ସାଗର୍ ପାଲିର୍ “ମୌସୁମୀ” ସାଙ୍ଗେ
ସର୍‌ଗି ପାଲିର୍ “ମେଘୁ”,
ଜୁନ୍ ପନ୍ଦ୍ରକେ       ବିହା ଲଗନ୍
ଶୁଝି ସାରିଛେ ଆଘୁଁ।
ବାଦଲ୍ ପାଲିର୍     ଦୁଲ୍‌ଦୁଲି ବଜା
ଦୁଲ୍‌କି ଯିବା ଛାତି,
ଚନ୍ଦର୍ ପୁରର୍       ରୂପା ଚାନ୍ଦୁଆ
ଉବାଗର୍ ଜନକ୍ ରାତିଁ।
‘ଇନ୍ଦ୍ର ଟେଣ୍ଟ୍’       ବାନ୍ଧି ଦେଇଛେ
ସାତ୍ ରଙ୍ଗିଆ ଗେଟ୍,
ଧର୍‌ତି ଉପୁରେଁ    ପାରି ଦେଇଛେ
ସାଗୁଆ ରଙ୍ଗର୍ ମେଟ୍।
ମଙ୍ଗଲ୍ ପାଲିର୍      ବିଜିଲି ବତି
ଉକିଆ ବେଦୀ ଶାଲ୍,
ଯୁଗ୍‌ଯୁଗିଆ         ଲିଚୁ ବଲ୍
ଜଲୁଛେ ମଲ୍‌ମାଲ୍।
ଭଁଡ଼ାର୍ ପୁରିର୍  ‘ବାଦଲ’ ଗଉର୍
ଆଏଲା ପାଏନ୍ ବୁହି,
ଝାର୍‌ମୁଡ଼ା ଗାଁ’ର୍ ମଲି,ମାଲ୍‌ତି
ମହକିଲେ ଅଁତର୍ ଦେଇ।
ନଲି ଚୁଆଁନୁ    ବେଙ୍ଗ ମାଆଁସି
ଆଏଲା ହୁଲ୍‌ହୁଲି ଦେଇ,
ପିପିଲି ପାଲିର୍ ପିପୀଲୀ ବହନେ
ଗଲେ ପାଏନ୍ ପଲ୍‌ଟେଇ।
ଆମ୍’ସଢ଼ା ଗାଁ’ର୍ ‘କୋକିଲ’ ବାହ୍ମନ୍
ମନ୍ତର୍ ପଢ଼୍‌ଲା ଟେକେଁ,
ମଙ୍ଗଳ ସୂତ୍ର     ପିନ୍ଧେଇ ଦେଲା
“ମେଘୁ” “ମୌସୁମୀ”ର୍ ବେକେଁ।
‘ଆରବ୍’,’ବଙ୍ଗୋପ୍’ ବାଟ୍ କଢ଼ାଲେ
ଦୁହେଁ ଜଲ୍‌ଙ୍ଗିଆ ହେଇ,
“ଘୂର୍ଣ୍ଣି” ଗଉରେନ୍ ସାଙ୍ଗେ ଆଏଲା
ଭୁଆସେନ୍ ଭୁଗା ବୁହି।
ଛତା ଟେକିକରିଁ ବାଏଲ୍ ପଟିଆ
ଭୁଆସେନ୍ ନେଲା ବରିଁ,
“ମେଘୁ” “ମୌସୁମୀ”ର୍ ପିର୍‌ତି ଧାରା
ସର୍‌ଗୁଁ ପଡ଼୍‌ଲା ଝରି।

                               -ପ୍ରସନ୍ନ ରଣା

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!