ଭାବର୍ ବନ୍ଧନ୍ ବାସ୍ରି ଚନ୍ଦନ୍
ବାସୁଥିସି ମହମହ,
ଭାବର୍ ବନ୍ଧୁ କୁର୍ପା ସିନ୍ଧୁ
ଲାଗୁଥିସି ଗହଗହ ॥୧॥
ଭାବର୍ ଭାଷା ମୁଲ୍କି ହଁସା
ଖଁଣ୍ ମଧୁର୍ କଥା,
ଭାବ୍ ଥିଲେଁ ସୁରୁତ୍ ଲାଗ୍ସି
ପାଏନ୍ ଖଲ୍ଖଲ୍ ଲେଥା ॥୨॥
ଭାବ୍ ଥିଲେଁ ଅମ୍ରି ଫୁଲ୍ଭି
ମଲି ଫୁଲ୍ ଫୁଲ୍ ବାସେ,
କଲିଆ ଢୁସା ଭମର୍ ସାଙ୍ଗେଁ
ସୁନ୍ଦୁରୀ ଫୁଲ୍ ରସେ ॥୩॥
ଭାବର୍ ରସି ବାନ୍ଧି ପାର୍ସି
ଗରିବ୍ ସାଙ୍ଗେଁ ଧନୀ,
ଖୁଦ୍ ମୁର୍ହିଥିଁ କୁଷ୍ଟଁର୍ ମନ୍
ସୁଦାମା ନେଲା ଘିନି ॥୪॥
ଭାବ୍ ନେଇଁ ଦେଖେ ଧନୀ-ଗରିବ୍
ମାହାଜନ୍-ରଜାଗୁଜା,
ବିଦୁର୍ ଘରେଁ କୁଷ୍ଟଁ ମାହାପ୍ରୁ
ଖାଏଲେ ଶାଗ୍ ଭଜା ॥୫॥
ଭାବ୍ ଥିଲା ବଲିଁ ଦାସିଆ ହାତୁଁ
ନଡ଼ିଆ ନେଲା ଘିଚି,
ଭାବ୍ ଥିଲା ବଲିଁ ଦୁର୍ପଦୀକେ
ବସ୍ତର୍ ଦେଲା ଯାଚି ॥୬॥
ଭାବ୍ ଥିଲା ବଲିଁ ସୁରୁତ୍ ଲାଗାଲା
ଶବରେନ୍ ଅଏଁଠା ଫଲ୍,
ଟଁକାପଏସା ସବୁ ଫସ୍କା
ଭାବର୍ ବନ୍ଧନ୍ ଅସଲ୍ ॥୭॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି,ସୋହେଲା,ବରଗଡ଼