ପଧାନ୍ ବବାକେ ଅଶି ବଛର୍ ହେଲାନ। କୁଡ଼େ ଦିନ୍ ହେଲାନ ବବା ନର୍ସିଂ ହୋମ୍ଥିଁ ପଡ଼ିଛନ୍। ହାର୍ଟ୍ ଅପରେସନ୍ ହେଇଛନ୍। ଆଏଜ୍ ଡାକ୍ଟର୍ ରିଲିଫ୍ କର୍ବେ ବାଗିର୍ ଲାଗୁଛେ।
ଦଶ୍ ବଜେ ଆଡ଼୍କେ ଡାକ୍ଟର୍ ଚେକିଙ୍ଗ୍ କରିସାରି ରିଲିଫ୍ କର୍ବାର୍ ଲାଗିଁ ସଜ୍ବାଜ୍ କର୍ଲେ। ନର୍ସିଂ ହୋମ୍ ଆଡ଼ୁଁ ପଧାନ୍ ବବା ନିକେ ଆଠ୍ ଲାଖ୍ ଟଁକାର୍ ବିଲ୍ଟେ ଆଏଲା। ବିଲ୍ ଦେଖିକରିଁ ପଧାନ୍ ବବା ଥନ୍ଥନେଇ ଗଲେ। ପଧାନ୍ ବବାର୍ ଆଁଖିର୍ ଲହ ବହିଆଏଲା। ବବାର୍ ଆଁଖଲ୍ ଦେଖିକରି ଡାକ୍ଟର୍ କହି ପକାଲେ, “ବବା ! ନେଇଁ କାନ୍ଦ। ହେ ବିଲ୍ଟା ଦିଅ। ହେଟାକେ ମୁଇଁ କମ୍ କରିପାର୍ମି।”
ପଧାନ୍ ବବା କହେଲେ, ” ଇ ବିଲ୍ ତ କେତେନି କମ୍ ଆଏ ଡାକ୍ଟର୍ ବାବୁ ! ଆଠ୍ ଲାଖ୍ କାଁ କରି ଦଶ୍ ଲାଖ୍ ବଏଲେଁ ଭିଲ୍ ମୋର୍ ଦେବାର୍ ତାକତ୍ ଅଛେ। ଆଁଖିର୍ ଲହ ତ ଇଥିର୍ ଲାଗିଁ ବାହାରି ପଡ଼୍ଲା କି, ଯେନ୍ ପ୍ରଭୂ ଅଶି ବଛର୍ ତକ୍ ମୋର୍ ହୁରୁଦ୍କେ ଯତନେ ରଖିଛନ୍, ସେ କେଭେଁ କେନ୍ସି ବିଲ୍ ନେଇଁ ପଠେଇ। ଆପଣ୍ ସିରିଫ୍ ତିନ୍ ଘଣ୍ଟାର୍ ଅପରେସନ୍ଟେ କରିଛନ୍ ଯେ ବିଲ୍ ଆଠ୍ ଲାଖ୍ ଟଁକା !”
“ବାଃ ପ୍ରଭୂ… ! ଅପାର୍ ତୋର୍ କରୁଣା… ! ତୁଇଁ କେତେ ଧିଆନ୍ ରଖିଛୁ ଆମର୍… !” ପଧାନ୍ ବବାର୍ ହୁରୁଦର୍ ଲହ ଆଏଁଖ୍ ଆଡ଼ୁଁ ବାହାରି ପଡ଼ୁଥିଲା।
– ପ୍ରସନ୍ନ ରଣା