ବୁଢ଼ା ଡଙ୍ଗରେଁ ଧରା ଛପ୍‌କା,
ହୁର୍ଗୁନି ହୁର୍ଗୁନି କାନ୍ଦେ ପଁଣ୍‌କା।
ଖରା,ବର୍ହା ତୁଲିଆ ଚିରି,
ପଲେଇ ବସଲେ ଜୀବନ୍ ଧରି।
ହନ୍‌ମାନ୍,ମାକର୍ ଗୁହୁଡ଼ା ଗୁହୁଡ଼ା,
ଜୀବନ୍ ଆକୁଲେଁ ଛପ୍‌କା ଟମଡ଼ା। ଗୁଏ,ଗୁନ୍‌ଚା,ସାଁପ୍,କଁଟିଆ,
ଝୁରି ହେଇଗଲେ ଦର୍‌ପଚିଆ।
ଗୁଁର୍ରୁ,ତିତେଲ୍ ଥୁତୁନା ଯାକିଁ,
ଯେହିଁ ଗଲେଁ ନେଇଁ ପାରଲେ ଲୁକି।
ଗୁଛା ପତରା ସବୁ ସାଫ୍,
ଝାରର୍ ଜଁତୁ କାପ୍ କାପ୍।
ଧଅଁରା,ମହୁଲ୍,ରେଙ୍ଗାଲ୍,ବିଜା,
ଦର୍‌ପୁଢ଼ା ହେଲେ ଯେତେ ନର୍‌ଜା।
ନଡ଼ା,ପୁଆଲର୍ ନେଇଁନ ଚିହ୍ନା,
ସାଫ୍ ହେଇଗଲା ଗୋରୁକର୍ ଦାନା।
ଖାର୍‌ମୁଡ଼ି ହେଲା ଧର୍‌ତୀ ରାନୀ,
ପୁଡ଼ିଗଲା ତାର୍ ପନତ୍ କାନି।
ଧର୍‌ତୀ ରାନୀର୍ ଶୁଖୁଲା ହିଆ,
ଡଙ୍ଗରେଁ ଦେଖି ମାକର୍ ବିହା।

ଯାହାକେ ବଲୁଛୁ ମାକର୍ ବିହା,
ବୁମେରାଂ ଆଏ ଜାନିଥା ତାହା।
ଲେହେଟି ଆଏବା ସମିଆ-ଧୁକା,
କାହାଲି,ବେଟିଆ ସକଲି ପକା।
ମହୁଲ୍ ବେଟାର୍ ହଉଛେ ନାଁ,
କେତେ ଦିନ୍ ତକ୍ ଧରାବୁ ଦାଁ ?
ମୁନୁଷ୍ ଜୀବନ୍ କାଏଁ ଲାଗୁଛେ ପିତା ?
ଜାଲୁଛୁ ନିଜେଁ ନିଜର୍ ଚିତା !!!

                  -ପ୍ରସନ୍ନ ରଣା

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!