“ସକାଲୁଁ ସକାଲୁଁ ‘ବାଞ୍ଝେନ୍’ ରାଆଁଡ଼ିକର୍ ମୁହୁଁ ଦେଖେଲେଁ ଜଏ ନେଇଁ ହଏ ଗୋ ଭକଲୋର୍ ମାଆଁ…l” ବନ୍ ଘାଟର୍ ଚିକନ୍ ପଥରେଁ ରେଡ଼ି ରଗଡ଼ିଁ ରଗଡ଼ିଁ କହେସି ମିଟୁର୍ ମାଆଁ l ” ହେଟା କାଣା କହୁଛ ! ବାଞ୍ଝେନ୍’ମାନେ ଚାଲିଗଲେଁ ପରେ ଚାଏର୍ ଆଙ୍ଗୁଲ୍ ମାଏଟ୍ ଅଶୁଧ୍ ହେସି ଗୋ…l” ଆର ଘାଟୁଁ ମୁହେଁ ଟିକେ ସାଗୁନ୍ ଦେଇକରିଁ କହେସି ଖଏନୁର୍ ମାଆଁ l “ଖାଲି ହେତ୍’କି ନୁହେସେ ଗୋ… l ବାଞ୍ଝେନ୍’ମାନେ ଯେନ୍ ଗଛ୍ ତଲେଁ ବସିଥିସନ୍ ଚରେ କେଭେଁ ଗୁଡ଼ା ନେଇଁକରନ୍… l” ମୁହେଁ କାଠି ରେତିଁ ରେତିଁ କହେସି ଉର୍’କୁଲି l ଏତ୍’କି କଥାଥିଁ ବନ୍ ଘାଟର୍ ସବୁ ଆଏଁଖ୍ ଝନ୍’କର୍ ଉପୁରେଁ ତେର୍’ଛା ହେଇକରିଁ ପଡ଼୍’ସି l ବିଚିରି ସୁଦୁବୁଦୁ ହେଇକରିଁ ପାଏନ୍ ଗରିଏ ବୁଡ଼େଇ କରିଁ ଟଡ଼୍’ଙ୍ଗୋ ଟଡ଼୍’ଙ୍ଗୋ ଚାଲି ଆଏସି l

     “ବାଞ୍ଝେନ୍” ବଏଲେଁ ଉଁକିଆର୍ ଛାତି ଚଲ୍ କର୍’ସି l କଲ୍’ଜା ଖଁଣ୍ ଖଁଣ୍ ହେଇଯାଏସି l ଆଖୁଁ ଥପୋ ଥପୋ ପାଏନ୍ ଝରିପଡ଼୍’ସି l ହେଲେଁ, କାଣା କର୍’ବା ? କାହାର୍ ମୁହୁଁକେ ଛାପ୍’କିବା ? ଚୋରର୍ ମାଆଁ ଗୁନ୍’ସୁମୁରି କାନ୍ଦାଲା ବାଗିର୍ ମୁହେଁ ମଡ଼ା ବୁଜିନେସି l ଛାତିକେ ପଥର୍ କରିନେସି l ହେଲେଁ, ଆଏଜ୍ ବନ୍ ଘାଟେଁ ତାହାକେ ଯେନ୍ ଟପାଗୁଲିମାନେ ମାର୍’ଲେ ତାହାକେ ସୁଝି ଟୁବୁଲା ବାଗିର୍ ଲାଗୁଥିଲା l କେତେ ଦିନ୍ ଆରୁ ସହେବା ? ଯେତେ ନେଇଁ ହେଲେଁ ରକତ୍ ମଁଉସର୍ ପୁତୁଲା ତ… !

     କେତେ ଦିନ୍ ହେଲେଁ ହେଉଛେ ଯେ ଉଁକିଆର୍ ବିହା ହେବାର୍’ଟା ? ବଛର୍ ତିନ୍’ଟା ତ ! ବନେ ଘର୍’ଦୁଆର୍, ଚାକିରିଆ ପିଲା ଦେଖିକରିଁ ବିହା କରିନେଇଥିଲେ ତାର୍ ମାଁବୁଆ l ଆଏଜ୍’କାଏଲ୍ ତ ମାହାପୁରୁ ପଛେ ମିଲୁଛେ ହେଲେଁ, ଚାକିରିଆ ଜୁଏଁ ନେଇଁ ମିଲ୍’ବାର୍ l ହେତିର୍’ଲାଗିଁ ଉଁକିଆର୍ ବଏସ୍ ଅଠର ହେଲା କି ନେଇଁ ହେଲା, ସୁବିଧା ପିଲା ଦେଖିକରିଁ ବେଦୀଥିଁ ବସେଇ ନେଇଥିଲେ ତାହାକେ l ବଛର୍ ଦୁଇଟା ଉଲେଁଦୁଲେଁ କେନ୍’ତା ବତରେଁ କଟିଗଲା ଯେ, ଜାନି ନେଇଁ ହେଲା l ଧିରେ ଧିରେ ଜାନ୍’ଲା ଯେ, ତାର୍ ଶାଶ୍ ଶଶୁର୍ ଭିଲ୍ ନାତିନାତେନ୍ ଖେଲାବାର୍’କେ ନୁରି ବସଲେ ନ l “ସଥେଁ ତ ! ଦୁଇ ବଛର୍ ଭିତିରେଁ ତାହାକେ କଣାକାଣିଟେ ତ ହେବାର୍ କଥା l” ଉଁକିଆର୍ ମୁଣେଁ ପର୍’ବତ୍ ମାଡ଼ି ବସଲା l

     ବଛରେ ହେଲାନ ଡାକ୍ଟର୍’ଖାନା ଦୌଡ଼ୁଛନ୍ ମାଏଝି-ମୁନୁଷ୍ l କେତେ ବଇଦ୍ ଗୁନିଆଁ, କେତେ ପୂଜାପାଠ୍, କେତେ ଉପେଚାକର୍ କଲେନ l ଦୁଇ ତିନ୍’ଠାନେ ବଦଆଁ ଛଦିଆଁ ଭିଲ୍ କଲେନ l ଖାଲି କର୍’ମା ନୁହେ ଗାଡ଼୍’ବାର୍’ତାଏଲ୍ ଯାହା l ଆଏଜ୍ ଗୁଟେ ଡାକ୍ଟର୍ ବଏଲେଁ କାଏଲ୍ ଗୁଟେ ଡାକ୍ଟର୍’କେ ଦେଖଉଛନ୍ l କେତେ କାଣା ପରିଖ୍ଯା ଭିଲ୍ କରୁଛନ୍ l କେଭେଁ କାଣା କରାହେବା, କେଭେଁ କେନ୍ ଡାକ୍ଟର୍’ନିକେ ଯିବେ,  କେଭେଁ କେନ୍ ଉଷୋ ଖାଏବାର୍’କେ ପଡ଼୍’ବା ସବୁ ଦେଖ୍’ରେଖ୍ କରୁଥିଲା ମଙ୍ଗୁଲୁ l “ମଙ୍ଗୁଲୁ” ବଏଲେଁ ଉଁକିଆର୍ ବର୍ l

     ଉଁକିଆ, ମଙ୍ଗୁଲୁର୍ ପଛେଁ ପଛେଁ ଦଉଡ଼ୁଥିଲା l

     “ବାଞ୍ଝେନ୍” ଇ ଡାକ୍’ଟା ତାର୍ ଜାତକ୍ ନାଆଁ ବାଗିର୍ ଲାଗୁଥିଲା l ତାର୍ ମାଁବୁଆ ତ ତାର୍ ନାଆଁ ଦେଇଥିଲେ “ଉଁକିଆ” l ହେଲେଁ, ତାର୍ ଜୀବନ୍ ଥିଁ କେଭେଁ ଉଁକିଆ ନେଇଁ ଥେଇଁ l ଥିଲା କିଟ୍ କିଟ୍ ଅନ୍ଧାର୍ l କେନ୍ ବିହା-ବର୍’ପନ୍, କେନ୍ ଏକ୍’ଶିଆ, କି କେନ୍’ସି ଶୁଭର୍ ଠାନେଁ ତାହାକେ ଲୋକ୍ ଅସ୍’ଗୁନିଏନ୍ ବଲୁଥିଲେ l ହେତିର୍’ଲାଗିଁ ଢବାଘରେଁ ଟାଏଟ୍ ଦେଇକରିଁ କମ୍ ନେଇଁ କାନ୍ଦି ଉଁକିଆ ?

     ଦିନେ ତାକର୍ ଚୁଏଲ୍’ପାଟିଁ ଗର୍’ଭନି ବିଲେଇଟେ କୁଁଥଉଛେ l ବିଲେଇଟା କେତେ କଲ୍’ବଲ୍ ହେଉଛେ l ବିଲେଇର୍ ଜୀବନ୍ ପଲେଁଉଡ଼େଁ ହେଉଛେ l ସେଟାକେ ଦେଖିକରିଁ ଉଁକିଆ ଭାବାଲା, ତାହାକେ ଭିଲ୍ ହେନ୍’ତା ଦୁଖ୍’ଟେ ଦର୍’କାର୍ l ହେନ୍’ତା କୁଁଥେନ୍’ଟେ ଦର୍’କାର୍ l କାଏଁ ହେଲାଯେ ମାହେଝିମାନେ ଇନ୍’ତା ଦୁଖ୍’ଟେ ନୁର୍’ସନ୍, ଇନ୍’ତା କୁଁଥେନ୍’ଟେ ନୁର୍’ସନ୍ ? ଉଁକିଆ ବୁଝି ନେଇଁ ପାର୍’ଲା l

     ଦିନେ ତ ତାର୍ ଶାଶ୍ ପୁଟ୍’ପୁଟଉ ଥିଲା, “କାଏଁ କର୍’ମି ? ବାଞ୍ଝେନ୍ ଆଏ l ମୋର୍ ତ ଗୁଟେ ବଲିଁ ପୁଓ l ନାତି ନାତେନର୍ ମୁହୁଁ ଆରୁ କେନୁଁ ଦେଖିମି… l ଗଛ୍ ଥିଲେଁ କାଣା କର୍’ବୁ, ଫଲ୍ ଫଲ୍’ଲେଁ ତ ? ବଛରେ ଅଧେ ଦେଖିମି, ନେହେଲେଁ ଫେର୍ ଗୁଟେ ଆନ୍’ମୁଁ l” ଉଁକିଆର୍ ଛାତି ରଜ୍ କଲା l ସଅଁତା ଆନ୍’ବାର୍ କଥା ଶୁନିକରିଁ ରାଏତ୍ ସଏର୍’ତା କାନ୍ଦାଲା l ହେଲେଁ, ମଙ୍ଗୁଲୁ ତାହାକେ କେଭେଁ ହତାଦର୍ ନେଇଁ କରେ l ତାହାକେ କାନେ କାନ୍ ବୁଝେଇକରିଁ କହେସି, “ବୁଝୁଲୁ କେଁ ଉଁକିଆ… ! ମତେ ଛୁଆପୁତା ଦର୍’କାର୍ ନେଇଁରେ… l ତୁଇଁ ଖାଲି ଥା l ତୁଇଁ ଥିଲେଁ ମୋର୍ ସବୁ ଅଛେ l
ତୁଇଁ ଥିଲେଁ ମୋର୍ କାଏଁଟା ଉନା,
କର୍’ନି, କଲାସୁ ପଡ଼ିଛେ ଜୁନ୍’ହା l”

     ଉଁକିଆ ପାଏନ୍ ଗରିଆକେ ଉହ୍ଲେଇ କରିଁ ଢବାଘର୍’କେ ଢୁକିଗଲା l “ଇ…ବୁଆ…, ଆଲ୍’ମାରୀର୍ ଟାଏଟ୍’କେ ମେଲାକରିଁ ଅପନେ ଅଫିସ୍ ପଲେଇଗଲେ କାଏଁ ଗା… l” ଆଲ୍’ମାରୀର୍ ଟାଏଟ୍’କେ ଯେନ୍’ତା ଦେଇନେମି ବଏଲା, କାଗଜ୍ କେରେ ଭଟ୍ କଲା ପଡ଼୍’ଲା l ଦେଖେଲା, ସବୁ ଡାକ୍ଟର୍’ଖାନାର୍ କେଁ କେଁ ପରିଖ୍ଯାର୍ କାଗଜ୍’ପତର୍ ଆଏ l ଗୁଟେ ଗୁଟେ କରିଁ ସବୁ କାଗଜ୍ ପଢ଼ିପକାଲା ଉଁକିଆ l ପଢ଼ୁନ୍ ପଢ଼ୁନ୍ ଆଖିଁ ପାଏନ୍ ଜମିଗଲା l ଅକ୍ଷର୍’ମାନ୍’କୁଁ ଧିରେ ଧିରେ ଫଟିକ୍ ଭାବେଁ ଚିହ୍ନିଁ ନେଇଁ ପାର୍’ଲା l  ମୁଡ଼୍ କିନ୍ଦ୍ରେଇଙ୍ଗଲା l ଲତ୍ କଲା ବସି ପକାଲା l ଆଏଁଖ୍ କାନ୍ ଅନ୍ଧାର୍ ପଡ଼ିଗଲା l

     “ତାଁକର୍ ଦୋଷ୍ ଅଛେ… ! ଦୋଷ୍ ମୋର୍ ନାଇଁନ… ! ବଏଲେଁ, ମୁଇଁ ବାଞ୍ଝେନ୍ ନୁହେସେ… ଠେଟେଲ୍ ନୁହେସେ… ମୁଇଁ ମାଁ ହେଇପାର୍’ମି… l” ଉଁକିଆର୍ ଆଖୁଁ ଅନ୍ଧାର୍ ଧିରେ ଧିରେ ପାତଲ୍ ହେଇଗଲା l ଆଏଜ୍’ତକ୍ ଯେନ୍ ଦୁଖ୍ ସହିଛେ, ସେଟା ତାର୍ ଭାଗର୍’ଟା ନୁହେସେ, ମଙ୍ଗୁଲୁର୍ ଭାଗର୍’ଟା ଆଏ l ତାର୍ ଆଖିଁ ମଙ୍ଗୁଲୁର୍ ଚେହେରା ନାଚି ଉଠୁଲା l ଲୋକ୍ ସବୁ ଜାଗାନ ତାହାକେ ବାଞ୍ଝେନ୍ କହୁଥିଲେଁ ଭିଲ୍ ମଙ୍ଗୁଲୁ ସବୁ କଥାକେ ଜାନିକରିଁ ସତ୍’କେ ଲୁକଉଥିଲା l ଉଲ୍’ଟିଆ ତାହାକେ “ତୁଇଁ ଥିଲେଁ ମୋର୍ ସବୁ ଅଛେ, ମୋର୍ ଛୁଆପୁତା ଦର୍’କାର୍ ନେଇଁ” ବଲିଁ ଭୁର୍’ତଉଥିଲା l “ଆଏଜ୍ ଟଁଟି ଫଟେଇ କରିଁ କହେମି, ମୁଇଁ “ବାଞ୍ଝେନ୍” ନୁହେସେ…, ମୁଇଁ “ଠେଟେଲ୍” ନୁହେସେ… l” ପାଗେଲେନ୍ ବାଗିର୍ ଗୁଗଉଥିଲା ଉଁକିଆ l

     ଇ ସମିଆଥିଁ ଭଟେଁ ଲୋକ୍ ହୋହାଲ୍ଲା ହଉଥିବାର୍ ଶୁଭାଲା l ତାର୍ ଶାଶ୍ ଶଶୁର୍ ଭିଲ୍ କାନ୍ଦିବସଲେ l କାନ୍ଦି ଶୁନିକରିଁ ଘରୁଁ ବାହାରି ଆଏଲା ଉଁକିଆ l ଡାକ୍ଟର୍’ଖାନାର୍ ଗାଡ଼ିନୁଁ ମଙ୍ଗୁଲୁର୍ ମୁର୍’ଦାର୍ ବାହାରୁଥିଲା l ମଙ୍ଗୁଲୁ ଅଫିସ୍ ଗଲାବାଟେଁ ଟରକ୍’ଟେ ଢିସି ନେଇଥିଲା ଆରୁ କଥା ସରିଯାଇଥିଲା l

     ଜୀବନର୍ ସବୁ ଦୁଖର୍ ପସରା ବୁହିକରିଁ ଉଁକିଆ ମାଁ’ ଘର୍’କେ ପଲେଇ ଆଏଲା l ଫେର୍ ଛାତିଥିଁ ପଥର୍ ଲଦିକରିଁ ଗର୍’ସା ଗିଲୁଥିଲା ଉଁକିଆ l ଜୁଆନ୍ ଝିଇର୍ ରାଆଁଡ଼ି ଭେସ୍ ଦେଖିକରିଁ ତାର୍ ମାଁବୁଆର୍ ଛାତି କର୍’ତି ହେଉଥିଲା l “ବାଞ୍ଝେନ୍” ପଦ୍’ଟା ଉଁକିଆର୍ କାନେ ପିଟି ହେଉଥିଲା l ହେଲେଁ, ଆରୁ ସତ୍ କଥାଟା ବତେଇ କରିଁ ଫାଏଦା କାଣା ? ମଙ୍ଗୁଲୁ ତ ମରିସାରିଥିଲା l

     ଉଁକିଆର୍ ଜୀବନ୍-ଡଙ୍ଗା ଫେର୍ ଘାଏ ଟଲ୍’ମଲେଇ ବସଲା l

     ଦିନେ ଦୁଇଟା ଫଟ୍’ଫଟିଥିଁ ଚାଏର୍’ଟା ପିଲା ଉଁକିଆକେ ଦେଖି ଆଏଲେ l ନିଜର୍ ବିହାକଥା ଶୁନିକରିଁ ଉଁକିଆର୍ ପାଦ୍’ତଲୁଁ ଧର୍’ତି ଖର୍’ଲି ବସଲା l “ନେଇଁ ମୁଇଁ ବିହା ନେଇଁ ହେଇପାରେଁ…, ମୁଇଁ ତ ରାଆଁଡ଼ି ଆଏଁ … l”
ଜାନିକରିଁ ଭିଲ୍ ତାର୍ ଆଗ୍’କୁତି “ବାଞ୍ଝେନ” ପଦ୍’ଟା ଲଗେଇ ନେଇଁ ପାର୍’ଲା l ହେଲେଁ, ଫଗୁନୁର୍ ଗୁଟେ ଜିଦ୍ l ବିହା ହେବାତ ଉଁକିଆକେ ବିହା ହେବା l ସେ ସବୁ ଜାନିକରିଁ ଇଟା ଫଏସଲା କରିଛେ l ଉଁକିଆ ଭିଲ୍ ଶେଷ୍’କ୍ ମୁଡ଼୍ ଗାଡ଼ିନେଲା l

     ବଡ଼ା ଧୁମ୍’ଧାମ୍’ଥିଁ ବିହା ସରିଗଲା l କୁନୁଆଁକମ୍ ଭିଲ୍ ଧିରେ ଧିରେ ପାତଲ୍ ହେଇ ବସଲେ l ଫଗୁନୁ ଘର୍ ଭିତର୍’କେ ଆଏଲା l
– “ଉଁକିଆ… ! ଶୁଇ ପଡ଼୍’ଲୁ ନ ଭାଏଲ୍… l”
– “ନେଇଁ… , ଟିକେ ଝୁମୁରି ପଡ଼ିଥିଲିଁ… l” କହେଲା ଉଁକିଆ l
– “ଉଁକିଆ… , ମୁଇଁ ତତେ କଥାଟେ କହେମି… l”
– “କ୍ କ୍ … କହ ନି… ଯେ… l” ଉଁକିଆ ଥୁକ୍ ଗିଲିକରିଁ କହେଲା l
– “ଉଁକିଆ, ତୁଇଁ ଭାବୁଥିବୁ ମୁଇ ତତେ କାଏଁହେଲାଯେ ବିହା ହେଲିଁ ବଲିଁ l ତୋର୍ ବାବଦ୍’ଥିଁ ମୁଇଁ ସବୁ ଜାନିଛେଁ l ହେତିର୍’ଲାଗିଁ ମୁଇଁ ତତେ ଖାଲି ବିହାହେଲିଁ l”
“ତୁମେ କାଣା କହୁଛ ଯେ, ମୁଇଁ ତ ନେଇଁ ବୁଝୁବାର୍ !” ଆସିରିଜ୍ ହେଲା ଉଁକିଆ l
” ଉଁକିଆ, ମୁଇଁ ନେଇଁ ଚେହିଥେଇଁ ଯେ, ମୋର୍ ଲାଗିଁ କେନ୍’ସି ଟୁକେଲର୍ ଜୀବନ୍ ବର୍’ବାଦ୍ ହଉ ବଲିଁ l ମୁଇଁ ତ ଠିକ୍ ଥିଲିଁ l ମୋର୍ ମାଁବୁଆ ବର୍’କସା ମତେ ବିହା ହେବାର୍ ଲାଗିଁ କହେଲେ l ହେତିର୍’ଲାଗିଁ ମୁଇଁ ତତେ “ବାଞ୍ଝେନ୍” ବଲିଁ ଜାନିକରିଁ ବିହା ହେଇଛେଁ l କାଣା କହେମି, ଅଜାଗା ଘା’, ଦେଖି ନେଇଁ ହଏ କି ଦେଖେଇ ନେଇଁ ହଏ l”
“କାକାକ୍… କାଣା ?” ଉଁକିଆର୍ କଥା ଖନିଁ ମାର୍’ଲା l
“ହଁ ଉଁକିଆ ! ଗୁଟେ ଏକ୍ସିଡେଣ୍ଟ୍’ଥିଁ ମୁଇଁ ମୋର୍ ସବୁ ହରେଇଛେଁ l ମୁଇଁ ଆରୁ କେଭେଁ ବୁଆ ହେଇ ନେଇଁପାରେଁ l”
“ନେଇଁ… ମୁଇଁ ବାଞ୍ଝେନ୍ ନୁହେସେ… ମୁଇଁ ବାଞ୍ଝେନ୍ ନୁହେସେ…” ଉଁକିଆ କିଲ୍ଲେଇ କିଲ୍ଲେଇ କରିଁ କହେଲା l ହେଲେଁ, ତାର୍ ଆବାଜ୍ ମୁହୁଁ ଭିତିରୁଁ ନେଇଁ ବାହାରୁଥେଇଁ l ଖାଲି, ମୁହୁଁକେ କାପ୍ କାପ୍ କରିଁ କହୁଥିଲା ଆରୁ କାନ୍ଦୁଥିଲା l ଉଁକିଆର୍ ଜୀବନ୍’ନୁଁ “ଉଁକିଆ” ସବୁଦିନର୍ ଲାଗିଁ ପଲେଇ ଯାଇଥିଲା l ତାର୍ ଆଗ୍’କୁତି ଥିଲା ଖାଲି ଅନ୍ଧାର୍ l ବିଟ୍ ବିଟ୍ ଅନ୍ଧାର… l

          – ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!