“ମୁଇଁ ଝୁରୁଛେଁ… ! ମୁଇଁ  ତତେ କେତେନି କେତେ ଝୁରୁଛେଁ ଗୋ…! ମୁଇଁ ଜାନିଛେଁ, ତୁଇଁ ମୋର୍‌ ମାଁ’ ନୁହେସେ ! ହେଲେଁ, ମାଁ’ନୁଁ ଭି କମ୍‌ ନୁହେସେ !

       ତୁଇଁ ଜାନିଛୁ ! ଯେଭେଁ ମୁଇଁ ପହେଲା ହେଇକରି ତୋର୍‌ ଠାନ୍‌କେ ଯାଇଥିଲିଁ କେତେ କାନ୍ଦିଥିଲି। ହେଲେଁ, ତୁଇଁ ମତେ ଭୁର୍‌ତେଇ ନେଇଥିଲୁ। ତୋର୍‌ ସର୍‌ଲେନ୍‌ଥିଁ ସର୍‌ଲେଇ ଥିଲୁ। ତୋର୍‌ ପଟାଦୁଲିଥିଁ ଦୁଲେଇ ଥିଲୁ। ତୋର୍‌ ବାଏଲ୍‌ ଧୁଏଲ୍‌ଥିଁ ଖେଲେଇ ଥିଲୁ। ତୋର୍‌ ବଗିଚାଥିଁ ବୁଲେଇ ଥିଲୁ। ତୋର୍‌ ଚେହେରା ମତେ କେତେନି ଅଏନ୍‌ ଲାଗିଥିଲା। ହେତ୍‌କିଦିନୁଁ ମୁଇଁ  ସବୁଦିନେଁ ତୋର୍‌ ନିକେ ଯାଇଛେଁ ଗୋ !

       ମୁଇଁ ତତେ ଝୁରୁଛେଁ ଗୋ…! ତୁଇଁ ମତେ ସବୁଦିନେଁ ମାଁ’ ବାଗିର୍‌  ଖୁଏଇଛୁ, ପିଏଇଛୁ, ଏଡ଼େଟେନୁଁ ଏଡ଼େଟେ କରିଛୁ। ତୁଇଁ ମୋର୍‌ ଲାଗିଁ କାଣା ନେଇଁ କରିଛୁ ? ମୋର୍‌ ସବୁ ଅଲି ଅର୍‌ଦଲି ସହିଛୁ। ମୋର୍‌ ପାଠ୍‌ ପଢ଼ାର୍‌ ସବୁ ବହିପତର୍‌ ଦେଇଛୁ। ପିନ୍ଧନ୍‌ ପଟନ୍‌, ପେଁଟ୍‌ ଦଗଲି, ବୋଟ୍‌ମୁଜା ସବୁ ଦେଇଛୁ। ମୋର୍‌ ଦେହେର୍‌ ହେପାଜତ୍‌ ଲାଗିଁ ଉଷୋକଷା ସବୁ ଦେଇଛୁ। ତୁଇଁ ଦବକୀ ମାଁ’ ନେଇଁ ହେଲେଁ ଭି ଯଶୋଦା ମାଁ’ ହେଇଛୁ।

       ମୁଇଁ ତତେ ଝୁରୁଛେଁ ଗୋ…! ମତେ ମୁନୁଷ୍‌ କର୍‌ବାର୍‌ ଲାଗିଁ ତୋର୍‌ ଆଖିଁ ଝୁମୁରା ନେଇଁ ଥେଇଁ। ଖରା, ବର୍‌ଷା, ଶୀତ୍‌ କାକର୍‌ନୁଁ ମତେ ଢ଼ାପି ରଖିଥିଲୁ। ତୋର୍‌ ଖାକେ କୁଲେଁ ଖେଲିକରିଁ ମୁଇଁ  ବଢ଼ୁଥିଲିଁ। ହେଲେଁ, ଦଇବ  ନେଇଁ  ସହେଲା ଗୋ ! ଦେଖ୍‌ ତ ! ତୋର୍‌ଠାନୁଁ ମତେ ଅଲ୍‌ଗା କରିନେଲା ଯେ ! ଦୁଇ ବଛର୍‌ ହେଲାନ ମୁଇଁ ତୋର୍‌ ମୁହୁଁ ନିହେ ଦେଖେବାର୍‌ ଯେ !

       ମୁଇଁ ତତେ ଝୁରୁଛେଁ ଗୋ…! ତୋର୍‌ ମୋର୍‌ କେଭେଁ ଭେଟ୍‌ ହେବା ଯେ ! ତତେ ଦେଖେବାର୍‌କେ ମୁହୁଁମୁହୁଁ  ଲାଗାଲା ନ ! ତତେ ଝୁରୁଛେଁ ଗୋ ! ତୁଇଁ  ପରେ ମୋର୍‌ ଇସ୍କୁଲ୍‌ ଅଉ… !”

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!