ଦନାର କକାର୍ ଘର୍ ବସବାର୍ ଦଶ୍ ବଛର୍ ହେଇଗଲାନ,ହେଲେଁ ତାଁକର୍ କୁଲେଁ କଷିଟେ ନେଇଁ କି ସୁତିଟେ ନେଇ l ହେତିର୍ ଲାଗିଁ କେତେ ପୂଜାପାଠ୍, ବଦିଆଁ ଛଦିଆଁ, ଦାନ୍ ପୁଇନ୍, ଉଷୋ କଷା କରିଛନ୍ ତା’ର୍ ହିସାବ୍ ନେଇଁ l ଛୁଆପୁତା ଗୁଟେକର୍ ଲାଗିଁ ଦନାର କକା କେତେନି ଟେ ଗୁଲ୍’ଗୁଲା ହେଲେନ l ବଇଦ୍ ଗୁନିଆଁ କରିଛନ୍ l ଡାକ୍ଟର୍ ଦେଖେଇଛନ୍ l ଶେଷ୍ କେ ଡାକ୍ଟର୍ ପରିଖ୍ଯା ନିରିଖ୍ଯା କରିଁ କହିଦେଲେ, “ତୁମେ କେଭେଁ ବୁଆ ହେଇ ନେଇଁପାର l”
ଦନାର କକାର୍ ମୁଡ଼େଁ ଚଡ଼କ୍ ପଡ଼୍’ଲା l ସେ କାଣା ବଞ୍ଝା ହେଇଯିବେ ? ତାଁକର୍ କାଣା ପିଲାଛୁଆ ନେଇଁ ହୁଅନ୍ ?? ତାଁକର୍ ବଁଅଶ୍ କାଣା ବୁଡ଼ିଯିବା ??? ରାଏତ୍ ସଏର୍’ତା ଭାବି ଭାବି ଦନାର କକାର୍ ଆଖିଁ ଝୁମୁରା ନେଇଁ l
ଦନାର କକା କାହାରିର୍ ସାଙ୍ଗେଁ ଆରୁ ସାଙ୍ଗ୍ ନେଇଁ ହେବାର୍ l ଏକେଲା ଏକେଲା ରହୁଛନ୍ l ଦିନେ ଏକେଲା ବେଲ୍’ବୁଡ଼ା ସମିଆ ଥିଁ ବନ୍ଧ୍ ଆଡ଼୍’କେ ଯାଇଥିଲେ l “ବଞ୍ଝା” ପଦ୍’ର ବୋଝ୍ ଟା ତାଁକର୍ ମୁଡ଼େଁ ଲଦି ହେଇଥିଲା l ମନ୍ ଭିତିରେଁ ଆରୁ ଜୀଇଁବାର୍ ଲାଗି ଉସ୍’ନାକ୍ ନେଇଁ ନ l ଭାବୁଥିଲେ ଜୀବନ୍ ଗୁଏଇଁ ନେବେ କାଏଁ ! ଇ ସମିଆ ଥିଁ ବନ୍ଧର୍ ଅମରି ବୁଟା ତଲେଁ ଛୁଆଟେ କାନ୍ଦୁଥିବାର୍ ଶୁନ୍’ଲେ l ତର୍’ସର୍ ଧାଇଁ କରିଁ ଦେଖେଲା ବେଲ୍’କେ ଜନମ୍ ଛୁଆଟେ ପଡ଼ିଛେ l ନେହି ଭିଲ୍ ନୁହେ କଟା ହୁଏ l “କିଏ ଅଛ କେଁ… ? ଇଟା କହାର୍ ଛୁଆ ଆଏ…?? କିଏ ଇନୁ ଛାଡ଼ିକରି ଯେଇଛ…???” କେତେନି କେତେ ରଡ଼୍’ଲେ, ହେଲେଁ, କିହେ ନେଇଁ ଶୁନ୍’ଲେ l ଶେଷ୍’କେ ଖନର୍ କରିଆ ଥିଁ ଯତନ୍ କରିଁ ଧରିକରିଁ ଘର୍ କେ ଆନ୍’ଲେ ଦନାର କକା l ନେହି କାଟିକରିଁ ଗୁଧାଲେ l ଅଁତରି ଜାଲିଁ ସେକେଲେ l ଟୁକେଲ୍ ଟେ ଆଏ l ଝିଇ କରି ରଖଲେ l
ଆଏଜ୍ ଦନାର କକା ବଡ଼ା ଉସତ୍ l ଖଟେ ଶୁଏଇ କରିଁ ତାଁକର୍ ଝିଇକେ ଖେଲଉଛନ୍ l ଗୋଡ଼୍ ଫିକି ଫିକି କରି ଛୁଆଟା ଖେଲୁଛେ l ପାହା ଯୁଡ଼ାକ ଲାଲ୍ ଲାଲ୍ l ଲାଲ୍ ଜର୍’ଜର୍ ପାହା ଦୁଇଟା ଥିଁ ଅଏଲ୍’ତା ମାଖିକରି ଲଖ୍’ମୀ ଆସିଛନ୍ ବାଗିର୍ ଲାଗୁଛେ l ଉସତ୍ ଆନନ୍ ଥିଁ ଘର୍ ପୂରି ଉଠୁଛେ l
-ପ୍ରସନ୍ନ ରଣା