ଯଉତୁକ ଜୁଏ

ସଖାଲୁ ସଖାଲୁ ଆଏଜ୍ ମନ ଗୁନ୍ଦାଲ ଘାଁଟ୍ ଲାଗୁଛେ ସୁଲ ର୍,ଭୁଜନି ଆଏଁଖ୍ ଗଲେ ଫରକୁଛେ,ବୁପରିର୍ ଥଏ ନେଇଁ ;ବାରବାର୍ କାନ୍ ଯଉଛେ ମୁବାଇଲ୍ ଆଡକେ ଭାଏଲ୍ ବାଜଲା କେଁ ବଲି !! ପଧାନ ମାଷ୍ଟ୍ରେ ବୋଧ ଦଉଥାନ୍,କାହିଁ ଏନ୍ତା ହଉଛୁ ରେ ମିନା ର୍ ମାଁ ନୁନି ଅଏନ୍ ଥିବା ଗା ଛୁଆ ଲୋକ୍ ଫେର୍ ଏଡକି ବଡ୍ କୁଟୁମ୍ ର୍ ବହ,ହେତକି ଲୁକର୍ କଥା ବୁଝୁନ୍ ବୁଝୁନ୍ ଅଥା ହେଇ ଯାଉଥିବା, ହେତିର୍ ଲାଗି ରାତି କଥା ଲାଗି ଲାଗି ତୋର୍ ନୁଁ, ହାତେଁ ଫୁନ୍ ଧରି କରି ଶୁଇ ପଡିଥିବା ଘାଏ ଗଲେ ଫେନ୍ ଦେଖବୁ ଫୁନ୍ କରବା ଯେ ।।

ଯେତକି ବୁଝାଲେ ଘଲେ ମାଁ ମନ୍ କେନ୍ତା ବୁଝବା,ଦଶମାସ୍ ଗରଭେ ରଖି ଜନମ୍ ଦେଇଛେ ଛୁଆ ର୍ ହୁରୁଦ୍ ସାନେ ତାର୍ ନେତାଗୁତା,ସେ ଭଲ କରି ଯାନୁଛେ ତାର୍ ଛୁଆ ନିଶ୍ଚେଁ କେନ୍ ବିପଦ୍ ଥିଁ ପଡିଛେ ।। ମଙ୍ଗଲା,ତାରିନୀ,ସମଲେଇ,ଗ୍ରାମପତି ସବୁ ଦେ-ଦେବତା କୁଁ ମନେ ମନେ ନଡିଆ ବଧୁଥେ,ତାର୍ ଛୁଆ ର୍ କୁଶଲ୍ ମଙ୍ଗଲ୍ ଲାଗି ।।

ଇଆଡେ ଯେଁ ପଧାନ ଆଜ୍ଞା କେ ଭି କେଥେ ଝାରି ହଉଥେ,”ଯେତେ ମନାକରଲି ନେ ମାନଲ,ଛୁଆ ମୋର୍ ପଢିକରି ଡାକତରେନ୍ ହେବାର୍ ସପନ୍ ଦେଖୁଥିଲା ,ତାର୍ ଜୀବନ୍ ମାଏଟ୍ କରଲ ।। ଟିକେ ମଏଲଚା ଥିଲା ବଲି କାଣା ରହିଯାଇଥିତା କେଁ ? ତାର୍ ନୁଁ ହେତକି ବଡ୍ ପିଲା ସାନେ ହାତ୍ ଧରେଇ ନେଲ ।। ଯଉତୁକ ଥି ଗାଡି ଟେ ନାଇଁ ହେଲା ଯେ ଶିଖାର୍ ଶାଶ୍ ର ମନ ହରମିଶା ଖରଖର୍ ଦମଦମ୍।

ସବୁବେଲେ ତାହାକେ ପଦେ ପଦେ ଟପାଦାଏକା ମାରୁଥିସି । ଲୁକେଇଚୁରେଇ ଫୁନ କଲେ କେଥେ ହୁରଗୁନି ହେସି ଛୁଆ ଟାକ ।

ଇ ସମିୟା ନେ ହଠାତ ଫୁନ ବାଜଲା ହାତ୍ ଥରିଗଲା ସୁଲ ର୍ ତାକତ୍ ନେ ହେଲା ଉଠାବାର୍ କେ , ପଧାନ ଆଜ୍ଞା ଫୁନ ଉଠାଲେ କି ସେଆଡୁଁ ଏନ୍ତା କଥା ଟେ ଶୁନଲେ ଯେ ତାକର୍ ରକତ୍ ସବୁ ଜମାଟ ବାନ୍ଧିଗଲା  ଦିହି ଭିତରେ ,ଫୁନ୍ କେ କେଁଚଡେଇ ନେଇକରି ଲଥୋ କଲା ବସିପକାଲେ, ସୁଲ ତେହେରୁ କାଏଁ ହେଲା ଗୋ ବଲି ଗୁଟେ କିକି ଦେଲା, ପଧାନ ଆଜ୍ଞା କହେଲେ ଆମକୁ ଶିଖା ଭସେଇ ନେଲା ସୁଲ ।

ଦୁହି ଝନ ବାହାରି ପଡଲେ ଶିଖା ଘରକେ ସବୁବେଲି ବଜର୍ବଜର୍ ହଉଥିବାର୍ ଟୁକେଲ୍ ଟା ଆଏଜ୍ ତୁନ୍ ପଡି ଶୁଇ ଥେ କେଡ଼େ ଶାନ୍ତି ଥି ,ଧୋପ କପଡା ଉଢିକରି,ସବୁଦିନ୍ ଭଲମନ୍ଦ୍ ଶୁନଲା ବାଲି ଶାଶ୍ ଛୁଛାକେ ଆଁଏଖ୍ ନୁଁ ପାଏନ୍ ବାହାର କରୁଥେ । ବୁପରୀ ସୁଲ ଅଙ୍ଘାକରି ଧରିଥେ ତାର୍ ଗଲାର୍ ମାଲି କେ ,,ଠିକ୍ ସମିୟା ନେ ଶିଖା ର୍ ଶଶୁର୍ କହେଲା କେତେ ବୁଝାଲୁଁ ହୋ ଗାଡି ନେଇ ପଏସା ନାଇଁ ଯେ କେଁ ହେବା ମାଁ ବଲି ହେଲେ ମୋର୍ ମାଁବୁଆ ମୋର୍ ଇଜ୍ଜତ ନେଲେ ବଲି ଗୁଟେ ଜିଦି ଧରଲା ମୋର୍ ବହ ଖାଇପିଇ ଶୁଇଲୁଁ,ସଖାଲୁ ଦେଖଲା ବେଲକେ ଝୁଲୁଥେ ପଙ୍ଖା ନେ,,,ଯାହା ତ ହେଲା ହେଲା, କେତେ ବେଲ୍ ରଖମା ଲାସ୍ କେ ଚାଲ ପୁଡେଇ ନେମା,,,,ଇ କଥା ଶୁନି ସୁଲ କହିପକାଲା,”ମୋର୍ ଝି ତ ଜଲିସାଏଲା ନ ଜଉତୁକ୍ ର ଜୁଏ ଥି ଆରୁ କାଣାଁ ଅଛେ ଯେ ଜଲାବ ।” ତମର୍ ଏନ୍ତା ଅସୁର୍ ମାନକର୍ ଲାଗି ଖାଲି ମୋର୍ ନେଇଁ କେତେ ମାଁର୍ ଛୁଆ ମାନେ ଜଲିଯାଉଛନ୍ ଇ ଯଉତୁକ ଜୁଏ ଥି ,କେଭେ ଆଉ ଲିଭ୍ ଭା ଇ ଜୁଏ, ଆଉ କେତେ ଜୀବନ୍ ନେବା, ଆଉ କେତେ ପୁଲିସ୍,ଉକିଲ୍ କର୍ ପକେଟ୍ ଗରମ କରବା ।

Spread the love

By Renuka Mahapatra

A Teacher by profession but writing is my passion

Leave a Reply

Your email address will not be published. Required fields are marked *

error: Content is protected !!