“ମାଁ….!
ମୁଇଁ କହୁଛେ ଗୋ….! ଶୁନୁଛୁ କି ନେଇଁ ? ମୁଇଁ କହୁଛେଁ l ମୁଇଁ କହୁଛେଁ ବଏଲେଁ ? ମୋର୍ ନାଁ ତ ଦିଆ ନୁହେ ହୁଏ ! ମାଁ କେନ୍ତା କରିଁ ଜାନ୍’ବା ??

         ମାଁ…, ମୁଇଁ କହୁଛେଁ l ତୋର୍ ଗର୍’ଭର୍ ଛୁଆ l ମୁଇଁ ତୋର୍ ପେଟ୍ ଭିତିରେଁ କେତିନି ଖୁସି ଥିଁ ଅଛେଁ ମାଁ l
ଯେନ୍ ଦିନୁଁ ତୋର୍ ଗର୍’ଭେଁ ମୁଇଁ ଛଁଚିଲି ସେ ଦିନୁଁ ମୁଇଁ ତୋର୍ ରୂପ୍ କେ କଲନା କରୁଛଁ ମାଁ l ମୋର୍ ମାଁ କେତେ ସୁନ୍ଦର୍ ହେଇଥିବା ! ମୁଇଁ ତୋର୍ ଚେହେରା ଦେଖ୍’ବାର୍ କେ ଉତାବିଲା ହେଉଛେଁ ମାଁ !

     ମାଁ..,ମୁଇଁ କହୁଛେଁ , ଶୁନୁଛୁ ତ ! ତୁଇଁ ଯେନ୍’ଟା ଖାଉଛୁ,ସେଟା ଖାଉଛେଁ l ତୁଇଁ ଯେନ୍’ଟା ପିଉଛୁ, ମୁଇଁ ସେଟା ପିଉଛେଁ l ତୋର୍ ମନ୍ ଉସତ୍ ଥିଲେଁ, ମୋର୍ ମନ୍ ଉସତ୍ ଥିସି l ତୁଇଁ କାନ୍ଦେଲେଁ , ମୁଇଁ ଭି କାନ୍’ସିଁ l ତୁଇଁ ପେଟ୍ କେ ସୁଆଁଲି ନେଲେଁ ମୁଇଁ ଧଏନ୍ ହେଇଯାଏସିଁ l ତୋର୍ ଗର୍’ଭେଁ ମୁଇଁ କୁହୁଡ଼ୋଟେ ବାଗିର୍ ବଢ଼ୁଛେଁ ମାଁ l

     ହେଲେଁ, କାଲ୍’ହୁଁ ମତେ ବଡ଼ା ଡର୍ ଲାଗୁଛେ ମାଁ ! ବାପା ସାଙ୍ଗେଁ ତୁମେ କାଏଲ୍ ଡାକ୍ଟର୍ ଖାନା ଯାଇଥିଲ l ଡାକ୍ଟର୍ କାଣା ଲାଇଟ୍ ଗୁଟେ ପକାଲା ଯେ, ମୋର୍ ଆଏଖ୍ ପିତିଲେଇ ଗଲା ମାଁ ! ଡାକ୍ଟର୍ କହୁଥିଲେ ମୁଇଁ ଟୁକେଲ୍ ଟେ ବଲିଁ ! ଟୁକେଲ୍ ଟେ ହେବାର୍ କାଣା ପାପ୍ ଆଏ ମାଁ !

     ମାଁ…l ମୋର୍ ଛାତି ଧକ୍ ଧକ୍ କରୁଛେ ମାଁ ! ମତେ ଜୀଇଁବାର୍ କେ ଦେବୁ ତ !! ମତେ ଜନମ୍ ଦେବୁ ତ ମାଁ ? ମୁଇଁ ତୋର୍ କୁଲେଁ ଫୁଲ୍ ବାଗିର୍ ଫୁଟୁମି ମାଁ ! ତୋର୍ ଦୁଆରେଁ ପୁନିର୍ ଜନ୍ ବାଗିର୍ ହସମି l ମତେ ତୋର୍ ଦୁନିଆଁକେ ଆସିଦେବୁ ତ ମାଁ ? ତୋର୍ ବାରିର୍ ବଗିଚା ଥିଁ କାପ୍’କାପି ବାଗିର୍ ଉଡ଼୍’ମି ମାଁ ! ମାଁ, ତୁଇଁ ନିଷ୍ଠୁର୍ ହେବୁ ଭଏଲ୍ ! ପଥର୍ ହେବୁ ଭାଏଲ୍ ମାଁ ! ପୁଓ ପୁଓ ବଲିଁ ମୋର୍ ଜୀବନ୍ କଢ଼ୋକେ ଚିର୍’କିଟି ଦେବୁ କେଁ ମାଁ ?? ମୋର୍ ଅଳି ଶୁନୁଛୁ ତ ? ମୁଇଁ ତୋର୍ ସବୁ ଇଚ୍ଛା, ତୋର୍ ସବୁ ସପନ୍ ପୂରଣ୍ କର୍’ମି ମାଁ ! ମତେ ଜନମ୍ ଦେବୁ ତ !!

       ମାଁ, ଶୁନୁଛୁ କି ନେଇଁ ? ମୁଇଁ କହୁଛେଁ ପରେ ! ତୋର୍ ମୁଲ୍’କି ହସି ମତେ ଦେଖେବାର୍ କେ ଦେବୁ ତ ? ତତେ ମୁଇଁ କେଭେଁ ଭିଲ୍ କାନ୍ଦି ନେଇଁ ଦିଏଁ ମାଁ ! ତୋର୍ ଆଖିର୍ ଲହ ପୁଛିଦେମି l ମତେ ତୋର୍ ଘର୍ କେ ଆସିଦେବୁ ତ !
ମାଁ, ମୁଇଁ ବୁଝୁଛେଁ, ତୁଇଁ ଚୁପ୍ ରହେବୁ l ମୁଇଁ ଜାନିଛେଁ, ବାପାଙ୍କର୍ ଜିଦ୍ ଆରୁ ତୋର୍ ଚୁପ୍ ରହେବାର୍ ଟା ମୋର୍ ବେଜା ବୁଡ଼ାବା ବଲିଁ l ମୋର୍ ଫଟା କରମ୍ ଆଏ ମାଁ ! ମାଁ ତୁଇଁ କିଛି କହ ! କହ ମାଁ… l

      ମାଁ, ମୁଇଁ ଯଦି ଆଏମି ତତେ ଡରି ନେଇଁ ଦିଏଁ ମାଁ ! ମୁଇଁ ତୋର୍ ସାହାସ୍ ହେମି ! ତୋର୍ ପୁଓ ସିନେ ତତେ ମୁହେଁ ଜୁଏ ଦେବା ମାଁ, ହେଲେଁ,ମୁଇଁ ତୋର୍ ମୁହେଁ ଥିର୍ ଦେମି l ତୋର୍ ବୁଢି ବେଲେଁ ତୋର୍ ସାହାରା ହେମି,ତୋର୍ ଆଶାରା ହେମି l ଇଟା ମୁଇଁ କହୁଛେଁ ମାଁ, ମୁଇଁ କହୁଛେଁ… … …l”

                  -ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!