Skip to contentଅଛ୍’ରେ ର୍ ଆଖଲ୍ 👇
ଫଟ୍’କେଇଛେ ମେଘ୍,
ଆକାଶ ସଂଗେ ସଂଗେ ଧର୍’ତୀ, ପୁର୍’ଥି ଉଜୁଲ୍ ।
ଗନୁଛେ ତରା ଭରତର୍ ମାଆଁ
ପେଟ୍’ଲେଇଛେ ନାତେନ୍ କେ ଆର୍ ହସୁଛେ ମୁଲ୍-ମୁଲ୍
“ଏକ୍ ତରା ଦୁଇ ତରା ଦୁଇ ତରାନୁ ପେଇକ୍ ପରା
ପେଇକ୍ ପରାନୁ କାଣ୍ ବିନ୍ଧାନି
ଟୁରି ଟୁକେଲ୍ ମାଗେ ରାନୀ
ଘର୍ ପୁରୁ ପୁରୁ ମଙ୍ଗଲ୍’ବାର୍
ଘରର୍ ପୁଏ ରୁସିଲେ
ପଉଁଚ୍ ପିଣ୍’ହେ ବସିଲେ
ଆନ ମାମୁଁ ଶଗଡ, ଯେତେ ମୂଷା ରଗଡ
ଗୁଟେ ମୂଷା ଥେଇ ଦିଅ,
ଧାନ୍ ପୋଲ୍ ସବୁ ଖେଇଦିଅ “
କଥାନୀ ସଂଗେ ଆଈ-ନାତେନ୍ ର ଆଏଁଖ୍ ଲଟ୍’କି ଯେଇଛେ। ଶୀତେ ଥରି ଯଉଥିବାର୍ ନାତେନ୍ ଆଈର୍ ସଂଗେ ଆଛେନ୍ ଖଟେ ଚିଟୋମିଟୋ ହେଇ ଶୁଇଛେ। ରାଏତ୍ ଶୁଲ୍’ହ ଘଡି ଉଛ୍’ନାର୍ ପାଏନ୍ କେ ଦେଖି ଦେଖି ଜବ୍’ଦି ନେଇଛେ ଆଈ। ପହ ପହ ହେଲା ଝୁମ୍’ରା ଭାଙ୍ଗ୍’ଲା,
ଉପ୍’ଲୁଛେ ଗିନା ଖୁରୀ ,
କାହିଁଗଲା ସେ ମାଟିର୍ ଚୁଲି
ଆଁଠେ ପାନି ସର୍’ବତ୍ ବନିଛେ ,
ଯାହା ଥିଲା ଡବାର୍ ଶୁଖା ମୁର୍’ହି
ବିଛିଁ ହେଇଛେ ଜୁନ୍’ହା ପାଟେନ୍
ଧସ୍’କି ଯେଇଛେ କାଁଥି,
ସରିଛେ ବଲ୍ ବଫୁ
ନାତେନ୍ ବି ଆର୍ ଶୁନ୍’ବାର୍ ଘୁନ୍’ବାର୍ ନେଇଁ ,
ଗୋଡ୍ ଦୁଇଟା ଦିସୁଛେ
କେନ୍’ତା କଥାନୀ ସୁନ୍’ଲା ଯେ,
ନିର୍’ଘତିଆ ଶୁଇଛେ ।
(ଏନ୍ତା ହେସି ଗରିବର୍ ଘରେ ବଏ’ଢ୍,
ଫଟ୍’କେଇ ଥିବାର୍ ମେଘ୍ ବି ସକାଲ୍ କେ ଠଗି ନେସି,
ଉସ୍’ନାକି ଫୁଟୁଥିବାର୍ ଫୁଲ୍ କେ ସମିହା ଆଘୋନୁଁ,କିଏ ଛିଡେଇ ଛିଚି ବିଛି କରି ଦେସି,
ଯାହାର୍ ଉଜୁଡ୍’ସି ତାକେ ଫରକ୍ ପଡ୍’ସି
ହଁ, ତାକେ ଫରକ୍ ପଡ୍’ସି)
-ଆରତୀ ସାହୁ
error: Content is protected !!