ଯେ’ ଆଏ ମାଆଁର୍ ସେନ୍ଦୁର୍, ଚୁରି,
ଭୋକର୍ ସମିଆର୍ ପଖାଲ୍ ଖୁରି,
କୁଟୁମ୍-ବାରିର୍ ଘୁରେନ୍, ବତା,
ଦୁଖର୍ ଖରାର୍ ସୁଖର୍ ଛତା,
ସେ ଆଏ ପରେ ବା’…
ତାର୍ ଛାଏଁ ତଲ୍‌କେ ଘାଏ ଆ… ॥୧॥

ଘରର୍ ମୁର୍ଦ୍ଧୁନି ମୁସୁଲି, କନା,
ଅଲି ଅର୍ଦଲିର୍‌ ପଏସା ମୁନା,
ସେନ୍‌ହୋ ଶର୍‌ଧାର୍ ହଲ୍‌ଦି ଗିନା,
ମାନ୍ ମହତର୍ ପତା ଠିକାନା,
ସେ ଆଏ ପରେ ବା’…
ତାର୍ ପାଦ୍‌ତଲେଁ ଶରନ୍ ଯା… ॥୨॥

ଯାହାର୍ ହାତେଁ ଭାଗ୍ଯର୍ ରେଖା,
ଯାହାର୍ ଖନେଁ ଯାତାରା ଦେଖା,
ଯାହାର୍ ପିଠ୍ ଘୁଡ଼ାର୍ ଆସନ୍,
ଯାହାର୍ କୁଲେଁ ସୁନାର୍ ସପନ୍,
ସେ ଆଏ ପରେ ବା’…
ତାର୍ ଗୁନ୍ ଘାଏ ଗା… ॥୩॥

ପିଇସି ଯିଏ ଦୁଖର୍ ଦରିଆ,
ଭର୍‌ସି ଯିଏ ସୁଖର୍ ଗରିଆ,
ମେରୁହାଡ଼୍ ବାଗିର୍ ପଛ୍‌କେ ରହି,
ଦୁଖ୍ ଦାର୍‌ଦର୍ ଯାଏସି ସହି,
ସେ ଆଏ ପରେ ବା’…
ତାର୍ ପାଦ୍‌ତଲେଁ ପଡ଼ି ଥା… ॥୪॥

ପେଟର୍ ଭୋକ୍‌କେ ଆଖିଁ ମାରେ,
ସବୁ ଦୁଖ୍‌କେ ଛାତିଁ ଭରେ,
ସାରା ଦୁନିଆଁ ଜିତିକରି,
ଛୁଆର୍‌ଠାନୁଁ ଯାଏସି ହାରି,
ସେ ଆଏ ପରେ ବା’…
ତାର୍ ପାହାଧୁଏଲ୍ ଟିକେ ପା… ॥୫॥

           – ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!