___ସଜାମି ତତେ____

ସାତି ଇନ୍ଦ୍ରଧନୁ ଆନି ବନାମି ଓଢନୀ
ରଙ୍ଗ ଦିହେ ବିଛିହେବା,
ତରା ତୁଲିକରି ଗଁଥମି ଗଜରା
ସବୁବେଲେ ଚମକୁଥିବା….

କଲା ଢୁସଢୁସ୍ ଅନ୍ଧାର୍ ରାଏତ୍ କେ
ତାର୍ କଲିଆ ଅନ୍ଧାର୍ କେ ଆନମି,
ଦରପଚଆ କଲିଆ ବାଲ୍ କେ ତୋର୍
ଢୁସ୍ କଲିଆ କରି ବେନି ଗଥଁମି

କପାଲର୍ ଟିଖିଲି ମଖାମି ତତେ
ଲାଲ୍ ଜରଜର୍ ଉଦିଆଁ ବେଳେ
ସୁନେଳୀ ର୍ ରଙ୍ଗେ ବାରି ହଉଥିବା
ଦୁହି ଆଖିଁର୍ ମଝିର୍ ହଳେ…

କଳିଆ ଭଅଁରର କଜଲି କଲା କେ
ଦେମି ଲେପି ଦୁହି ଆଁଖି,
ତିରଛି ଚାହାନୀ ଆଏଁଖ୍ ଦୁହିଟା ତୋର
ଦୁରିଆ ନୁ ପଡବା ଝଁକି…

ଲାଲ୍ ଜରଜର୍ ଫୁଇଁ ର୍ ରସେ
ଲେପି ଦେମି ପାଦେ ଅଏଲତା,
ରକତ୍ ରଙ୍ଗେ ପାଦ୍ ସରସର୍
ଅନ୍ଧାରେ ଉକିଆର୍ ନିଉତା……

କହ କେନୁ ଅଛୁ ନୁରୁଛେ ଯେ ମୁଇଁ
ରୁସିଛୁ କେଁ କହ ମତେ,
ପରକୁତି ରାନୀନୁ ତାର୍ ସୁନ୍ଦର ଦରବକେ
ମାଗି ଆନି ସଜାମି ତତେ… . …

Leave a Reply

Your email address will not be published. Required fields are marked *

error: Content is protected !!