ଦିଆଲି ଭାରେ ଯେନ୍ କଟେଁ ବୁହିକରି ନେଇଥିଲା ସେ କଟେଁ ଘୁଚେଇ ଆନିଛେ ହଜାରୁ ରଣା। ଆଏଜ୍ ହାଟ୍ ବସିଥିଲା। ବେଲ୍ ବୁଡ଼୍ଲେଁ ଦିଆଲି। ଘରେଁ ଘରେଁ ପୁରେଁ ପୁରେଁ ଦିଆ ଜଲାବେ। ପୂଜା କର୍ବେ। ହେଲେଁ ହଜାରୁ ଆଏଜ୍ ବଅନି ଭି ନେଇଁ କରିଁ। କାହାର୍ ମୁହୁଁ ଦେଖିକରିଁ ଘରୁଁ ବାହାରି ଥିଲା ଯେ କିଏ ଜାନେ। ଦିଆଲି ଭାର୍କେ ଉହାଶାଲେଁ ଥୁଇକରି ଝଲୋ ଖଟେଁ ମୁହୁଁ ମାଡ଼ିକରିଁ ଶୁଇଛେ। ଖୁଆ ନେଇଁ କି ପିଆ ନେଇଁ। ବେଲ୍ ବୁଡ଼ି ବୁଡ଼ି ଆସୁଛେ। ହେଲେଁ ହଜାରୁ ଶୁଇଛେ ପଛରାଗୁଟେ ଢାପି ହେଇକରି ଢାପ୍ ଗୁଡ଼ୁଗୁଡ଼ୁ ହେଇ।
– “ଦିଆଲି କୁଡ଼େ ଟଁକାର୍ ଦିଅ ବବା !” ଶାଲ୍ଘରର୍ ବାଟ୍ମୁହୁନଁ କିଏ ଝନେ କହେଲେ।
– “ଦିଆଲି ନେଇଁ ନ ବବା ! ସରିଗଲା !” ଢାପ୍ ଗୁଡୁଗୁଡ଼ୁ ହେଇ ବିନ୍ ଦେଖିକରିଁ କହେଲା ହଜାରୁ।
– “ଅଛେ ବଏଲେଁ ଦିଅ ବବା ପଟ୍ଦୁ !”
– “ନେଇଁନ ବଏଲିଁ ପରେ ! ଯ, ହେ ଚାଏନା ଦିଆଲି ଘିନ୍ବ ଯ ! ଲେଇନ୍ ଥିଁ କୁଚିନେଲେଁ ବୁକ୍ ବୁକ୍ ଜଲୁଥିବା। ତେଲ୍ ନେଇଁ ଲାଗେ କି ସଏଲ୍ତା ନେଇଁ ଲାଗେ। ଶସ୍ତା ଭି ପଡ଼୍ବା, ଯ ! ବଜାରେଁ ଗୁଗେଇଁ ଗୁଗେଇଁ ଦିଆଲି ଘିନ୍ବାର୍ ଲାଗିଁ ଡାକ୍ଲିଁ ! କିଏ କିଏ ଘିନ୍ଲ ଭାଏଲ୍ ? ଉଲ୍ଟିଆ ଚାଏନା ଦିଆଲି ଘିନିକରିଁ ମୋର୍ ନ ଖିଜେଇ ହେଲ। ଦିଆଲି ନେଇଁ ନ, ଯ !” ହେନ୍ତା ଢାପି ହେଇକରି କହେଲା ହଜାରୁ।
– “ହେତ୍କି କଥାକେ ରିଷା ହେଇଛୁ ବବା ! ମୁଇଁ କେଭେଁ ବଜାର୍ ନେଇଁ ଯାଏଁ ବଲ୍ତ। କେନ୍ତେଇ ଜାନ୍ମି ? ହେ ଚାଏନା ଜିନିଷ୍ ବଲୁଛୁ ବବା ! ହେଟା ଦୁଇ ଦିନର୍ ମଲ୍ମଲ୍ ଆଏ।”
– “କେନ୍ତା କଥା କହେସ ବବା ! ଚାଏନା ମାଲ୍ ପରେ ଭାରତ୍ ସାରା ଖେପି ଗଲାନ ! ଯାହାର୍ ଘର୍କେ ଦେଖ୍ବ, ସୁଝିନୁଁ ଶାବଲ୍ ତକ୍ ଚାଏନା ଜିନିଷ୍ ଭରି ରହିଛେ। ଇହାଦେ ତ ଚାଏନା ତିଆରି ପ୍ଲାଷ୍ଟିକ୍ ଚଉଲ୍, ପ୍ଲାଷ୍ଟିକ୍ ଅଣ୍ଡା, ପ୍ଲାଷ୍ଟିକ୍ ଝୁରି, ପ୍ଲାଷ୍ଟିକ୍ ଖୁଆ ଭିଲ୍ ଆଏଲାନ। ଯ, ଘିନ୍ବ ହୋ !” ଅଭିମାନ୍ ଥିଁ ମୁହୁଁ ନେଇଁ ଦେଖାଲା ହଜାରୁ। ହେନ୍ତା ଢାପି ହେଇଥାଏ।
– “ଇ ବଛର୍ଦୁ ଭିତିରେଁ ଏତ୍କି ପରିବର୍ତନ୍ ବବା ! ଚାଏନା କମ୍ପାନୀ ତ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ନୁଁ ଭି ଜିତିଗଲାନ ! ଭାରତର୍ ଲୋକମାନେ ସିନେ କାଣା କରୁଛନ୍ ? କିଛି ନେଇଁ ବନାବାର୍ କାଏଁ ?”
– “କାଣା ବନାବେ ? କୌଲିକ୍ ବୃତ୍ତି ସବୁ ଧଁସ୍ ହେଇଗଲାନ। କୁମ୍ଭାରର୍ ହାଁଡ଼ି, ପାତ୍ଲି ଆରୁ କିହେ ନେଇଁ ଘିନ୍ବାର୍, ମିଲ୍ ମୁର୍ହି ମିଲ୍ଲା ଦିନୁଁ କେଉଁଟର୍ ମୁର୍ହିକେ କିଏ ପଚ୍ରଉଛେ। ତେଲିର୍ ଘନା ତ କୁହି ଗଲାନ। ଧୁବାର୍ ତୋଠ୍ ଖାଲି ପଡ଼ିଛେ। ଲୁହୁରା ଶାଲ୍ ମେଲା ପଡ଼ିଛେ। ସଭେ ଇହାଦେ ଦାଦନ୍ ଖଟି ଗଲେନ। ବାକି ଯେନ୍ମାନେ ରହେଲେ ଟଁକିଆ ବିପିଏଲ୍ ଚଉଲ୍କେ ଆଶ୍ରା କରିଛନ୍। ଗୁଟେ ରକମର୍ ସଭେ ଅଲ୍ସୁଆ ହେଇଗଲେନ। ନେତା, ମନ୍ତ୍ରୀ, ଅଫିସର୍ ସଭେ ମିଶିକରି ଗୁଟେ ରକମେ ଦେଶ୍କେ ପଙ୍ଗୁ କରି ଦେଲେନ। ତୁମେ ଭି ଯ, ହେ ଚାଏନା ଦିଆଲି ଘନି ନେଇଯିବ, ଯ ! ଶେଷ୍କେ ପୂଜା ଡେରି ହେବା କାଏଯେ !” ହଜାରୁ କାହାକେ ନେଇଁ ଦେଖିକରି ହେନ୍ତା ଢାପି ହେଇକରିଁ କହେଲା।
– “କଥାଟେ କହେଲ ବବା ! ମୋର୍ ଯିବାର୍ ପରେଁ ହେତ୍କିଟେ ପରିବର୍ତନ୍ ! ଇଷ୍ଟ୍ ଇଣ୍ଡିଆ ବାଗିର୍ କମ୍ପାନୀକେ ଗୁଟେ ଆନ୍ଦୋଲନ୍ କରି କରିଁ ଭାରତ୍ନୁଁ ଖେଦି ଦେଇଥିଲିଁ। ମୋର୍ ସ୍ୱଦେଶୀ ଆନ୍ଦୋଲନର୍ ଚୋଟ୍ ଫେର୍ ଘାଏ ଘରେଁ ଘରେଁ କୁଟୀର୍ ଶିଲ୍ପ ତିଷ୍ଟି ଗଲା। ମୋର୍ ଅରଟର୍ ଚୁଟେଁ ଗୁରାମାନକର୍ ବିଦେଶୀ କପଡ଼ା ଭିଲ୍ ଭାରତେଁ ଦମ୍ ନେଇଁ ଧର୍ଲା। ଦେଖୁଛୁ ତ, ଆମର୍ ହାତ୍ ବୁନା କପଡ଼ାର୍ କମାଲ୍ ! ସମଲ୍ପୁରୀ କପ୍ଟାର୍ ଆଗ୍ମୁଡ଼େଁ ଇ ବିଦେଶୀ କପ୍ଟାମାନେ ଭିଲ୍ ସର୍ପଟି ଯାଏସନ୍। ଆରୁ ଇ ଛାର୍ ଚାଏନା କମ୍ପାନୀର୍ କଥା କହୁଛୁ ? ତୁମେମାନେ ହୁଁକୁରେଇ ନେଲେଁ ଇ ଚାଏନା ମାଲ୍ କେନ୍କେ ଉଡ଼ିଯିବା ଯେ ତାର୍ ପତା ନେଇଁ ମିଲେ। ଦେଖ୍ବୁ ବାବୁ, ଫେର୍ ଘାଏ ସେ ଆଗୋର୍ ଯୁଗ୍ ଫିରି ଆଏବା। ଫେର୍ ଘାଏ ମୁନୁଷ୍ ଇ କଲ୍ ଯୁଗ୍ନୁଁ ହଲ୍ ଯୁଗ୍କେ ଫିର୍ବା। ଫେର୍ ଘାଏ ତୋର୍ ଚକ୍ କିନ୍ଦିର୍ବା, କଉଁଟର୍ ଘନାହାଣି ଥିଁ ମୁର୍ହି ଫୁଟୁବା, ତେଲିଘନାର୍ କୁର୍ନି ପିରୁଆ ଥିଁ ମୁର୍ହି ମହକିବା, ଗଉରର୍ ଗୁରସ୍ ଧାର୍ ଥିଁ ଖିର୍ସା ତଅଁରିବା, ଢେରାର୍ ପଚାଲା ଗୁନ୍ଧୁଆଥିଁ ଖଟ୍ ଟନ୍ଟନାବା ଆରୁ କୁଶେର୍ ଘନାର୍ କରାଶାଲେଁ ଉଖୁରା ମହକିବା। ତୁଇଁ ତୋର୍ ମନ୍କେ ଉନା ନେଇଁ କର୍ ତ ବବା ! ଦେ, ଦିଆଲି ପଟ୍ଦୁ ଦେ। ମୋର୍ ଆଶ୍ରମ୍ ନ ଜାଲ୍ମି।”
– “କେନ୍ ଆଶ୍ରମ୍ ନ ?”
– “ଆର୍ କେନ୍ ଆଶ୍ରମ୍ ନ ! ମୋର୍ ସାବର୍ମତୀ ଆଶ୍ରମ୍ ନ। ମୋର୍ ଆଶ୍ରମ୍ ନ କେଭେଁ ଚାଏନା ଦିଆଲି ଦେଖିଛୁ ???”
– “ତମେ କାଣା ଗାନ୍ଧି ଅ ଭାଏଲ୍ ? ତମେ ମହାତ୍ମା ଗାନ୍ଧି ବାଗିର୍ କହୁଛ ଯେ ?” ଢାପ୍ ଗୁଡ଼ୁଗୁଡ଼ୁ ହେଇକରି ବିର୍ଝାଲା ବାଗିର୍ କହେଲା ହଜାରୁ।
– “ମୁଇଁ ମହାତ୍ମା ଗାନ୍ଧି ନୁହେସେ ବବା ! ତୁମେମାନେ ତ ତାହାକେ ସତୁର୍ ବଛରର୍ ଆଘୋନୁଁ ମାରିଦେଇଛ। ମୁଇଁ ତାର୍ ଆତ୍ମା କହୁଛେଁ।
ପଛରାକେ ଅଲ୍ଗେଇ ନେଲା ହଜାରୁ।ଉହାଶାଲେଁ କିହେ ନେଇଁନ। ମାଛି ଅନ୍ଧାର୍ ହେଇଗଲାନ। ଦେଖ୍ଲା, ମୁସୁଲିର୍ ଖିଲାଥିଁ ମହାତ୍ମା ଗାନ୍ଧିର୍ ଫଟୁଗୁଟେ କେତେଦିନୁଁ ଝୁଲୁଛେ। ଫଟୁକେ ଟିକେ ଛାଟ୍ କର୍ଲା। ଫଟୁର୍ ମୁହୁଁନୁଁ ଝରି ଆସୁଥିଲା ମିଠା ହସି ଟିକେ।
– ପ୍ରସନ୍ନ ରଣା