ଧିରେ ଧିରେ ବିହାଘରର୍ କୁନୁଆଁକମ୍ ପାତଲ୍ ହେଇ ବସ୍ଲେ। ରିସେପ୍ସନ୍ ଷ୍ଟେଜ୍ ଉପୁରେଁ ସ୍ୱାତୀ ସାଙ୍ଗେଁ ବସି ବସି ବିତ୍ବିତା ହେଇ ଯେଇଥିଲାନ ରୂପେଶ୍। କୁଟୁମର୍ ଅତି ନିଜର୍ ଲାଗେଲେସର୍ ଛାଡ଼ି କରି ବାକି ସଭେ ପଲେଇ ଯେଇଥିଲେନ।
ରାତିର୍ ଏଗାର ବାଜି ସାରିଥିଲାନ। ଆଏଜ୍ ରୂପେଶର୍ ବିହାର୍ ପହେଲା ରାଏତ୍। ରୂପେଶର୍ ବହୁ ରୂପେଶର୍ ହାତ୍ ଧରିକରି ଘିଚ୍ତେଲ୍ ଆନ୍ଲେ ତାର୍ ଶୁଇବାର୍ ଘର୍ନିକେ। ରୂପେଶ୍କେ ଘର୍ ଭିତର୍କେ ପେଲେହି କରି କବାଟ୍କେ ଅଜେଇ କରି ଖିଲ୍ଖିଲାତେଲ୍ ପଲେଇ ଗଲେ।
ରୂପେଶ୍ ଦେଖ୍ଲା ପଲଙ୍କ୍ ଉପୁରେଁ ବସିଛେ ସ୍ୱାତୀ। ଘର୍ଟା ଗୁଟେ ନୂଆଁ ମହକ୍ଥିଁ ମହକି ଉଠୁଛେ। ଖଟ୍ ଉପୁରେଁ ଗୁଲାପ୍ ଫୁଲର୍ ପାଖୁଡ଼ା ସର୍ସର୍ ବିଛା ହେଇଛେ। ଭୁଆସେନ୍ ଉଢ଼୍ନି ଦେଇକରି ବସିଛେ ସ୍ୱାତୀ। ରୂପେଶର୍ ଛାତି ଧକ୍ଧକ୍ କରିବସ୍ଲା। ଭିତର୍ ଆଡ଼ର୍ ଶିକିଲା ଦେଇକରିଁ ଖଟେଁ ବସ୍ଲା ରୂପେଶ୍।
ହଠାତ୍ କବାଟ୍ ଠକ୍ଠକ୍ କଲେ ରୂପେଶର୍ ବହୁ। ଟଙ୍ଗ୍କଲା ଉଠିକରି କବାଟ୍ ଅଡ଼ାଲା ରୂପେଶ୍। ତାର୍ ବହୁ ନୂଆଁ ଧୋବ୍ ରଙ୍ଗର୍ ବେଡ୍ସିଟ୍ଟେ ରୂପେଶ୍କେ ଧରେଇକରି କହେଲେ,”ଇ ବେଡ୍ସିଟ୍ଟା ପଲଙ୍କ୍ ଉପୁରେଁ ଦସେଇ କରି ଶୁଇବ। ତୁମର୍ ବାପା ମାଁ ଇଟା ପଠେଇଛନ୍। ସଖାଲୁଁ ଇ ବେଡ୍ସିଟ୍କେ ମୁଇଁ ନେଇ ଆଏମି। ମତେ ଇଟା ଫିରାବ। ଇଟା ଇ ଘରର୍ ରିବାଜ୍ ଆଏ।” କହିକରି ମୁଲୁର୍ ମୁଲୁର୍ ହଁସ୍ତେଲ୍ ପଲାଲେ ରୂପେଶର୍ ବହୁ।
ରୂପେଶ୍ କିଛି ବୁଝି ନେଇଁ ପାରୁଥେଇଁ। ହେଲେଁ ସେ ଏତ୍କି ବୁଝିଛେ ଯେ ତାର୍ ମାଁ ବୁଆ ଟିକେ ପୁରୁଣା ଚାଲ୍ ଚଲନର୍ ଲୋକ୍ ଆନ୍। ତାକର୍ କଥାତ ମାନ୍ବାର୍କେ ପଡ଼୍ବା।
ସକାଲୁଁ ସକାଲୁଁ ତାର୍ ବହୁ କବାଟ୍ ଠକ୍ଠକାଲେ। ରୂପେଶ୍ ତର୍ସର୍ ଉଠିକରି ତାର୍ ଆଙ୍ଗୁଟ୍କେ କେଚିଁ ନେଲା। ଆଙ୍ଗୁଟ୍ନୁଁ ରକତ୍ ବାହାରି ପଡ଼୍ଲା। ଆଙ୍ଗ୍ଠିର୍ ରକତ୍କେ ଧୋବ୍ ବେଡ୍ସିଟର୍ ମଝାମୁଝି ପୁଛିନେଲା। ବେଡ୍ସିଟ୍କେ ମୁଡ଼ାକରି ତାର୍ ବହୁକେ କବାଟ୍ ଖୁଲିକରି ଧରେଇ ନେଲା। ବେଡ୍ସିଟ୍ଥିଁ ରକତ୍ ଦାଗ୍ ଦେଖିକରି ଘରର୍ ସମ୍କିରର୍ ମୁହୁଁ ଖୁସିଥିଁ ଉବାଗର୍ ଦିଶଲା। ଭାଏଲ୍ ନୂଆଁ ଭୁଆସେନର୍ ଭର୍ଜିନିଟି ସାର୍ଟିଫିକେଟ୍ ପାଇଗଲେ କେଁ… !
– ପ୍ରସନ୍ନ ରଣା