ହୀରାକୁଦ ବିସ୍ଥାପିତ ଗାଏ ଗରୁ କର ଆଶରା ଥଲି

“କେଟେଲ ଆଇଲାଣ୍ଡ ”

 

ହୀରାକୁଦ ବନ୍ଧାର ନାଁ ସୁନଲେ ଆଏଜ ଭି ସେ ବିସ୍ଥାପିତ ମାନକର ଦୁଖ ଦରଦର କଥା ମନ କେ ଦୁହୁଲେଇ ନେସି l ପିଢ଼ି ପରେ ପିଢ଼ି କେତେ ଯେ ଦୁଖ ନାଇଁ ସହିଛନ ସେମାନେ ଇ ବନ୍ଧା ଲାଗି ବଲି l ଉଜଡି ଯେଇଛେ କେତେ ଘର ସଂସାର ହଜାର ହଜାର କୁଟୁମର l କିଏ ଜାନେ ସରକାରର କାଏଁ ଯେ ଏତେ ବୈମାତୃକ ମନଭାବ ଇ ବୁଡ଼ି ଅଞ୍ଚଳ ପ୍ରତି l ଶହେ ଦୁଇ ଶହ କି ହଜାରେ ଅଧେ ନୁହେ ୨୬୫୦୧ କୁଟୁମର ଲୋକ ପିଢ଼ି ପରେ ପିଢ଼ି ସହି ଆସୁଛନ୍ ଇ ଦୁଖ l ଲୋକ ଥରେ ନୁହେ ଇ ବନ୍ଧା ଲାଗି ବଲି ସରକାରର ସ୍ୱାର୍ଥ ଲାଗି ଦୁଇ ଦୁଇ ଥର ଭି ବିସ୍ଥାପିତ ହେଲେ କେତେ ପରିବାର l ବିସ୍ଥାପିତ ମାନକର ସେ ଛାତିଫଟା ଗୁଲ ଗୁଲା ଯେ ନିଜର ଆଖି ଦେଖିଛେ ସେ ହି କହି ପାରବା l ସେ ହୀରାକୁଦ ବନ୍ଧା ଭିତରେ ପୁରା ସମାଧି ନେଇ ଥିବାର ୧୧୧ ଟା ଗାଁର ଲୁକେ ହିଁ କହି ପାରବେ l ଜମିବାଡ଼ି, ଘର ଦୁଆର, ଗାଏ ଦାମୁର ଛାଡି ରାତେ ରାତ ପଲାବାର କେ ପଡ଼ଲା ଜେନ ମାନକୁ l

ସରାବନ ମାସ l ଝରି ଝଁକେରର ସମିଆ l ମହାନଦୀର ପାଏନ ଘଉ ଘାଏକେ ଫୁଲି ଫୁଲି ଆସୁଥାଏ l ବନ୍ଧା କେ ବାନ୍ଧି ନେଲା ସରକାର l ଗାଁ ଗଁଡା ବୁଡ଼ି ବୁଡ଼ି ଆସୁ ଥାଏ l ଲୋକ ଘର ଦୁଆର ଛାଡି ବନ୍ଧାର ଉପର ଫାଳକେ ପଲାବାର କେ ବାଧ୍ୟ ହେଲେ l ସରକାର ଗାଁ କ ଗୁଟେ ଲେଖା ଟରକ ଲଗେଇନେଲା l ଗାଏ ବଳଦ ଲେଖେ ଲୋକ ଯେ ଯେତେ ପରଲେ ଭରି ହେଲେ l ଯେ ଆଏଲେ ଆଏଲା, ଯେ ରହେଲେ ରହେଲା l ଲୋକ କହେସନ ଘର ଦୁଆର ଜମି ବାଡ଼ି ତ ଦୂରର କଥା ଲୋକ ଅପାରୁ ମା, ବୁଆ,ବୁଢା ବୁଢ଼ି ମାନଙ୍କୁ ଭି ଛାଡି ଆସଲେ ଗାଁ ଗାଁ ନୁ l ମୁନୁଷର ଠାନୁ ବିସ୍ଥାପନର ବେସି ଭୁକ୍ତ ଭୋଗୀ ହେଲେ ଗାଏ ଗରୁ l ସେ ଏରିଆର ଗାଏ ଗରୁ ଆଏଜ ଭି ୬୦ ବଛର ହେଲା ଏକଲା ଜୀବନ ଜାପନ କରୁଛନ l ମୁନୁଷ ତ ଦୂରର କଥା ଅଲଗା ଜିବ ଜନ୍ତୁକର ଛଏରା ଭି ନୁହେ ଦେଖି ପାରନ ତାଳି l ୬୦ ବଛର ପରେ ଆଜି ଯେତେବେଳେ ମୁନୁଷ ମାନକୁ ଦେଖସନ ଖୁସି ଥି ପାଗଲ ହେଇ ଯେସନ ସେମାନେ l

ସମ୍ବଲପୁର ଠାନୁ ୯୦ କିଲୋମିଟର ଦୁରେ ବେଲପାହାଡ଼ ବନହର ପାଲି ରେଞ୍ଜର ତଳିଆ ଗାଁନୁ ଟିକେ ତଳକେ ଗଲେ ଗୁଜା ପରବତ l ତାର ସେ ପାଖେ ଆର ଗୁଟେ ଡୁଙ୍ଗରି ତାର ନାଁ ଦେଶର ପାହାଡ଼ l ପାହାଡର ଚାରହି କୁତି ପାଏନ l ଗୁଟେ ସୁରୁ ଟାପୁ l ଆଝିର ତାର ନୁଆଁ ନାଁ “କେଟେଲ ଆଇଲାଣ୍ଡ” l ବଏଲେଁ ଗାଏଗରୁ ମାନେ ରହୁଥିବାର ଟାପୁ l ତାର ଆଖେ ପାଖେ ଲୋକ ଘର ଦ୍ୱାର କରି ରହୁଥିଲେ l l ହୀରାକୁଦ ବନ୍ଧା ଥି ଗାଁ ଟା ବୁଡିଗଲା l ଲୋକ ବିସ୍ଥାପିତ ହେଇ ଜାହିଁ ତାହିଁ ପଲାଲେ l ନିଜର ଭିଟାମାଟି ଛାଡଲା ବେଳକେ ଅନେକ ଲୋକ ଅନେକ କିଛି ଛାଡ଼ବାର ସାଙ୍ଗେ ସାଙ୍ଗେ ଗାଏ ଗରୁ ମାନକୁ ଭି ଛାଡିଗଲେ l ଯେତେବେଳେ ବନ୍ଧା ପାଏନ ମାଡ଼ି ଆଏଲା ଗାଁ ଗଁଡ଼ା ବୁଡ଼ିଗଲା l ଚାରହିଆଡ଼ ପାଏନ ହି ପାଏନ l ଗାଏ ଗରୁ ମାନେ ଭି ବୁଧି ବନା ହେଇ ଦେଶର ପାହାଡ଼ କେ ଚଢି ଆଶରା ନେଲେ l ଲୋକ କହେସନ ବାବା ଝନେ ଗାଏ ଗରୁକର ସାଙ୍ଗେ କିଛିଦିନ ରହିଥିଲେ l ଆରୁ ତାକର ଥିବାର ସମିଆରେ ହିଁ ଗାଏଗରୁ କର ବଂଶ ବୃଦ୍ଧି ହେଇଛେ l ସେ ଠାନକେ ମୁନୁଷର ଯିବାର ଆସବାର ବନ୍ଦ ହେଇଗଲା l ବଛର ପରେ ବଛର ଯେତେବେଳେ ୬୦ ବଛର ତକ ସେନ ମୁନୁଷର ଛଏରା ସୁଦ୍ଧା ନାଇଁ ପଡି ସେମାନେ ମୁନୁଷ କେ ହେଲେ ଚିନବେ କେନ୍ଥେଇ l ଆରୁ ସେ ଗାଏଗାରୁ ମାନଙ୍କୁ ପୋଷ ମନାବାର ଅସମ୍ଭବ ଆଏ l ସ୍ଵଭାବିକ ସେନର ଗାଏ ଗରୁ ମାନେ ଦୁହା ନାଇଁ ଯାଇ l ସେଥିର ଲାଗି ସେମାନେ ମାରକଁଣିହା ହେଇ ଯାଇଛନ l ବନ୍ଧ୍ୟା କରଣ କରବାର ସୁଯୋଗ ନାଇଁ ଥିବାର ଲାଗି ସବୁ ଗାଏ ମାନକର ଛଡା ମାନେ ଷଣ ହେଇ ଯାଇଛନ l ସେମାନେ ସେଥିର ଲାଗି ଆଏଜ ଗୁରଦୁ ମାରକଁଣିହା l ମୁନୁଷ ଦେଖଲେ ଡ଼ରୁଛନ l ଦୁସରା ଜିବ ଜନ୍ତୁ କେ ପସି ନାଇଁ ଦେବାର l

ପ୍ରକୃତିର ନିଅମ କହୁ କି ମୁନୁଷର ହାତଲେଖା ସେମାନେ ଆଏଜ ମୁନୁଷ ସମାଜ ଠାନୁ ଅନେକ ଦୁରେ l ଯେ ଦିନେ ଘରେ ମୁନୁଷର ସାଙ୍ଗେ ଆଠ କାଲି ବାରମାସୀ ଜୁରୀ ହେଇକରି ଥିଲା, ସେ ଆଏଜ ମୁନୁଷ କେ ଦେଖଲେ ଡରୁଛେ l ଅନେକ ପରିବେଶବିତ କର ଅନେକ ମତ ରହେଲେ ଭି ମାନବିକତାର ଦୃଷ୍ଟି ନୁ ତାହାକୁ ତାକର ପୂର୍ବା ବସ୍ଥା କେ ଫିରେଇ ଆନବାର କେ ପଡ଼ବା ସେମାନକୁ l ନୁଆଁ ଜୀବନ ଟେ ଦେବାର କେ ପଡ଼ବା ସେ ପୁଷା ଗାଏଗରୁ ମୁନୁଷର ସେବାକାରୀ ଜାତି କେ l ନାଇଁ ହେଲେ ଆଧୁନିକତାର ଚିଡ଼ିଆଖାନାର ବାଗିର ବନେଇ ଦେମା ବଏଲେଁ ଦିନେ ନା ଦିନେ ସେମାନେ ଲୋପ ପାଇଯିବେ l ସରକାରକର ଯଦି ଟିକେ ନଜର ପଡତା ଇତାକର ଭାଗ୍ୟ ଭବିଷ୍ୟତ ଉପରେ ଇମାନେ ଭି ହୀରାକୁଦର କାଲ ଗର୍ଭୁ ମୁକଲି ଆସି ଆଘର ମେତାର ସାମାଜିକ ପ୍ରାଣୀ ଟେ ହେଇ ପାରତେ l

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର,ବରଗଡ଼

ମୋ.7987399724

Spread the love

Leave a Reply

Your email address will not be published. Required fields are marked *

error: Content is protected !!