“ଆଏଜ୍ ଗଅଁତିଆ ବବା ଆରୁୁ ମତେ ନୁଆଁ ଜାଗା ମିଲିଛେ ରହେବାର୍ ଲାଗିଁ l ବାଏର୍ ଆଡ଼ର୍ ଭଙ୍ଗା ପର୍ଛି ନ l ଗଅଁତିଆ ବବା ଆରୁ ମୁଇଁ ବନିିହାଁ ଦିନର୍ ସାଙ୍ଗ୍ ଅଉଁ l ବନିହାଁ ଦିନ୍ ବଏଲେଁ, ଗଅଁତିଆ ବବା ବିହାହେଲା ଦିନ୍ ଠାନୁଁ l ଗଅଁତିଆ ବବାର୍ ବିହାଥିଁ ମତେ ଯୌତୁକ୍ ଦେଇଥିଲେ ଗଅଁତିଏନି ବଡ଼ିର୍ ମାଆଁଘରର୍ ଲୁକେ l
ଗଅଁତିଏନ୍ ବଡ଼ି ଖଟି ଆଏଲା ବେଲ୍କେ ମୁଇଁ ନୁଆଁ ଥିଲିଁ l ଚୋବିସ୍ ଇଞ୍ଚ୍ ଡେଙ୍ଗ୍ l ରଙ୍ଗ୍ ସାଗୁଆ l ନାଁ-ହମର୍ ସାଏକଲ୍ l ମୋର୍ ସାଙ୍ଗେ ଏଚ୍ଏମ୍ ଟି ଘଡ଼ିଟେ ଆରୁ ମର୍ଫି ରେଡୁଟେ ଭିଲ୍ ଆସିଥିଲେ l ଘଡ଼ି,ସାଏକଲ୍,ରେଡୁ- ଇ ତିନ୍ଟା ଜିନିଷ୍ ଯିଏ ଯୌତୁକ୍ ଦେଇପାରୁଥିଲା, ତାହାକେ ଲୋକ୍ ମାଥେବର୍ ବଲୁଥିଲେ l
ନୁଆଁ ନୁଆଁ ମତେ ଗଅଁତିଆ ବବା ବଡ଼ା ସଉକ୍ କରୁଥିଲେ l ପର୍ତିଦିନ୍ ଗୁଟେ ସୁତି କପଡ଼ାଥିଁ ପୁଛୁଥିଲେ l ତେଲ୍ ଟିକେ ମଖେଇ କରିଁ ସବୁଆଡ଼୍କେ ସୁଁଆଲି ଆନୁଥିଲେ l ମୋର୍ ଦିହେଁ ଟିକେ କାଦୋ ଲାଗିଗଲେଁ ସାଙ୍ଗେଁସାଙ୍ଗ୍ ଧୁଇ ଦେଉଥିଲେ l ବବା ବଡ଼ିକେ ବସେଇ କରିଁ ମୁଇଁ କେତେଟେ ଗାଁ ବୁଲିଛେଁ ତାର୍ ହିସାବ୍ ନେଇଁ l ବବା ତାର୍ ଶାଶ୍ ଘର୍କେ ଗଲେଁ,ମତେ ଧୁଇ ପୁଛି କରିଁ ତେଲ୍ ଲଗଉଥିଲେ l ପୁଛିଁ ପୁଛିଁ ଶେଷ୍କେ ମୋର୍ ଦେହର୍ ରଙ୍ଗ୍ ଛାଡ଼ିଗଲା l ମୁଇଁ ଷ୍ଟିଲ୍ ବାଗିର୍ ଧୋବ୍ ଚର୍ ଚର୍ ହେଇକରିଁ ଚକ୍ ଚକ୍ କରୁଥିଲିଁ l ଶାଶ୍ଘରୁଁ ଫିରି ସାର୍ଲା ପରେଁ ଫେର୍ ଘାଏ ଧୁଏଲ୍ ବାଏଲ୍ ପୁଛିକରିଁ ଘର୍କେ ଢୁକଉଥିଲେ l
ଗାଁ ଥିଁ ମୋର୍ ବହୁତ୍ ଭାଉ ଥିଲା l ଗାଁ ଥିଁ ମୁଇଁ ଏକେଲା ଗଅଁତିଆ ବବାର୍ ଘର୍ ନ ଥିଲିଁ l ହେତିର୍ ଲାଗିଁ କିଏ କିଏ ନିଜର୍ ପୁଓ ବିହାର୍ ବରାତି କର୍ବାର୍ ଲାଗିଁ ଆଗ୍ତିରିଆ ନୁଁ ବବାକେ ବରାଦ୍ କରୁଥିଲେ-“ଦଦା,ତୋର୍ ସାଏକଲ୍ ଘାଏ ଦେବୁ.., ମୋର୍ ପିଲାର୍ ବିହାକେ ବରାତି ଲାଗିଁ l” ଗାଆଁର୍ ବଡ଼୍ ଭାଗି ବିହାର୍ ବରାତି କରିଛେଁ ମୁଇଁ l ହେତ୍କି ବେଲେଁ ମୋର୍ ମନ୍ ଗଦ୍ଗଦେଇ ଉଠେ l
ଧିରେ ଧିରେ ମୋର୍ ବାଗିର୍ ଅନେକ୍ଟା ଗାଁମାନ୍କେ ଆଏଲେ l ଗାଁ ଗୁଆଁ ଯିବାର୍ କେ ପହେଲା ପହେଲା ମତେ ଲୋକ୍ ବେଭାର୍ କରୁଥିଲେ l ଧିରେ ଧିରେ ମୁଇଁ ବୁଚ୍କା ବୁହି ବସଲିଁ l କିଏ କାଠ୍ ଯୁଗୁରାଲା,କିଏ ମୋର୍ କେରିଅଲ୍ ଥିଁ ପୁଆଲ୍ ଆନ୍ଲା,କିଏ ବଜାର୍ ଗଲା ତ କିଏ ଛେଲ୍ ମେଲ୍ଛା ଭି ଦୁହାର୍ଲା l ଟିଙ୍ଗାଲି ପିଲାମାନେ ଟେପ୍ ରେକଡ଼୍ ର କେସେଟ୍ ରିଲ୍କେ ମୋର୍ ହେଣ୍ଡିଲ୍ ଥିଁ ଘୁଡ଼ାଲେଞ୍ଜ୍ ବାଗିର୍ ଲଗେଇ କରିଁ ଡିଜେନ୍ କଲେ l କିଏ ଡାଏନାମୋ ଲଗାଲା ତ କିଏ ଫୁଲ୍ ଚେନ୍ କଭର୍ l କିଏ ବମ୍ଫର୍ ଲଗାଲା ତ କିଏ ଆଗ୍ କେରିଅଲ୍ ଲଗାଲା l
ପହେଲା ପହେଲା ଗଅଁତିଆ ବବା ତାର୍ କେନ୍ସି ଛୁଆକୁଁ ମତେ ଛିଇ ନେଇଁ ଦେଉଥେଇଁ l ଭାଏଲ୍ ନସିଯିମି କି ଭାଙ୍ଗିଯିମି ବଲିଁ l ହେଲେଁ,ତାର୍ ପୁଓ ଲୁକି ଲୁକି କରିଁ,ମତେ ନେଇକରିଁ ଗୋଡ଼୍ ଛିଙ୍ଗିଲିଆ ସାଏକଲ୍ ଚଲା ଶିଖୁଥିଲା l ଦିନେ ତ ପଡ଼୍ଲା ଯେ,ତାର୍ ଥୁତୁନା ଫାଟିଗଲା l ଆରୁ ମୋର୍ଟା ଭିଲ୍ l ଗଅଁତିଆ ବବାର୍ ଛୁଆପୁତା ମତେ ଚଲେଇ ଜାନ୍ଲେ କି ମୋର୍ ଆରୁ ଉସ୍ତାର୍ ନେଇଁ l ଖେତ୍କେ ଗଲେଁ, ଝାଡ଼ା ଗଲେଁ, ଗାଧି ଗଲେଁ ଭିଲ୍ ମତେ ନେଇକରି ଗଲେ l ମୋର୍ ଯତନ୍ ପାତନ୍ କମି ବସଲା l ଧିରେ ଧିରେ ମତେ ମୁର୍ଚା ଚରିନେଲା ନ l ମୋର୍ ମଡ଼୍ଗାଡ଼୍ମାନେ ଲର୍ ଲର୍ ହଲିବସଲା l ମୁଇଁ ଚାଲ୍ଲେ ଚନା ଚାବାଲା ବାଗିର୍ କଟର୍ କଟର୍ ଆବାଜ୍ ବାହାରି ବସଲା l ତେଲ୍ ଫୁଲ୍ ତ ଦୁରର୍ କଥା,କିହେ ଧୁଏଲ୍ ଟିକେ ଆରୁ ନେଇଁ ପୁଛୁଲେ l
ଏଭେଁ ଗଅଁତିଆ ବବାର୍ ନାତି ନୁଆଁ ବୁଲେଟ୍ ଗାଡ଼ିଟେ ଆନିଛେ l ବୁଲେଟ୍ ଗାଡ଼ିକେ ଦେଖିକରିଁ ମୁଇଁ ତ ସଁକରି ଗଲିଁ l ବୁଲେଟ୍ ଗାଡ଼ି ମୋର୍ ଆଡ଼୍କେ ଦେଖିକରିଁ ଟିକେ ବିର୍ଝାଲା ବାଗିର୍ କହେଲା-“ଚଲ୍ ହଟ୍ l” ମୁଇଁ ତ ଢଲି ପଡ଼୍ଲିଁ l ଆରୁ ମତେ କିହେ ଠଟାବର୍ ନେଇଁ କି ପଚ୍ରାବାର୍ ନେଇଁ l ମୋର୍ ଟାଏର୍ ଟିଉବ୍ ଚିକନ୍ ହେଇକରିଁ ଫାଟିଗଲା ନ l ଇଷ୍ପୋକ୍ ଖାଡ଼ିମାନେ ଛିଡ଼ିଗଲେ ନ l ଫିର୍ବିଲ୍ ଆରୁ ନେଇଁ ଧର୍ବାର୍ l କ୍ରେଁକ୍ ର ଦାଁତ୍ ସରିଗଲାନ l ଠିକ୍ ଗଅଁତିଆ ବବାର୍ ବାଗିର୍ l କାଁ କର୍ମା,ସମ୍କିରର୍ ଗୁଟେ ଗୁଟେ ସମିଆ l ସମିଆ ଠିକ୍ ଥିଲେଁ ସଭେ ନିଜର୍,ସମିଆ ଖରାପ୍ ହେଲେଁ ନିଜର୍ ଭି ପରର୍ l
ଗଅଁତିଆ ବବାର୍ ସାନ୍ ନାତି ବବାର୍ ଝଲୋ ଖଟ୍ ଆନିକରିଁ ବାଏର୍ ଆଡ଼ର୍ ପର୍ଛି ନ ପାରିନେଲା l ମତେ ଖିଡ୍ଖିଡ଼ାତେଲ୍ ଆନିକରିଁ ପର୍ଛିର୍ ଉରାଥିଁ ଟାଙ୍ଗିନେଲା l ପୁଟ୍ପୁଟେଇ କରିଁ କହୁଥିଲା-” ଇ ଦୁହିଟାକୁଁ କବାଡ଼ିଖାନା ପଠେଇ ଦିଅ ବୋ…!” ମୋର୍ ଜୀବନ୍ ଧକ୍ କଲା l ମୁଇଁ ତ କବାଡ଼ିଖାନା ଯିମି l ହେଲେଁ, ଗଅଁତିଆ ବବା କେନ୍ କବାଡି଼ଖାନାକେ ଯିବା ? ହେଁଟା ବୃଦ୍ଧାଶ୍ରମ୍ ନୁହେସେ ତ ?? କାଣା ଆର୍ କହେମି, ସବୁ ସମିଆର୍ ଖେଲ୍ ଆଏ l କବାଡି଼ଖାନାକେ ଯିବାର୍ ଲାଗିଁ ମୁଇଁ ମୋର୍ ଶେଷ୍ ସମିଆ କେ ଟାଖିଛେଁ l ମୋର୍ ମାଲିକ୍ ଭିଲ୍…”
-ପ୍ରସନ୍ନ ରଣା