ରଜା ର ଦୋଷ୍ ପର୍ଜା ପାଇସି

ଛୁଆ ର ଦୋଷ୍ ମାଁ ବୁଆ

ଛାତ୍ର ଛାତ୍ରୀ ର ଦୋଷ୍ ମାଷ୍ଟର୍ ପାଇସି

ମୁନୁଷ୍ ଦୋଷ୍ ମାଇଚିଆ ।୧।

ଭାଗ୍ୟ ର ଦୋଷ୍ କରମ୍ ପାଇସି

ଫଳ୍ ଦୋଷ୍ ହେଲେ କୁହା

ବଢେଇ ର ଦୋଷ୍ ଗଛ୍ ପାଇସି

ଖୁସି ର ଦୋଷ୍ ବଡ଼ ମୁହା  ।୨।

ରସ୍ ଦୋଷ୍ ସେ ଖୁଜୁରା ପାଇସି

ଲୁହା ଦୋଷ୍ ଇ ଲୁହୁରା

ଘି ର ଦୋଷ୍ ଟା ଗୋଉର୍ ପାଇସି

ଗୁର୍ ଦୋଷ୍ ଜାନି ଉଖୁରା  ।୩।

ଲେଖା ର ଦୋଷ୍ ଯେ ଲେଖକ୍ ପାଇସି

କବିତା ର ଦୋଷ୍ କବି

ଘର ର ଦୋଷ୍ ସେ ମୁଖିଆ ପାଇସି

ତାଲା ର ଦୋଷ୍ ଇ ଚାବି  ।୪।

ଯାହାର୍ ଦୋଷ୍ ଟା ସିଏ ପାଇସି

ମୋର୍ ତ କାଏଟା ଗଲା

ଦୁଃଖ୍ ଭିତରେ ଭି ଖୁସି ମିଲିସି

ଲୟ ଧରିଥିଲେ ହେଲା ।୫।

——————📝——————

Spread the love

Leave a Reply

Your email address will not be published. Required fields are marked *

error: Content is protected !!