—-+( ମଶାନ୍ ପଦା )+—
ଦୁଇ ଝନ୍ ଲୋକ୍ କଥା ହଉଥିଲେ
ମଶାନ୍ ପଦାନେ ବସି
ଝନେ କହୁଥିଲା ଆର ଝନ୍କେ
କଥା ଗୁଟେ ହଁସି ହଁସି ।
ଜୀବନ୍ ଜଂଜାଲେଁ ଘାଁଟି ହେଇ ଆମେ
ସଢ଼ୁଛୁଁ କେତେଟେ ଦୁଃଖେଁ
ଦେଖ୍ ତ ଭାଇରେ ମୁର୍ଦାର୍ ମାନେ
ଶୁଇଛନ୍ ହାଏ ସୁଖେଁ ।
ଶୁନ୍ଲା ଯେନ୍ତା ମୁର୍ଦାର୍ ଗୁଟେ
ଠିଆ ହେଲା ତତାପନା
ବଏଲା ତମ୍କୁଁ ଶୁଇବାର୍ ଲାଗିଁ
କିଏ କଲା କାଏଁ ମନା ।
ଜୀବନ୍ ହରେଇ ଶେଷ୍କେ ଆମେ ଯେ
ଇଠାନେ ପାଇଛୁଁ ଠାନ୍
ଠାନ୍ ଟିକେ ତମେ ନୁରୁଛ ବଏଲେଁ
କର ହୋ ଜୀବନ୍ ଦାନ୍ ।
ଜୀବନ୍ ଜଂଜାଲେଁ ଗୁଲି ଘାଁଟି ହେଇ
ସଢ଼ୁଛ ଯେତ୍କି ଦୁଃଖେଁ
ତମେ ଭି ମର୍ଲେଁ ଇନ୍କେ ଆଏଲେଁ
ଶୁଇଥିବ ହାଏ ସୁଖେଁ ।
କେତେ ଆଏଲେନ କେତେଯେ ଆଏବେ
ମଶାନ୍ ପଦାଟା ସାଖୀ
ଟାକି ରହିଥିଲେଁ ଆଏସ ସର୍ଲେଁ
ସମିଆ ଆନ୍ବା ଡାକି ।
ଇଠାନେ ନାଇଁନ ହିଁସା ଅହଁକାର୍
ନାଇଁନ ଦୁଃଖର୍ ଡର୍
ପର୍ କି ନିଜର୍ ଭେଦ୍ ନାଇଁ ଇନ
ଇଟା ହିଁ ଅସଲ୍ ଘର୍ ।
ଆର ଝନ୍କ ବଏଲା ତ ଇଟା
ସତ୍ କଥାଟେ ବୋ ଦଦା
ମଲା ପରେଁ ଯେନ ଶାନ୍ତି ମିଲ୍ସି
ସେ ଠାନ୍ ମଶାନ୍ ପଦା ।
କୃଷ୍ଣ ଚନ୍ଦ୍ର ଭୋଇ
ଗନିଆଁପାଲି
ବରଗଡ଼