ବାକି ଦିନର୍ ବାଗିର୍ ଆଏଜ୍ ଯମ୍ ପୁରେଁ ଗହଲ୍ ଚହଲ୍ ନେଇଁନ l ସିଂହାସନ୍ ଥିଁ ଚୁପ୍’ଚାପ୍ ବସିଛନ୍ ମୃତ୍ଯୁଦେବ୍ ଯମ୍ l କାଲ୍, ବିକାଲ୍ ଖାଲି ଫୁସୁର୍ ଫାସର୍ ହେଉଛନ୍ l ଚିତ୍ରଗୁପ୍ତ ପାଞ୍ଜି ପୁଥିକେ ଘାଏକେ ଘାଏ ଉଲ୍’ଟଉଛନ୍ l କାଣା ଗୁଟେ ବିଷେଥିଁ ଯମ୍ ପୁରେଁ ସଭେ ଭାଜୁର୍ କୁଟୁର୍ ହେଉଛନ୍ l ପାଖେଁ ଠିଆ ହେଇଛନ୍ ଦୁଇଟା ଆତ୍ମା l ଗୁଟେ ମାଷ୍ଟର୍ ଆରୁ ଗୁଟେ ଡାକ୍ଟର୍ l
ଯମ୍- (ଟିକେ ଖାଁସିକରି) ଚିତ୍ରଗୁପ୍ତ ! କିଛି ଗୁଟେ ସମାଧାନ୍’ର ବାଟ୍ ବାହାର୍’ଲା ତ ? ଜଲ୍’ଦି ଇ ଦୁହି ଆତ୍ମାଙ୍କର୍ ପାପ୍ ପୁଇନ୍ ବିଚାର୍ କରି ଶାସ୍ତି ବିଧାନ୍ କର୍’ମା l
ଚିତ୍ରଗୁପ୍ତ- ମୃତ୍ଯୁଦେବ୍ ! ଇ ଦୁହି ଆତ୍ମାଙ୍କର୍ ମୃତ୍ଯୁ ଭାରତର୍ ଓଡ଼ିଶା ରାଏଜେଁ ହେଇଛେ l ଇମାନ୍’କର ମର୍’ତିଅ ପୁରର୍ କାମ୍ କବାର୍ କେ ଦେଖ୍’ଲେଁ, ସେଟା ପାପ୍ ଆଏ କି ପୁଇନ୍ ଆଏ ଜନା ନେଇଁ ପଡ଼୍’ବାର୍ l ସେ ଦୁହେଁ ନରକ୍’କେ ଯିବେ କି ସରଗ୍’କେ ଯିବେ ଭାବି ନେଇଁ ହେବାର୍ l ଇ କେସ୍’ଟା ତ ବନେ କଂପ୍ଲିକେଟେଡ୍ ଲାଗୁଛେ ମୃତ୍ଯୁଦେବ୍ ! ମୋର୍ ହିସାବେଁ ଇ କେସ୍’କେ ବିଷ୍ଣୁ ମାହାପୁରୁ ନିକେ ରେଫର୍ କଲେଁ କେନ୍ତା ହେତା ?
ଯମ୍- (ମୁଲ୍’କି ହଁସିଟେ ହଁସିକରି) ବଢି଼ଆ କଥାଟେ କହେଲ ଚିତ୍ରଗୁପ୍ତ ! ମତେ ଇହାଦେ ଟିକେ ଉସାସ୍ ଲାଗଲା l କାଲ୍, ବିକାଲ୍ ! ଯ ଇ ଦୁହି ଆତ୍ମାକେ ବୈକୁଁଠ୍ ପୁରୁଁ ଛାଡ଼ି ଆଏବ l
କାଲ୍ ,ବିକାଲ୍- ଯଥାଜ୍ଞା ମୃତ୍ଯୁଦେବ୍ !

     ବୈକୁଁଠ୍ ପୁର୍ l ବସିଛନ୍ ବିଷ୍ଣୁ ମାହାପୁରୁ l ନାରଦ୍ ପ୍ରବେଶ୍ କଲେ l

ନାରଦ୍- ନାରାୟଣ, ନାରାୟଣ, ନାରାୟଣ l ପ୍ରଣାମ୍ ପ୍ରଭୂ !
ବିଷ୍ଣୁ- ଆୟୁଷ୍ମାନ୍ ଭବ l ନାରଦ୍ ! ଦେଖତ, ବାଟ୍ ଦୁଆରେଁ ଦୁଖି ଆତ୍ମା ଦୁଇଟା ଆସିଛନ୍ ବାଗିର୍ ଲାଗୁଛେ l
ନାରଦ୍- ଯଥା ଆଜ୍ଞା ପ୍ରଭୁ ! (ବାଟ୍ ଦୁଆରୁଁ ଦେଖି ଆସିକରି) ଗୁଟେ ଡାକ୍ଟର୍ ଆରୁ ଗୁଟେ ମାଷ୍ଟର୍ ଆସିଛନ୍ ପ୍ରଭୁ l
ବିଷ୍ଣୁ- ଡାକ ଡାକ l
ନାରଦ୍- ଯଥାଜ୍ଞା ପ୍ରଭୁ ! (ଡାକ୍ଟର୍ ଆରୁ ମାଷ୍ଟର୍’କେ ଡାକିକରି ଆନ୍’ଲେ)
ଡାକ୍ଟର୍ ଆରୁ ମାଷ୍ଟର୍- ପ୍ରଣାମ୍ ପ୍ରଭୁ ! ଆମେ ଦୁହେଁ ଝନେ ଡ଼ାକ୍ଟର୍ ଆରୁ ଝନେ ମାଷ୍ଟର୍ l ଆମେ ପୁର୍’ଥି ଥିଁ ଜୀବନ୍ ଲୀଳା ସାରିକରି ଆସିଛୁଁ l ଆମର୍ ପାପ୍ ପୁଇନ୍ ବିଚାର୍ କରି ବୈକୁଁଠ୍ ପୁରେଁ ଠାନ୍ ଦେଉନ୍ ପ୍ରଭୁ !
ବିଷ୍ଣୁ- ଆଚ୍ଛା, ଆଚ୍ଛା l ତ, ଡାକ୍ଟର୍ ବାବୁ ପହେଲା ତୁମେ କହ l ପୁର୍’ଥି ଥିଁ ତୁମେ କାଣା କାଣା ପୁଇନ୍ କାମ୍ କରିଛ ?
ଡାକ୍ଟର୍- ପ୍ରଭୁ ! ପୁର୍’ଥି ଭିତିରେଁ ମତେ ଦୁତିଅ ଈଶ୍ୱର୍ ବଲ୍’ସନ୍ l କାଁ କରି ବଏଲେଁ, ମାହାପୁରୁ ସବୁବେଲେଁ ଦୁଖିମାନ୍’କର୍ ଠାନ୍’କେ ପହଁଚି ନେଇଁ ପାରନ୍ ବଲିଁ l ମୁଇଁ ବହୁତ୍ ପରିଶ୍ରମ୍ କରି ମେଡିକାଲ୍ ଲଗାଲି l ସର୍’କାରୀ ମେଡିକାଲ୍ କଲେଜ୍ ଥିଁ ଛଅ ବଛର୍ ତକ୍ ପଢ଼୍’ଲି l କେବିକେ ଜିଲାଥିଁ ଚାଏର୍ ବଛର୍ ତକ୍ ଡାକ୍ତରୀ କଲି l ତେହେରୁଁ ସହର୍’କେ ବଦଲି ଆଏଲି l ମୋର୍ ଡିମାଣ୍ଡ୍ ଧିରେ ଧିରେ ବଢ଼ିଗଲା l ପହେଲା ପହେଲା ଘରେଁ ଗୁଟେ କ୍ଲିନିକ୍ ଖୁଲ୍’ଲି l ଧିରେ ଧିରେ ଏତ୍’ତି ବେମାରି ମୋର୍ ଠାନ୍’କେ ଆଏଲେ ଯେ, ନର୍ସିଂ ହୋମ୍’ଟେ ବନାଲି l ସାତ୍ ବଜେନୁଁ ଦଶ୍ ବଜେତକ୍ ଘରେଁ, ଦଶ୍ ବଜେନୁଁ ଘାଏ ବାଗିର୍ ସର୍’କାରୀ ଡାକ୍ଟର ଖାନା, ତେହେରୁଁ ନର୍ସିଂ ହୋମ୍ ଆରୁ ଫେର୍ ପାଁଚ୍ ବଜେନୁଁ ରାତିର୍ ଆଠ୍ ବଜେତକ୍ ଫେର୍ ଘରେଁ ବେମାରିମାନ୍’କର୍ ସେବା କଲି l ରୋଗୀ ସେବାଥିଁ ମୋର୍ ପୂରା ଜୀବନ୍ କଟିଛେ ପ୍ରଭୁ ! ମତେ ବୈକୁଁଠ୍ ପୁରେଁ ଜାଗା ମିଲୁ l
ବିଷ୍ଣୁ- ତୁମେ ରୋଗୀମାନ୍’କର ବହୁତ୍ ସେବା କରିଛ ଡାକ୍ଟର୍ ବାବୁ l ହେଲେଁ, ତମ୍’କୁଁ ବୈକୁଁଠ୍ ପୁରେଁ ଜାଗା ନେଇଁ ମିଲେ l
ଡାକ୍ଟର୍- କାଁ କରି ପ୍ରଭୁ !
ବିଷ୍ଣୁ- ତୁମେ ରୋଗୀର୍ ସେବା ନାଁ ରେ ରୋଗୀମାନ୍’କର୍ ନୁଁ ବହୁତ୍ ପଏସା ଫିଜ୍ ଆକାରେଁ ନେଇଛ l ଅଦର୍’କାରୀ ଟେଷ୍ଟମାନେ କରେଇ କରି ପେଥୋଲୋଜିଷ୍ଟ୍ ମାନ୍’କର୍’ନୁଁ କମିଶନ୍ ଖାଇଛ l ଦାମ୍’କିଆ ଉଷୋ ଲେଖିକରି ଉଷୋ ଦୁକାନୁଁ ଭିଲ୍ କମିଶନ୍ ପାଇଛ l ସର୍’କାରୀ ଡାକ୍ଟର୍ ଖାନାକେ ନେଗେଲେଟ୍ କରିଛ l ଶେଷେଁ କଲାହାଣ୍ଡିର୍ ଦାନ ମାଝିକେ ଏମ୍ବୁଲେନ୍ସଟେ ଭିଲ୍ ନେଇଁ ଦେଇକରି ରୋଗୀ ସେବାର୍ ଅପମାନ୍ କରିଛ l ନାରଦ୍, ଡାକ୍ଟର୍ କେ ହେପ୍’କାତେଲ୍ ନେଇକରି ମୋର୍ ଠାନୁଁ ବିଦା କର l
ନାରଦ୍- ଯଥାଜ୍ଞା ପ୍ରଭୁ ! (ଡାକ୍ଟର୍’କେ ନିକିରାଲେ)
ବିଷ୍ଣୁ- ଆଚ୍ଛା ! ମାଷ୍ଟର୍ ଆଜ୍ଞା ତୁମର୍ କଥା କହ l ପୁର୍’ଥି ଭିତିରେଁ ତୁମେ କାଣା କାଣା ପୁଇନ୍ କାମ୍ କରିଛ ?
ମାଷ୍ଟର୍- ମୁଇଁ କିଛି ପୁଇନ୍ କାମ୍ ନେଇଁ କରି ପ୍ରଭୁ ! ଏନ୍ତା କି କେଭେଁ ମୁଇଁ ଅଏନ୍ କରି ଛୁଆକୁଁ ପାଠ୍ ଭି ନେଇଁ ପଢ଼େଇଁ l ପାଠ୍’ଶାଠ୍ ଦୁଇ ଅଖର୍ ପଢିଥିଲି ବଲି ପେଟ୍ ପୁଷୁବାର୍ ଲାଗିଁ ଏସ୍. ଏସ୍. ଚାକିରୀଟେ କଲି l ପହେଲା ଛଅ ବଛର୍ ତକ୍ ଠିକ୍ ହିସାବେଁ ଦରମା ନେଇଁ ପାଏଲି l ହେତିର୍ ଲାଗିଁ ପହେଲା ଛଅ ବଛର୍ ବିଧାନ୍ ସଭା ଘେରାଉ, ଧର୍ମଘଟ, ଷ୍ଟ୍ରାଇକ୍ ଥିଁ ମୋର୍ ଦିନ୍ ଗଲା l ରେଗୁଲାର୍ ହେଲି କି ସର୍’କାରୀ ଯୋଜନାକେ କାର୍ଯ୍ଯକାରୀ କଲି l ପ୍ରତିବର୍ଷ ଠିକ୍ ପାଠ୍ ପଢ଼ା ଦିନ୍’ମାନ୍’କେଁ ସହଯୋଗ୍, ସାମର୍ଥ୍ଯ, ଉଜ୍ଜଲା, ଉତ୍ଥାନ ଇନ୍ତା ଅନେକ୍ କିସମର୍ ଟ୍ରେନିଂଥିଁ ଗଲି l ସବୁଦିନେଁ ମଧ୍ଯାହ୍ନ ଭୋଜନ୍ ଲାଗିଁ ଦାଏଲ୍, ଆଲୁ, ଅଣ୍ଡା, ସୋୟାବଡ଼ି, ତୁନ୍ ଶାଗ୍ ଘିନାଥିଁ ବେଲେ ଲେଖା କାଟ୍’ଲିଁ l ଆର ବେଲେଁ ସର୍’କାରୀ ବିଲ୍’ଡିଙ୍ଗ୍ ବନାବାର୍ ଲାଗି ଇଟା, ପଥର୍, ବାଏଲ୍, ସିମେଣ୍ଟ୍, ମିସ୍ତ୍ରୀ ଯୋଗାଡ଼୍ ଥିଁ କାଟ୍’ଲିଁ l ଜନଗଣନା, ଗୃହ ଗଣନା, ପଶୁ ଗଣନା, ଶିଶୁ ଗଣନା, ନଲଚୁଆଁ ଗଣନା, ଭେଟର୍ ତାଲିକା ତିଆରି, ବି.ପି.ଏଲ୍. ସର୍ଭେ ପ୍ରତି ବର୍ଷ କରିଛେଁ l ପ୍ରତିମାସେଁ ଛୁଆକୁଁ କିର୍ମି ଉଷୋ ବାଆଁଟିଛେଁ l ‘ଖୁସି’ ଯୋଜନାଥିଁ ଟୁକେଲ୍ ମାନ୍’କୁଁ ନେପ୍’କିନ୍ ବାଆଁଟିଛେଁ l ହରିଜନ୍, ଆଦିବାସୀ ପିଲାମାନ୍’କର୍ ଜାତିଗତ ସାର୍ଟିଫିକେଟ୍ ଭିଲ୍ ବନେଇଛେଁ l ସବୁ ଛୁଆକର୍ ବେଙ୍କ୍ ଏକାଉଣ୍ଟ୍ ଖୁଲିଛେଁ l ଆଧାର୍ କାର୍ଡ଼୍ ସଂଶୋଧନ୍, ଭୋଟର୍ ତାଲିକା ସଂଶୋଧନ୍ କରିଛେଁ l ବିଜ୍ଞାନ୍ ମେଲା, ଶିଶୁ ମେଲା, ସୁରଭି ସବୁନିକେ ପିଲା ପଠେଇଛେଁ l ଇ ଉଜ୍ଜଲା କାର୍ଯ୍ଯକ୍ରମ୍ ଆଏଲା ଦିନୁଁ ମୋର୍ ଚାର୍ହି ଆଡ୍ ଅନ୍ଧର୍ ଦିଶିଲା l ଭଲ୍ ପିଲାକୁଁ ଛାଡ଼ିକରି ଗଧା ପିଲାକୁଁ ଅ, ଆ ଶିଖାଲି l ପରୀକ୍ଷା ବେଲ୍’କେ ପିଲାର୍ ଖାତାଥିଁ ଲେଖିକରି ଭଲ୍ ମାର୍କା ଭିଲ୍ ଦେଇଛେଁ l ଏନ୍ତାକି ଟୋଲ୍ ଫ୍ରି ନମ୍ବର୍ ଆଏଲା ଦିନୁଁ ମୁଇଁ ଇସ୍କୁଲେଁ ସର୍’ପଟି କରି ରହିଛେଁ l ଶେଷ୍’କେ କଲା-ଧଲା ପେଁଟ୍ ସାଟ୍ ପିନ୍ଧିକରି ମୋର୍ ସଉକ୍ କେ ଭିଲ୍ ଦବେଇ ଦେଇଛେଁ l ମୁଇଁ କେଭେଁ ପାଠ୍ ନେଇଁ ପଢ଼େଇଁ ପ୍ରଭୁ, କେଭେଁ ପାଠ୍ ନେଇଁ ପଢ଼େଇଁ l
ବିଷ୍ଣୁ- (ଥନ୍’ଥନେଇ କରି) ଅଉର୍ ନେଇଁ କହୁନ୍ ଆଜ୍ଞା l ମତେ କନ୍ଦାବ କେ ? ନାରଦ୍ ! ଆଜ୍ଞାକୁଁ ବୈକୁଁଠ୍ ପୁର୍ ଭିତର୍ କେ ନିଅ l
ନାରଦ୍- ଯଥାଜ୍ଞା ପ୍ରଭୁ ! (ମାଷ୍ଟର୍’କେ ନେଇକରି ଗଲେ)
ବିଷ୍ଣୁ- (ମନେ ମନେ) ଧର୍’ତି ଥିଁ ଡାକ୍ଟର୍’ମାନେ ତ ସରଗ୍ ସୁଖ୍ ପାଇ ସାରିଛନ୍ l ଦୁଇ ଥର୍ ସରଗ୍ ସୁଖ୍ ପାଏବାର୍’ଟା ଭଲ୍ ନୁହେ l ଆରୁ ମାଷ୍ଟର୍’ମାନେ ? ଓଡ଼ିଶାର୍ ସର୍’କାରୀ ଇସ୍କୁଲ୍ ନରକ୍ ପୁରୀନୁଁ କାଣା କମ୍ ଆଏ ?? ଦୁଇ ଥର୍ ନରକ୍ ଭୋଗ୍ ଭିଲ୍ ଅନିଏ ଆଏ l ଠିକ୍ ବିଚାର୍ ହେଇଛେ ତ ???

               – ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!