ଜାନୁୟାରୀ ୧୪ ତାରିଖ୍। ବଢ଼େପୁରୁଁ ଆସିକରି ଲୁରୁ ପୂଝାରୀ ଗେଟର୍ କଲିଙ୍ଗ୍ ବେଲ୍ ଚିପି କରି ଡାକ୍ ପକାଲା, “ମକର ଚାଉଲ୍ ନେଇଆସ ଗୋ…।” ଚାଉଲ୍ ତାସେଙ୍ଗେ ତାର୍ ଉପୁରେଁ ପାଁଚ୍ ଟଁକିଟେ ଥୁଇକରି ତାସିଙ୍ଗିକେ ଧରେଇ ନେଲି ପୂଝାରୀକେ। ଚାଉଲ୍ କେ ତାର୍ ଝୁଲାମୁନାଥିଁ ରୁକିନେଲା। ପାଁଚ୍ ଟଁକିକେ ଅଁଟା ନଁ ଖୁଚିନେଲା। ତାସିଙ୍ଗିଥିଁ ମକର ଚାଉଲ୍ ଦୁଇ ତିନ୍ ଚାମୁସ୍ ବଢ଼େଇ କରି ମତେ ଧରେଇ ନେଲା। ମକର ଚାଉଲ୍ ମହକି ଯାଉଛେ। ଚାଉଲ୍, ଚିନି, ଗୁରସ୍, ଦହି, କଦେଲ୍, ଖିର୍‌ସା, କୁସେର୍ ଆରୁ ଗୋଲ୍ ମରିଚ୍ ପଡ଼ିକରି ମକର୍ ଚାଉଲ୍ କହରି ଯାଉଛେ।

     ମକର ଚାଉଲ୍ କହରୁ ଥିଲେଁ ଭିଲ୍ ମନ୍  ଭିତିରେଁ ଆଗୋର୍ ସେ ମହକନ୍ ନେଇଁନ। ଯେତେବେଲେଁ ଆମେ ପ୍ରାଥମିକ୍ ଇସ୍କୁଲେଁ ପଢ଼ୁଥିଲୁଁ, ଆମେ ସବୁ ଟୁକେଲ୍‌ମାନେ ମକର ବସୁଥିଲୁଁ। ଆମ୍ ବଉଲ୍ ଖୁଆଖୁଇ ହେଇକରି ଯେନ୍ତା “ବଉଲ” ବସ୍‌ସନ୍ ହେନ୍ତା ମକର ସଂକ୍ରାନ୍ତି ଦିନେଁ ସଭେ ନିଜର୍ ନିଜର୍ ଘରୁଁ ମକର ଚାଉଲ୍ ନେଇକରି ଇସ୍କୁଲ୍ କେ ଯାଉଥିଲୁଁ। ସମ୍‌କିରର୍ ମକର୍ ଚାଉଲ୍ କେ ଗୁଟେଠାନେଁ ମିଶେଇ କରି ଖୁଆଖୁଇ ହେଉଥିଲୁଁ। ମକର ବସଲେଁ କିହେ କାହାରିର୍ ନାଁ ନେଇଁ ଧରୁଥେଇଁ। ଅକସ୍ମାତ୍ କେନ୍‌ସି ମକରର୍ ନାଁ ଧରି ହେଇଗଲେଁ ଭୁଜୁନି ହାତର୍ ଚିନି ଆଙ୍ଗୁଟ୍ କେ ସାତ୍ ଥର୍ ଦାତେଁ ଚାବୁଥିଲୁଁ। ପାପର୍ ପରାଶ୍ଚିତ୍ ଲାଗିଁ। ସମ୍‌କିରର୍ ବନିହାନ୍ ଟେ ମକର ଥିବାର୍ ଲାଗି ଡକାହକାକେ ଅସୁବିଧା ହେଉଥିଲା। ହେତିର୍ ଲାଗି ମକର ସଂବୋଧନ୍ ସାଙ୍ଗେଁ ତାଁକର୍ ନାଁ’ର୍ ପହେଲା ଅଖର୍ କେ ଯୁଡ଼ିକରି ଡାକୁଥିଲୁଁ,  ଲୋ… ସୁ. ମକର, ପ୍ର. ମକର, ଲି. ମକର, ଦି. ମକର। ସବୁ ମକର ସଂକ୍ରାନ୍ତିକେ ନିଜର୍ ନିଜର୍ ମକରମାନ୍‌କର୍ ଲାଗି ଅଏଲ୍‌ତା, ପଉଡର୍, ଖିର୍‌ପିନି, ନଖ୍ ପାଲିସ୍, ବାଲ୍ ଚେପେନା ଇନ୍ତା ଅନେକ୍ ଜିନିଷ୍ ଦିଆନିଆ ହେଉଥିଲୁଁ। ମକରକେ ଉପହାର୍ ଦେବାର୍ ଟା ଗୁଟେ ରକମର୍ ହଁକାବାଦି ଚାଲୁଥିଲା।

     ଏଭେଁ ଯୁଗ୍ ବଦଲି ଗଲାନ। ଟୁକେଲ୍‌ମାନେ ଆରୁ ମକର ବସୁଛନ୍ କି ନେଇଁ କହି ନେଇଁପାରେଁ। ବିହା ବର୍‌ପନ୍, ପିଲାଛୁଆ, ଘର୍ ଜଞ୍ଜାଲେଁ ମୋର୍ ମକରମାନେ ଭିଲ୍ ଦୁରେଇ ଗଲେନ। ଖାଲି ଯାହା ମେସେଞ୍ଜର୍ କି ହ୍ୱାଟ୍‌ସପ୍ ଥିଁ ଭାବ୍ ଦିଆନିଆ। ହେଲେଁ, ଯେଭେଁ ଭିଲ୍ ମକର ସଂକ୍ରାନ୍ତି ଆଏସି, ଗେଟର୍ କଲିଙ୍ଗ୍ ବେଲ୍ ବାଜେଲେଁ  ମୁଇଁ ଦଉଡ଼ି ଯାଏସିଁ। ମନ୍ ଭାବୁଥିସି କିଏ ଝନେ ଡାକ୍‌ତା କାଏଁ, “ମକର ଲୋ… ! ହଏଲୋ ପ୍ର.ମକର… ଗେଟ୍ ଖୁଲ ! ମକର ଚାଉଲ୍ ଆନିଛେଁ ପରେ ! ମକର ଲୋ… !”

              – ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!