ସରଗ୍‌ନୁଁ  ସୁନ୍ଦର୍ ଆଏ ମାମୁଁଘର୍
ଧର୍‌ତୀର୍ ଅମରାବତୀ,
ଗହଗହ ମନ୍ ମହମହ ପନ୍
ଭରିଥିସି ଚାର୍‌ହିକୁତି ॥୧॥

ଯଦି ଅଜାବୁଢ଼ା ହେଇଥିବା ଘୁଡ଼ା
ନାତି ଆଏ ଛତର୍‌ପତି,
ଆଈର୍‌ ଗୁଡ଼େଁ ଝୁଲି ଗଙ୍ଗୋ ଚି… ଦୁଲି
କୁଲା ଏଡ଼େ ହେସି ଛାତି ॥୨॥

ମାମୁଁର୍‌ ଖନ୍‌ଗୁରା ମାଇଁର୍‌ ଗେଲ୍‌ କରା
ମାଆଁସିର୍‌ ମୁଲ୍‌କି ହଁସି,
ଗାଧି ଗଲାବେଲେଁ କେତେ ଲାଡ଼େଗେଲେଁ
କୁରୋବାଲୋ କରିନେସି ॥୩॥

କାଏଁ ରଜା… ଖଁଣ୍‌ ଖଜା…
କଥାନୀ କହେଲେଁ ଅଜା,
ଆଈ ଦେଲେଁ ଦୁହି ଗାଲେଁ
ଚୁମା ଦିଆ ବଢ଼େ ମଜା ॥୪॥

ଜୁଲିକେ ଜୁଲି ପେଁଟ୍‌ ଦଗଲି
ମାମୁଁ ଆନ୍‌ସନ୍‌ ଘିନି,
ମେନ୍‌ ମନ୍‌ସା ଖଁଣ୍‌ ଖିର୍‌ସା
ମାଇଁ ଦେସନ୍‌ ମନ୍‌ ଜାନି ॥୫॥

ଯେତେ ଉଦୁର୍‌ମାତ୍‌ ଯେତେ ଉତ୍‌ପାତ୍‌
ବକ୍‌ବକାଲେଁ ଘଲେ,
ନେଇଁନ ଦାବେନ୍‌ ନେଇଁନ ଚାବେନ୍‌
ମାମୁଁଘରେଁ କେତେବେଲେ ॥୬॥

ପୁରା ସୁଆଧିନ୍‌ ତାକ୍‌ ଧିନାଧିନ୍‌
ଯେନ୍‌ତା ରଜାର୍‌ ପନ୍‌,
ହେତିର୍‌ଲାଗିଁ  ମାମୁଁଘର୍‌କେ
ଘିଚି ହେଉଥିସି ମନ୍‌ ॥୭॥

-ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା,ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!