l”
-“ହଁ ଗଁତିଆ l”
-“ହେ ଦେ ଗୁଟେ ମତୁଆଲ୍ ଆଏଲା l କେତେ ହେଲା ?”
-“ଗଁତିଆ, ଏକ୍ l”
-“ଇହାଦେ ଫେର୍ ଗୁଟେ ଆଏଲା l କେତେ ହେଲା ?”
-“ଦୁଇ ହେଲା, ଗଁତିଆ l”
-“ଦେଖ୍, ଫେର୍ ଗୁଟେ ଆଏଲା l କେତେ ହେଲା ?”
-“ତିନ୍ ହେଲା l”
××× ××× ××× ×××
-“ଫେର୍ ଗୁଟେ ମତୁଆଲ୍ ଆଏଲା, କେତେ ହେଲା ?”
-“ଏକୁଶ୍ ହେଲା,ଗଁତିଆ l”
-“ଦେଖୁଛୁ ଖଏନୁ,ଘଣ୍ଟେ ନୁହେ ହେବାର୍ ତାଏଲ୍ ଆରୁ ଏକୁଶ୍ ହେଇଗଲାନ l”
ଇ ସମିଆ ଥିଁ ଗଁତିଆ ବବାର୍ ପୁଓ ଫଟ୍ ଫଟିଥିଁ ଲଡ଼୍ ବଡ଼ାତେଲ୍ ଆସିକରିଁ ଗାଁ ଖୁଲି ଝାଏ କଲା ପଡ଼୍ ଲା l ଆଏଁଖ୍ ଲାଲ୍ ଲାଲ୍ ଦିଶି କରିଁ ମୁହୁଁ ଗନ୍ଧି ଯାଉଥାଏ l ଗଁତିଆ ବବା କିଛି କହେବାର୍ ଆଘୋନୁଁ ଖଏନୁ କହି ପକାଲା-“ଗଁତିଆ, ବାଇଶ୍ ହେଲା, ବାଇଶ୍ !”
ଗଁତିଆ ବବା ଚୁପ୍ ହେଇ କରିଁ ଘର୍ କେ ଢୁକିଗଲେ ଯେ, ଆରୁ ନେଇଁ ବାହାର୍ ଲେ l
-ପ୍ରସନ୍ନ ରଣା