ଭୋଟ୍ ଦେଇଯିବାର୍ ଲାଗିଁ  ରଘୁ ବବା  ସକାଲୁଁ ସକାଲୁଁ ବହୁତ୍  ଉତାବିଲା ହେଉଛନ୍ l ସକାଲୁଁ ଗାଧିପାଧି କରିଁ ଆଏରନ୍ ମରା  ଢିଲା ପାଏଜାମା ବାହାର୍ କଲେ l  ରାଁପିକୁରି ହେଇକରିଁ,  ତିଲକ୍ ଚନ୍ଦନ୍ ଲଗେଇ କରିଁ ରେଡି l ଖାଲି ପିଲାମାନେ ଗାଆଁକେ ଭୋଟ୍ ଦେଇ ଆଏଲେଁ ,ତାଁକର୍ ସାଙ୍ଗେଁ  ଭୋଟ୍ ଦେଇ ଯିବେ l
ରଘୁ ବବା ଗାଆଁଥିଁ ଏକେଲା ରହେସନ୍ l  ଦୁଇଟା ପୁଓ l ଗୁଟେ ଡାକ୍ଟର୍, ଅଉର୍ ଗୁଟେ ଇଞ୍ଜିନିୟର୍ l ଦୁହି ପୁଓ ନିଜର୍ ନିଜର୍ ଘର୍ ସଁସାର୍ ଧରିକରିଁ ସହରେଁ ରହୁଛନ୍  l ଗାଆଁର୍ ଘର୍’ଟା କାଁକରି ଅଯତନିଆ ହେବା ବଲିଁ  ରଘୁ ବବା ଘର୍’କେ ଜୁଗିକରଁ ଏକେଲା ରହୁଛନ୍ l ପିଲାମାନେ ସହରେଁ ରହେଲେଁ ଭିଲ୍ ମଝିଁ ମଝିଁ ଗାଆଁକେ ଘାଏ ଘାଏ ଆଏସନ୍ l ନୁଆଁଖାଇ,ପୁଷ୍ ପୁନି କି ଅଲ୍’ଗା ଯାନିଯାତରା, ସବୁଥିଁ  ଗାଁ’କେ ଆଏସନ୍ l ଗାଁ’ର୍ ସାଙ୍ଗେଁ ଭାବ୍ ନେଇଁ ତୁଟୁବା ବଲିଁ ଭୋଟର୍ ଲିଷ୍ଟ୍ ଥିଁ ତାଁକର୍ ନାଁ ଟାକେ ରଖିଛନ୍ ତାଏଲ୍ l ସବୁ ଥର ଭୋଟ୍ ବେଲ୍’କେ ଗାଁ’କେ ଆସିକରିଁ ଭୋଟ୍ ଦେଇ ଯାଏସନ୍ l
ସାତ୍ ବାଜିଗଲାନ l ଇହାଦେ ଭୋଟ୍ ଦେବାର୍ ମୁଲ୍ ହେବା l ରଘୁ ବବା ଇ ବଛର୍ ପହେଲା ନୁ  ଭୋଟ୍ ଦେବାର୍ କେ ରେଡି ହେଇଛନ୍ l “ସାନ୍ ବାବୁଟା ତ ପାଖର୍ ସହରେଁ ଅଛେ l ଜଲ୍’ଦି ଆସି ଯାଏତା ବଏଲେଁ…ଠିକ୍ ହେତା l”
କାଁଥିର୍ ଘଡ଼ିକେ ଦେଖୁଛନ୍ ରଘୁ ବବା l ଗାଁ’ଟା ଆଏଜ୍   ସହର୍ ବାଗିର୍ ଲାଗୁଛେ l ଗାଡ଼ିମଟର୍ ପେଁ-ପାଁ…ସଁ-ସାଁ… l ଗାଁ’ର କାଁଥି କୁଡ଼େଁ ନେତାମାନ୍’କର୍ ହାତ୍ ଯୁଡ଼ା ଫଟୁ ସର୍ ସର୍ ଲଟ୍’କା ହେଇଛେ l କେତେ ବେନର୍, କେତେ ପୋଷ୍ଟର୍ ହିସାବ୍ ନେଇଁ l ଗାଁ’ର୍ କୁଜି ନେତାମାନ୍’କର୍ ତ ଇଟା ପୁଷ୍ ପୁନି ଆଏ l ମଦ୍ ଅଉର୍ ଶିକାର୍ ଥିଁ  ଗାଁ’ଟା ଭାସୁଛେ l
ଗଲା ରାତିଁ କେନ୍ ଦଲର୍ କର୍ମୀମାନେ ପରେ ଘର୍ ଘର୍ ବୁଲି ବୁଲି କରିଁ ଟଁକା ବାଆଁଟୁ ଥିଲେ l ଭୋଟ୍ ଗୁଟେକେ ପାଁଚ୍ ଶହ l ଆର୍ ଗୁଟେ ଦଲର୍ କର୍ମୀମାନେ ତ ଶାଢ଼ୀ,ବ୍ଲାଉଜ୍,ସାଗୁନ୍ ବାଆଁଟୁ ଥିଲେ ପରେ l ମତୁଆଲ୍  ମାନ୍’କୁଁ ଦୁଇ ଦୁଇଟା “ଘୁଡ଼ା”ପାଉଚ୍ ଭି ଦେଉଥିଲେ l ଗାଁ’ର୍ ଗୃପ୍ ପାର୍ଟିମାନ୍’କୁଁ ଗଞ୍ଜ୍, ଡେକ୍’ଚି ,ଦରୀ ସେଟ୍ ଭି ଦିଆହେଇଛେ l ଗାଁ’ର୍ ଛକ୍ ମାନ୍’କେଁ କରେହି ବସେଇ କରିଁ ପକଡ଼ି ଛନା ହେଉଥିଲା l ପକଡ଼ି ସିଝି ନେଇଁ ପାରୁଥେଇଁ ଆରୁ ଲୋକ୍’ମାନେ ଘିଚି ଉଲ୍’ଚି କରିଁ ଖେଇ ନେଉଥିଲେ ,ନ’ଅଙ୍କର୍ ଦୁର୍ଭିକ୍ଷର୍ ଭୁଖା ମାନ୍’କର୍ ବାଗିର୍ l “ହେଲେଁ, ମୋର୍ ନିକେ ତ କିହେ ନେଇଁ ଆଏଲେ ? କାଣା ଏକେଲା ଅଛେଁ ବଲିଁ ? ମୋର୍ ପୁଓବହମାନେ ଭୋଟ୍ ଦେଇ ନେଇଁ ଆସଲେଁ ଭି  ଦୁଇଟା ଭୋଟ୍ ତ ଆମେ ଦୁହିଝନ ଦେଉଛୁଁ !” ଆଶିରିଜ୍ ହେଉଥିଲେ ରଘୁ ବବା l
ବବା ଭାବୁଥିଲେ,”କାଣା ଆମେ ଭୋଟ୍ ଦେଇ ନେଇଁ ଜାନୁଁ ଭାଏଲ୍ !  ହଁ, ବାବୁର୍ ମାଁ ଭାଏଲ୍ ନେଇ ଜାନେ l ମୁଇଁ ତ ଜାନ୍’ସିଁ ! ବୁପୁରି ପହେଲା ଥର ଭୋଟ୍ ଦେଇଗଲା ଯେ, ସବୁ ଚିହ୍ନାଥିଁ ଭୋଟ୍ ଦେଇନେଲା l  କାଁ କରି କାହାର୍ ମନ୍ ଦୁଖ୍ ହେବା ? ମୋର୍ ନୁଁ ଗାଲି ଖାଏଲା କି ଭୋଟ୍ ଦେବାର୍ ଶିଖିଗଲା l ସବୁ ଚିହ୍ନା ଥିଁ ଭୋଟ୍ ଦେଲେଁ ଭୋଟ୍ ନାକଚ୍ ହେସି ଆରୁ ଗୁଟେ ଚିହ୍ନା ଥିଁ ଭୋଟ୍ ଦେଲେଁ ଠିକ୍ ହେସି ବଲିଁ ଜାନିପାଏଲା l ଆର ଥର ଭୋଟ୍ ଦେଲା କେଛୋ ଚିହ୍ନା ଥିଁ-ଆମର୍ ଗୁତର୍ ଆଏ ବଲିଁ l ଅଉର୍ ଥରେ ଭୋଟ୍ ଦେଲା ହାତୀ ଚିହ୍ନା ଥିଁ-ଲକ୍ଷ୍ମୀର୍ ବାହାନ୍ ଆଏ ବଲିଁ l ଥରେ ଭୋଟ୍ ଦେଇଥିଲା ପଦମ୍ ଫୁଲ୍ ଚିହ୍ନା ଥଁ-ଫୁଲ୍ ସୁନ୍ଦର୍ ଦିଶୁଛେ ବଲିଁ  l ଥରେ ତ ଭୋଟିଂ ମେସିନ୍ ଥିଁ ଭୋଟ୍ ଦେଲା ଯେ ନେଇଁ କହ ନ l ଚିର୍କୁଟ୍ କେ ନେଇକରିଁ ବେଲଟ୍ ସୁଇଚ୍ ଥିଁ  ଛିଙ୍ଗ୍’ଲେଇ ନେଲା ଯେ, ମେସିନ୍ ବନ୍ଦ୍ ହେଇଗଲା l ବେଡ଼ି !! ହେଲେଁ,ମୁଇଁ କାଣା ବେଡ଼ା ଆଏଁ ? ମୁଇଁ ଭୋଟ୍ ଦେମିଁ ଯେ ଇମାନେ ପରେ ରଜା ହେବେ ! ଯ’ ପୁହେ, କାହାକୁଁ ଭୋଟ୍ ନେଇଁ ଦିଏଁ ! ବେଲଟ୍ ପେପର୍ ସାଦାଟା ସବୁଥର ଛିଙ୍ଗିଲେଇନେସି l ଆରୁ ଭୋଟିଂ ମେସିନ୍ ଥିଁ ଭୋଟ୍ ଦେଲେଁ-NOTA  !”
ଘଡ଼ିକେ ଦେଖେଲେ ରଘୁ ବବା l ନ’ ବାଜିଗଲାନ l ଛାତିର୍ ଧୁକ୍ ଧୁକି ଟିକେ ବଢ଼ିଗଲା l “ଏତ୍’କି ବେଲ୍ ହେଲାନ , କିହେ ନେଇଁ ଆଏଲେ l ବଥୁଆ ଲୋକ୍ ଆଏଁ ବଲି ସିନେ ଚାଲ୍ ବାର୍’କେ କଡ଼ା ହେଉଛେ l ନେହେଲେଁ ଏକେଲା ବୁଥ୍ କେ ଚାଲି ଚାଲି ଯାଇକରିଁ ଭୋଟ୍ ଦେଇ ଆଏତିଁ ନ l ପିଲାମାନେ ଆଏଲେଁ ଫଟ୍’ଫଟି ଥିଁ ପଛ୍’କେ  ବସିକରିଁ ଯାଏତିଁ l”
ବବା ଭୋଟ୍ ଦେଇ ଯିବାର୍ କେ ଆଏଜ୍ ଏତ୍’କି ଉତାବିଲା କାଁକରି ହେଉଛନ୍ ଜନା ନେଇଁ ପଡ଼୍’ବାର୍ l
ହେଲେଁ,ତାଁକର୍ ମନର୍ ଉସ୍’ନାକି ଦେଖିକରିଁ ବର୍ ପିଲା ବରାତି ଯାଉଛେ ବାଗିର୍ ଲାଗୁଛେ l  ବାକି ଥର ଭୋଟ୍ ଦେଇଗଲେଁ ଭି ଏତ୍’କି ଗହଗହ ପନ୍ ନେଇଁ ଥେଇଁ l ଆଝିରର୍ ଭୋଟ୍ ଟା ତାଁକର୍ ଲାଗିଁ special  ଆଏ l
ବାରୁଁବାର୍ ଘଡ଼ିକେ ଦେଖୁଛନ୍ ବବା l ପିଲାମାନ୍’କର୍ ଆଏବା ବାଟ୍’କେ ଘାଏକେଁ ଛନ୍’କେଁ ଦେଖୁଛନ୍ ଯେ ଦେଖୁଛନ୍ lଟାକ୍’ବାର୍’ଟା ବଢ଼େ କଠିନ୍ କାମ୍ ଆଏ l ଗୁଟେ ଗୁଟେ ସେକେଣ୍ଡ୍ ଭି ଘଣ୍ଟା ଘଣ୍ଟା ବାଗିର୍ ଲାଗ୍’ସି l ଇ ଆଡ଼େଁ ଭୋଟ୍ ଦେବାର୍ ଲାଗିଁ ଘଡ଼ିକେ ଦେଖେଲେଁ ସମିଆ ଦୌଡ଼ୁଛେ ବାଗିର୍ ଲାଗୁଛେ l  ଦେଖୁନ୍ ଦେଖୁନ୍ ଦଶ୍ ବାଜି ଗଲାନ l ସରପଁଚ୍ ଭୋଟ୍ ଆଏ l ଏକ୍ ବଜେ ତକ୍ ଭୋଟିଂ ଚଲ୍’ବା l ତେହେରୁଁ ବନ୍ଦ୍ ହେବା l ବବାର୍ ମନ୍ ଗୁନ୍ଦୁଲେଇ ହେଲା l ଭୋଟ୍ ଦେବାର୍ ଗହକି  ଧିରେ ଧିରେ କମି ବସଲା l ମନ୍ ଟା ଆକୁଲ୍ ବିକୁଲ୍ ହେଇ ବସଲା l
ଦେଖୁନ୍ ଦେଖୁନ୍ ଏଗାର ବାଜି ଗଲାନ l ଆରୁ ଦମ୍ ଧରି ନେଇଁ ହେବାର୍ l  “ପିଲାମାନ୍’କୁଁ ଟାକି ଟାକି ଆରୁ କେତେ ଟାକିମି ?” ବବା ପିଲାମାନ୍’କୁଁ ଜଲ୍’ଦି ଆଏବାର୍ ଲାଗିଁ ଫୁନ୍ କଲେ l ପିଲାମାନ୍’କର୍ କଥା ଶୁନି କରିଁ ବବା ପୂରା ନିରାଶ୍  l ଲଥୋ କଲା ଖଟେଁ ବସି ପଡ଼୍’ଲେ l ଏସୁର୍ ଭୋଟ୍ ଦେଇ ନେଇଁ ଆସନ୍ ବଲିଁ ପିଲାମାନେ ଶୁନେଇ ନେଲେ l
ହେଲେଁ ବବା ହାର୍ବାର୍ ଲୋକ୍ ନୁହେସେ l ଘଡ଼ିକେ ଦେଖେଲେ l ବଥୁଆ ଗୁଡ଼େ ଚାଲି ଚାଲି କରିଁ ଗଲେଁ ଭି ଅଧା ଘଣ୍ଟା ଲାଗ୍’ବା l ସମିଆ ଅଛେ l ଛାତିଥିଁ ସାହାସ୍ ଜୁଟାଲେ l ବଉଁଶ୍ ବାଡ଼ିଟା ଧରିକରିଁ ସିଧା ଚାଲି ବସଲେ ଭୋଟ୍ ଦିଆ କେନ୍ଦ୍ର (ଇସ୍କୁଲ୍) ଆଡ଼୍ କେ l
ଲଡ଼ୋକଚୋ ହେଇକରିଁ ବବା ପହଁଚିଲେ ଇସ୍କୁଲ୍ କେ l ୭୫% ଭୋଟ୍ ଦିଆ ସରିଗଲାନ l ଜହ ଭିଡ଼୍ ଭାଡ଼୍ ଭି ନେଇନ l ଇସ୍କୁଲର୍ ବାହାରେଁ ମତୁଆଲ୍ ଭୋଟର୍ ଗୁଡ଼ାଦୁ ଖାଲି ଭୋଟ୍ ନୁହେ ଦେବାର୍ ତାଏଲ୍ l ଶେଷ୍ ସମିଆ ଥିଁ ପରେ ଦେବେ ଚିର୍କୁଟ୍ ନେଇକରିଁ l ବବା ପହେଲା ନିଜର୍ ବୁଥ୍ କେ ଗଲେ ଭୋଟ୍ ଦେବାର୍ ଲାଗିଁ l
ଭୋଟ୍ ଦେଇକରିଁ ଆଏଲେ ଭି ବବା ଉଦାସ୍ ଦିଶୁଥିଲେ l ବୁଥ୍ ନୁଁ ଆସିକରିଁ ବାହାରେଁ ବସିଥିବା ପୋଲିଂ ଏଜେଣ୍ଟ୍ କେ ପଚରାଲେ-“ତୋର୍ ବଡ଼ି ଭୋଟ୍ ଦେଇକରିଁ ଗଲାନ ଭାଏଲ୍ ?” ଏଜେଣ୍ଟ୍ ଭୋଟର୍ ଲିଷ୍ଟ୍ କେ ଚେକ୍ କଲା ଆରୁ କହେଲା-“ହଁ ବବା ! ବଡ଼ି ତ ଭୋଟ୍ ଦେଇ ସାଏଲେ ନ l” ବବାର୍ ଆଖିଁ ପାଏନ୍ ଢଲ୍ ଢଲ୍ କଲା l ଟଁଟି ଉଦା ହେଇଗଲା l ଆବାଜ୍ ଟିକେ ମୁଟା ହେଇଗଲା l “ଜଲ୍’ଦି ଟିକେ ଆସିଥିତିଁ ବଏଲେଁ ଭାଏଲ୍ ତା’ର୍ ସାଙ୍ଗେଁ ଭେଟ୍ ପଡ଼ିଥିତିଁ l” ପୋଲିଂ ଏଜେଣ୍ଟ୍-“ବଡ଼ି ତୁମର୍ ସାଙ୍ଗେଁ ନେଇଁ ରହନ୍ ଭାଏଲ୍ ? ଅଲ୍ ଗେଁ ରହେସନ୍ କାଏ ?” ବବା ଥନ୍’ଥନେଇ କରିଁ କହେଲେ –“ତାର୍ ମର୍’ବାର୍ ତ ପନ୍ଦର  ବଛର୍ ହେଇଗଲାନ ବାବୁ ! ସବୁ ଥର ଭୋଟ୍ ଦେଇ ଆଏସି , ହେଲେଁ ମୋର୍ ସାଙ୍ଗେଁ କେଭେଁ ଭେଟ୍ ନେଇଁ ପଡ଼େ l କେଭେଁ ଭେଟ୍ ନେଇଁ ପଡ଼େ… l”
-ପ୍ରସନ୍ନ  ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!