ଗୀତି କବିତା……

—(( ମାଆଁ ଶିରୀ ସମଲେଈ ))—

ମହା ନଏଦ୍‌ ଖଣିଁ ସେମେଲ୍‌ ତଲେଁ
ରହେଲୁ ଉସତ ହେଇ ଗୋ
ସମଲ୍‌ ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲେଈ ।
ଲାଲ୍‌ ସେନ୍ଦୁରେଁ – ମନ୍ଦାର୍‌ ମାଲେଁ
ଦିଶୁ କେଡେ ଶୁଭାମୟୀ ଗୋ…..
ସମଲ୍‌ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲାଈ । ୧

ଶୈଲପୁତ୍ରୀ- ବ୍ରହ୍ମ ଚାରିଣୀ- କୁଷ୍ମାଣ୍ଡା
ଚନ୍ଦ୍ରଘଣ୍ଟା – କାତ୍ୟାୟନୀ
ସ୍କନ୍ଦମାତା- କାଲରାତ୍ରୀ- ମହାଗୌରୀ
ସିଦ୍ଧିଦାତ୍ରୀ – ନାରାୟଣୀ
ଭାବେଁ ଅଭାବେଁ – ତୁଇଁ ସଭାବେଁ
ମହାମାୟା ବରଦାୟୀ ଗୋ…..
ସମଲ୍‌ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲାଈ ୨

ଘଁଟେଶିରୀ- ମେଟାକାନୀ-ସୁରେଶ୍ବରୀ
କୁଆଁରୀ-ଚନ୍ଦର୍‌ ହାସିନୀ
ପାଟନେଶିରୀ ତୁଇଁ ମାଣିକେଶିରୀ ଗୋ
ଭୈରବୀ- ବିନ୍ଧ୍ୟବାସିନୀ
ରହିଛୁ ଦେଶେଁ -କେଡେ ସୁଭେଷେଁ
କେତେ କେତେ ନାଆଁ ପାଇ ଗୋ….
ସମଲ୍‌ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲାଈ । ୩

ବାର ମାସେଁ ତେର ପରବ ଧରି ଗୋ
ପାଉଛୁ ଷୁହଲ ପୂଜା
ବାଜେ ଢ଼ୋଲ୍‌ ତାସା ମୁହୁରୀ ନିଶାନ
ଭର୍‌ନି ଷୁହଲ ବଜା
ଦେଉଲ୍‌ ଶିଘେଁ – ଉଡୁଛେ ଧଜା
ନାଆଁ ତୋର୍‌ ଗାଇ ଗାଇ ଗୋ….
ସମଲ୍‌ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲାଈ । ୪

ମାଆଁ ସାହା ହେଲେଁ ଛୁଆକେ ତାହାର୍‌
ଦୁଃଖ୍‌ ନାଇଁ ପାରେ ମାଡି
ପନତ ଉଢ଼େଇ ରଖିଥିବୁ ମାଆଁ
ଗୁଡେଁ ନାଇଁ ଦେବୁ ଆଡି ।
କରିଛୁଁ ଆଶା – ତୁଇଁ ଭରସା
ସାହା ହେବୁ ମହାମାୟୀ ଗୋ……
ସମଲ୍‌ପୁରର୍‌ ଶିଘା ଦେବୀ ତୁଇଁ
ମାଆଁ ଶିରୀ ସମଲାଈ । ୫

କୃଷ୍ଣ ଚନ୍ଦ୍ର ଭୋଇ
ଗନିଆଁପାଲି
ବରଗଡ଼

Spread the love

Leave a Reply

Your email address will not be published. Required fields are marked *

error: Content is protected !!