ପାର୍ଥୀମାନେ ଭୋଟର୍ ଚିନ୍ହାଁ ପାଇଗଲେ କି ସବୁଆଡ଼େଁ ଗହଲ୍ ଗହଲ୍ ଲାଗି ବସଲା। ପାର୍ଥୀମାନ୍କର୍ ହାତ୍ ଯୁଡ଼ା ଫଟୁମାନେ ଗାଁ’ ଖୁଏଲ୍ମାନ୍କେଁ ଟଙ୍ଗା ହେଲା। ପାର୍ଥୀମାନେଁ ଘର୍-ଘର୍, ପରା-ପରା ବୁଲି ବସଲେ। ଆମର୍ ଗାଁ’ର୍ ବୁଧିଆ ଇଥର ସର୍ପଁଚ୍ ଭୋଟ୍ଥିଁ ଠିଆ ହେଇଛେ। ମାଛ ଚିନ୍ହାଁଥିଁ ଘର୍ ଘର୍ ବୁଲି ବୁଲି ଭୋଟ୍ ମାଗୁଛେ। ବୁଧିଆ ଠିକ୍ ଜାନିଛେ; ଆମର୍ ଗାଁ’ର୍ ବଢ଼େ ଜମାଁଟେ ଆନ୍ ବାରିକ୍ ଜମାଁ। ବାରିକ୍ କକାକେ ପଟେଇ ପାର୍ଲେଁ ବନେ ଗୁଡ଼ାଦୁ ଭୋଟ୍ ମିଲ୍ବା।
“କକା ଘରେଁ ଅଛୁ କେଁ ବୋ !”, ବାଟର୍ ଘରୁଁ ଗୁଗାତେଲ୍ ଢୁକୁଲା ବୁଧିଆ। “ହଁ ବୁଆ, ଘରେଁ ଅଛେଁ। ଇ ବେଲ୍ବୁଡ଼ିଆ ଆରୁ କେନ୍କେ ଯିମି !” ଘରୁଁ ଦୁଆର୍କେ ବାହାରି କରି କହେଲା ବାରିକ୍ କକା। ଆର୍ ପଦେ ଜୁରିନେଲା,
– “କେଡ଼େ କାମେ ଆଏଲୁ ସିନେ !”
– “ତୁଇଁ ତ ଜାନିଛୁ କକା, ଏସୁର୍ ମୁଇଁ ସର୍ପଁଚ୍ ଭୁଟେଁ ଠିଆ ହେଇଛେ। ହେତିର୍ ଲାଗିଁ ତୋର୍ ସହଯୋଗ୍ ଟିକେ ମିଲ୍ତା ବଏଲେଁ…।” କାନ୍ ଖୁଜାଲା ବୁଧିଆ।
– “ହଁ ବା’ ! ପୁରାପୁରି ମିଲ୍ବା। ତୋର୍ ଚିନ୍ହାଁଟା କାଣା ଆଏ କି ?”
– “ମାଛ ଚିନ୍ହାଁ ଆଏ କକା !” ମାଛ ଚିନ୍ହାଁ ଥିବାର୍ ପ୍ରଚାର୍ କାର୍ଡ଼୍ଟେ ଧରେଇ ନେଲା ବୁଧିଆ। ଆରୁ କହେଲା, “ଦେଖ୍ ସିନେ କକା ! ସୋର୍ କରିଥା…।”
ଦୁଇ ଦିନ୍ ପରେଁ ବୁଲି ଆଏଲା ବୁଧିଆ; ବାରିକ୍ କକା ଘର୍କେ।
– “କକା ସୋର୍ କରିଛୁ ତ ?”
– ” କେନ୍ କଥାକି ?”
– “ମୋର୍ ଚିନ୍ହାଁକେ !”
– “ତୋର୍ ଚିନ୍ହାଁ ତ ! ବାରଅଡ଼ା ଆଏ କାଏଁଯେ ?”
– ” ବାରଅଡ଼ା ନୁହେସେ କକା ! ମାଛ ଚିନ୍ହଁ ଆଏ। କାର୍ଡ୍ ଗୁଟେ ଦେଇଥିଲିଁ ଯେ !”
– ” ହେ କାର୍ଡ଼୍ ଆରୁ ଅଛେ ବଲୁଛୁ ! କାଏଲ୍ ତୋର୍ କାକି ହେଥିଁ ଭାଙ୍ଗ୍ ଚିପ୍ଟେଇ କରି ଖେତୁଁ ଛାଡି଼ ଆଇଛେ। ହେନ୍ତାଥିଁ ତୋର୍ ଚିନ୍ହାଁକେ କେନୁଁ ସୋର୍ ହେବା ? ଅଲ୍ଗା କାଣାଟେ ଦେତୁ ବଏଲେଁ କେନ ସୋର୍ ହେତା !”
– “କାଣା ଦେମି କକା !”
– “ହଏ ବୋ, ଛତା ଚିନ୍ହାଁ ବାଲା ଛତା ଧରି ବୁଲୁଛେ, ଷ୍ଟୁଲ୍ ଚିନ୍ହାଁ ବାଲା ଷ୍ଟୁଲ୍ ଧରି ବୁଲୁଛେ,ବାରଅଡ଼ା ଚିନ୍ହାଁ ବାଲା ବାରଅଡ଼ା ଧରି ବୁଲୁଛେ, କେଁଟେଲି ଚିନ୍ହାଁ ବାଲା କେଁଟେଲି ଧରି ବୁଲୁଛେ ହେନ୍ତା ତୁଇଁ ଭି…”
– “ଧରିଛେଁ କକା ! ଦୁଇ କେଜିଆ ରୁହି ପଟେ ଧର୍ । ଦେଖ୍ ସିନେ କକା ! ସୋର୍ କରିଥା…।”
ଭୋଟର୍ ଆଗର୍ ଦିନେ ଫେର୍ ଘାଏ ବୁଲି ଆଏଲା ବୁଧିଆ। ବାରିକ୍ କକାକେ ଦେଖିକରିଁ ପଚରାଲା,
– “କକା ! ସୋର୍ ରଖିଛୁ ତ ?”
– “କେନ୍ କଥା କି ?”
– “ମୋର୍ ଚିନ୍ହାଁକେ !”
– “ତୋର୍ ଚିନ୍ହାଁ ତ ! ବର୍ଗଛ୍ ଆଏ କାଏଁଯେ ?”
– ” ବର୍ଗଛ ନୁହେସେ କକା ! ମାଛ ଚିନ୍ହଁ ଆଏ। ମାଛ ପଟେ ଦେଇଥିଲିଁ ଯେ !”
– “ହେଁଟା କାଣା ମୋର୍ ତକ୍ ପୁହୁଁଚିଲା ବଲୁଛୁ ! ତୁଇଁ ତ ଜାନିଛୁ, ଆମେ ବଢ଼େଟେ କୁଟୁମ୍। ତୋର୍ କାକି ରାନ୍ଧି ସାଏଲା କି ଛୁଆମାନେ ପରେ ସବୁ ଦଁତିନେଲେ। ହେନ୍ତାଥିଁ ତୋର୍ ଚିନ୍ହାଁକେ କେନୁଁ ସୋର୍ ହେବା ? ଅଲ୍ଗା କାଣାଟେ ଦେତୁ ବଏଲେଁ କେନ ସୋର୍ ହେତା ! ହଁ, ମୋର୍ ଧୁତି କାନିଥିଁ ଗଏଁଠ୍ଟେ ପାରି ନେ ତ ସୋର୍ ହେବା ! ମେଲା ଗଏଁଠ୍ ହେଲେଁ କେତେ ପାର୍ବୁ… ?” କହେଲା ବାରିକ୍ କକା। ବୁଧିଆ ପାନ୍ଶ ଟଁକି ଗୁଡ଼ାଦୁ କକାର୍ ଧୁତି କାନିଥିଁ ଗଁଠେଇ କରିଁ କହେଲା, “ହେଏଦେ ଗଏଁଠ୍ ପକାଲିଁ। ଦେଖ୍ ସିନେ କକା ! ସୋର୍ କରିଥା…।” “ସୋର୍ କଲିଁ ପୁତୁରା ! ମାଛ ଚିନ୍ହାଁ ତ !” ବୁଧିଆ ଆରୁ ବାରିକ୍ କକା ଖଲ୍ଖଲାନୁଁ ହଁସୁଥିଲେ।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼