ଆଏଜ୍ ଆମର୍ ଗାଁର୍ ମଝା ଗାଁ’ ଖୁଲିଁ ଲୋକ୍ ଗଜ୍‌ଗଜଉଛନ୍। ଛୁଆନୁଁ ବୁଢ଼ା, ମାହେଜି ଟୁକେଲ୍, ସିଆନ୍ ସୁଜନ୍ ସଭେ ଜମିଛନ୍। ଉଞ୍ଝା ଦିନର୍ ସଭାଥିଁ ଏତ୍‌କି ଗହଲ୍ ନେଇଁ ହନ୍। ହେଲେଁ, ବାକି ଦିନର୍ ସଭାନୁଁ ଆଝିରର୍ ସଭା ଟିକେ ଅଲ୍‌ଗା ଆଏ। କାଏଁହେଲାଯେ ବଏଲେଁ ଆଗ୍‌କେ ସର୍‌ପଁଚ୍ ଭୋଟ୍।ଏଭୁଁ ଗୁଟେ ସାର୍‌ଗାର୍ ନେଇଁ କଲେଁ ନେଇଁ ଚଲେ।

      ତିନ୍‌ଟା ଗାଁ’କେ ନେଇକରି ବୁଧିଆ ପାଲି ପନ୍‌ଚେତ୍। ବୁଧିଆ ପାଲି ପନ୍‌ଚେତ୍‌ଥିଁ ଆମର୍ ଗାଁ’ଟା ସମ୍‌କିରୁଁ ବଡ଼୍ ଗାଁ’। ଆଘୋନୁଁ ପର୍‌ମାଣ୍ ଅଛେ, ଆମର୍ ଗାଁ ଯାହାର୍ ଆଡ଼୍‌କେ ଉଲ୍‌ଦି ହେବା ସେ ସିଓର୍ ସର୍‌ପଁଚ୍ ଭୋଟ୍‌ଥିଁ ଜିତିବା। ଆମର୍ ଗାଁ ଯାହାକେ ଚାହେଁବା ସର୍‌ପଁଚ୍ ବନେଇ ପାର୍‌ବା। ହେତିର୍ ଲାଗିଁ ସର୍‌ପଁଚ୍ ଭୋଟ୍ ଆଘୋନୁଁ  କେନ୍‌ସି ଗୁଟେ ମିମାନ୍‌ସା କରିନେବାର୍‌ଟା ଭଲ୍।
ଦିନର୍ ଦୁଇ ବଜେ ଆଡ଼୍‌କେ ଜମ୍‌ବାର୍ ଲାଗିଁ ଚକିଦାର୍ ଡାକ୍ ପକେଇଥିଲା। ଲୋକ୍‌ବାକ୍ ଜମୁନ୍ ଜମୁନ୍  ଟିକେ ଡେରି ହେଇଛେ। ହେଲେଁ, ଗାଁ’ ଖୁଲିଁ ଲୋକ୍ ଟାଡ଼ି ହେଲେନ। ପାଏନ୍‌ତି ଭୁଆସେନ୍ ଭି ପାଏନ୍ ଜୁରେ ବୁହିକରିଁ ନେଇଁ ଯାଇପାରେ। ଚାରିଆଡ଼େ ଫୁସୁର୍ ଫାସର୍ ରଡ଼ାକିର୍‌ଲା ଚାଲିଛେ। ଘାଏ ଗଲାକି ଗାଁ’ର୍ ଗଅଁତିଆ ଠିଆ ହେଲେ। ଗଅଁତିଆକେ ଦେଖିକରିଁ ସଭେ ଚୁପ୍। ହାତ୍ ଯୁଡ଼ିକରି କହେଲେ, “ଗାଁ’ ମାଁ’ର୍ ସିଆନ୍ ସୁଜନ୍, ମାଁ ବହେନ୍, ଭଦ୍ର ବ୍ଯକ୍ତି ତଥା ମୋର୍ ଭାଇଦାଇ। ଆପଣ୍‌ମାନେ ଜାନିଛନ୍ ମୁଇଁ ଆମର୍ ଗାଁ’ର୍ ନୂଆଁକରିଁ ତିଆର୍ ହେଉଥିବାର୍ ଜଗନ୍ନାଥ୍ ଗୁଡ଼ିର୍ ସଭାପତି ଆଏଁ। ଗଲା ପାଁଚ୍ ବଛର୍ ହେଲାନ ଗୁଡ଼ି ତିଆର୍ କାମ୍‌ଟା ଦର୍‌ଖଣିଆ ହେଇ ପଡ଼ିଛେ। ଗାଁ’ର୍ ମଦ୍‌ଭାଟି କି ବନ୍‌ କଁଟା ଠିକାକେ ଛାଡ଼ିଦେଲେଁ ଗାଁ’ର୍ ଆରୁ କେନ୍‌ସି ପର୍‌କାରର୍ ଆଦେ ନେଇଁନ। ଗଲା ଦୁଇ ବଛର୍ ହେଲାନ କରୋନା ଲାଗିଁ ଆରୁ ମରୁଡ଼ି ଲାଗିଁ ଆପଣ୍‌ମାନ୍‌କର୍ ଭି ଭେଦା ବରାଲ୍ ଦେବାର୍ ତାକତ୍ ନାଇଁନ।ଗଲାଥର ଯେନ୍‌ତା ସର୍‌ପଁଚ୍ ଭୋଟ୍‌କେ ଝନେ ଅନ୍‌କନ୍‌ଟେଷ୍ଟ୍ କେନ୍‌ଡିଡେଟ୍ ଥୁଇକରିଁ ଜଗନ୍ନାଥ ଗୁଡ଼ିର୍ ପ୍ଲିନ୍ଥ୍ ଲେବେଲ୍ ତକ୍ ତିଆର୍ କରିଥିଲାଁ ହେନ୍‌ତା ଇଥର ଭି କର୍‌ତାଁ କେଁ ବଲିଁ ମୁଇଁ ଆପଣ୍‌ମାନ୍‌କର୍‌ଠାନେ ପ୍ରସ୍‌ତାବ୍‌ ରଖୁଛେଁ।”

       ଟିକେ ପୁଟୁର୍ ପାଟର୍ ପରେଁ ସଭେ “ବନେ ହେବା… ,ନୁକୋ ହେବା..” ବଏଲେ। ଜଗନ୍ନାଥ୍ ଗୁଡ଼ି ନିର୍‌ମାଣ୍ କମିଟିର୍ ସେକେସ୍‌ଟେରି ଭଜମନ ସାହୁ କହେଲେ, “ଭାଇମାନେ ! ଆମେ ଆଏଜ୍ କାଏଲ୍ ଦେଖୁଛୁଁ ଯେ, ସର୍‌ପଁଚ୍ ହେବାର୍ ଲାଗିଁ ଝନେ ଝନେକେ ଲାଖ୍ ଲାଖ୍ ଟଁକା ଖଏର୍‌ଚା କର୍‌ବାର୍‌କେ ପଡ଼ୁଛେ। ସେଥିଁ ଫେର୍ ଝନେ ଜିତୁଛେ। ବାକିମାନେ ଖଏର୍‌ଚା କରି କରିଁ ଭିଲ୍ ହାରୁଛନ୍। ହେତିର୍ ଲାଗିଁ ଆମର୍ ପନ୍‌ଚେତ୍‌ଥିଁ ଇଲେକ୍‌ସନ୍ ନେଇଁ କରିକରିଁ ସିଲେକ୍‌ସନ୍ କଲେଁ ବନେ ହେତା। ତାର୍ ସାଙ୍ଗେଁ ଗୁଡ଼ି ନିର୍‌ମାଣ୍ ପାଣ୍ଠିକେ ଭିଲ୍ କିଛି ଚାନ୍ଦା ମିଲିଯାଏତା। କାଁ ବଲୁଛ ?”
– ” ହଁ… ହଁ… ଠିକ୍ କହୁଛ… !”
– ” ତ, ସର୍‌ପଁଚ୍ ପଦ୍ ଲାଗିଁ ନିଲାମ୍ ଡାକାମା… !”,କହେଲେ ସଭାପତି।
– ” ହଁ… ହଁ… ଡାକୁନ୍।
– ” ସର୍‌ପଁଚ୍ ପଦ୍ ଲାଗିଁ ହାକେନ୍ ଦଶ୍ ଲାଖ୍‌ନୁଁ ମୁଲ୍ ହେବା। ଯେ ଜହ ଟଁକା ହାକି ପାର୍‌ବା ସେ ଅନ୍‌କନ୍‌ଟେଷ୍ଟ୍ ସର୍‌ପଁଚ୍ ହେବା”, କହେଲେ ଗୁଡ଼ି ନିର୍‌ମାଣ୍‌ କମିଟିର୍‌ ସେକେସ୍‌ଟେରି।
– ତ…, ନିଲାମ୍ ମୁଲ୍ ହେଲା !”
– ” ବାର ଲାଖ୍…”
– “ବାର ଲାଖ୍। ବାର ଲାଖ୍ ଏକ୍…”
– “ସତର ଲାଖ୍…”
-” ସତର ରାଖ୍। ସତର ଲାଖ୍ ଏକ…”
– “ପଚିଶ୍ ଲାଖ୍ …”
– “ପଚିଶ୍ ଲାଖ୍। ପଚିଶ୍ ଲାଖ୍ ଏକ୍…”
– “ବୟାଲିସ୍ ଲାଖ୍…”
– “ବୟାଲିସ୍ ଲାଖ୍। ବୟାଲିସ୍ ଲାଖ୍ ଏକ୍… ବୟାଲିସ୍ ଲାଖ୍ ଦୁଇ…”
– “ଚଉରାଲିଶ୍ ଲାଖ୍ ଦଶ୍ ହଜାର୍…”, ମୁହୁଁନୁଁ ମୋର୍ ବାହାରି ପଡ଼୍‌ଲା। ସଭେ ମୋର୍‌ଆଡ଼୍‌କେ ଲେହେଟି କରିଁ ଦେଖେଲେ।ସଭେ ଚୁପ୍‌ଚାପ୍। ମୋର୍ ହାକେନ୍ ଶୁନିକରି କିହେ ଆରୁ ନିଲାମ୍ ନେଇଁ ଡାକେଲେ। ଶେଷକେ ମୋର୍ ନାଁଥିଁ ସର୍‌ପଁଚ୍ ପଦ୍ ଲାଗିଁ ହରିବୋଲ୍ ପଡ଼୍‌ଲା।ମତେ ସଭାଥିଁ ପଦେ କହେବାର୍ ଲାଗିଁ ଗାଁ ମାଁର୍ ଲୁକେ ଅର୍‌ଦଲି କଲେ। ହାତ୍ ଯୁଡ଼ିକରିଁ କହେଲିଁ, ” ଦେଖ ଭାଇମାନେ ! ମୁଇଁ ଭି ତୁମର୍ ଭିତିରୁଁ ଝନେ ଆଏଁ। ହେଲେଁ ଆଏଜ୍ ମତେ “ଜନତା ଜନାର୍ଦ୍ଦନ”ର୍ ସେବା କର୍‌ବାର୍ ଲାଗିଁ ମତେ ଆପଣ୍‌ମାନେ ଯେନ୍ ସୁଯୋଗ୍‌ଟେ ଦେଇଛନ୍ ହେତିର୍ ଲାଗିଁ ମୋର୍  ହୁରୁଦ୍ କର୍‌ପନୁଁ ଧନ୍ଯବାଦ୍ ଦେଉଛେଁ। ଆପଣ୍‌ମାନେ ହେଉଛନ୍ ଜନତା ଆର୍ ଜଗନ୍ନାଥ୍ ହେଉଛନ୍ ଜନାର୍ଦ୍ଦନ। ମୋର୍ ନିଲାମ୍ ଟଁକାଥିଁ ଜଗନ୍ନାଥ୍ ଗୁଡ଼ି ତିଆର୍ ହେବା ସାଙ୍ଗେ ସାଙ୍ଗେ ଆପଣ୍‌ମାନ୍‌କର୍ ସେବା ମୋର୍ ବରତ୍ ହେବା। ଆପଣ୍‌ମାନ୍‌କର୍ ଦୟାନୁଁ ମୁଇଁ ସର୍‌ପଁଚ୍ ହେମି… ! ମୁଇଁ ସର୍‌ପଁଚ୍ ହେମି…! (ମନେ ମନେ କହେଲିଁ, “ଆରୁ ଇ ପନଚେତ୍ ହେବା ମୋର୍ ଚଉରାଲିଶ୍ ଲାଖ୍ ଦଶ୍ ହଜାର୍ ଟଁକିଆ ଧୁଆ ଗାଏ” ) ଜୁହାର୍ !” ସଭେ ତାଲି ମାରୁଥିଲେ…।

          – ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!