ମରଣର୍ ତିହାର୍ • ଆଶୁତୋଷ ମନୀଷ
————————————————-
ଇ ମରଣ୍ ମାନେ ଭି ଗୁଟେ ତିହାର୍ ହଉନ୍ ନଁ !!
ନାଁ-ଗାଁ-ଲୋକ୍ ବାକ୍
ସମ୍କୁ ମୁର୍ଛି ଦେବାର୍ ଟା ଭି
ଗୁଟେ ପରବ୍ ହଉ।
କାହାରିର୍ ଲାଗି ଦୁଖର୍ ଗାଉନି ଗାଉନ୍
କାହାରିର୍ ଲାଗି ଶିରି ତୁଟା କାନ୍ଦି ହଉନ୍
ଦୁଖ୍ ହଉନ୍
କଷ୍ଟ ହଉନ୍
ହେଲେଁ ଭି ଭଁଡାର୍ କନର୍ ଘଡ୍ଘଡି ଥି
ଛାତି ଚଲ୍ କଲା ବିଜ୍ଲି ନାଇଁ ହଉନ୍!!!
ଇ ମରନ୍ ମାନେ ଭି ଗୁଟେ ଗୁଟେ ତିହାର୍ ହଉନ୍…!!
ଜୀବନ୍ର କଲା କରମ୍ର ଲେଖାଯୁଖା
କି ମୃତ୍ୟୁଞ୍ଜୟ ହେବାର୍ ଭାବ୍ନାକେ
ସୁଗନ୍ଧିର୍ ପୁଷ୍ଟି ବର୍ଦ୍ଧନ୍ ହଉ…!!
ଶେଷ୍ କାଲର୍ ସୁର୍ତା ସବୁ
ଝଲ୍ସି ଗଲା ବେଲ୍କେ
ମନ୍ଟା ଉନା ନାଇଁ ହଉ..!!
ଛାତିଥରା ଦରଦ୍ଥି ଜୀବନର୍ ଆକୁଲ୍ ନାଦ୍ଟା
ଆପେଁ ସଁକ୍ରି ଯଉ।
ଆଦର୍ ଥାଉ
ନିଜର୍ପନ୍ ଥାଉ…
ଜୀବନର୍ କଥାନିମାନେ ଯୁଗ୍ଯୁଗ୍ ତକ୍
ସେ କଁଟେ ଜିଇଁ ରହିଥାଉନ୍
ଇ ମରନ୍ ମାନେ ଭି ଗୁଟେ ଗୁଟେ ତିହାର୍ ହଉନ୍…!!
ଜିଇଁବାର୍ଟା ଯଦି ଉସ୍ନାକ୍ ଆଏ
ବଏଲେ ଇ ମରଣ୍ଟା ଘଲେ ଭି ତ
ସତ୍ ସାଏରୁପ୍ ଆଏ…!!!
ସେ ସତ୍ମାନେ ଭି ଉସ୍ନାକେ ସାମିଲ୍ ହଉନ୍ ନିଜେ,
ଇ ମରନ୍ ମାନେ ଭି ଗୁଟେ ଗୁଟେ ତିହାର୍ ହଉନ୍..!!