ଖୁଡ଼୍‌ଖୁଡ଼ିଆ ଧର୍‌ତୀ ରାନୀର୍‌
ବଢ଼ାବାର୍‌ ଲାଗିଁ ଶୀରି,
ହୁର୍‌ହୁରିଆ ଧୁକା ଆଏଲା
ଫଗୁନର୍‌ ଫଗୁ ଧରି ॥୧॥

ଲସ୍‌ଲସାଲା କଅଁଲି ପତର୍
ପାଆଁଲି ଡୁଣା ଗଛେଁ,
ବଗ୍‌ବଗାନୁ ଆଏଲା କୁଚି
ବଉଲିଆ ଧୁକାର୍‌ ପଛେଁ ॥୨॥

ଭକ୍‌ଭକାନୁ ଫଲ୍‌ସା ଫୁଲ୍‌
ଫୁଟୁଲା ଡଙ୍ଗରେଁ ଝାରେଁ,
ମଗ୍‌ମଗାଲା ମହୁଲ୍‌ ଫୁଲ୍‌
ଫୁଟି ମହକିଲା କୁରେ ॥୩॥

ଗୁନ୍‌ଗୁନେଇଁ ଗାଏଲା ଗୀତ୍‌
ଗୁମୁନୁ ମହୁମାଛି,
ରସ୍‌ରସିଆ କଲିଆ ଭମର୍‌
ରସ୍‌ ଚୁହେ ଫୁଲ୍‌ ବାଛି ॥୪॥

ଛନ୍‌ଛନେଇଁ କୁଇଲି ଗାଏଲା
ଆମ୍‌ଗଛର୍‌ ଡାଲେଁ ବସି,
ଚୁଟ୍‌କୁଚୁଟା ଗିର୍‌ଡି ଫୁଲ୍‌
ଝାରେଁ ଦେଉଛେ ହସି ॥୫॥

ରଙ୍ଗ୍‌ରଙ୍ଗିଆ ପର୍‌ଜାପତି
ବୁଲୁଛେ ଲହଙ୍ଗ୍‌ ଲହଙ୍ଗ୍‌,
ହୁରୁହୁରିଆ ଧୁକା ଭର୍‌ଲା
ଜୀବିନେ ଫଗୁ ରଙ୍ଗ୍‌॥୬॥

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!