ନୂଆଁଧାନ୍ ଚାଷିର୍ ମାନ୍
ବୁଚ୍‘କା ପିଢାଁ ବାନ୍ଧି ଶରାବନ୍
ପଲାଲା ତୁଲିଆ ଚିରି
ନୂଆଁଖେଇର୍ ଡାଖ୍ ସୁନି କରି ଭୂଦୋ
ଅଉଛେ ରଥ୍ ଚଢି ।।
ଭୂଦୋ ରଜା କେ ନୁଆଁଖେଇ ଦେଖି
ସଜ୍‘ବାଜ୍ କେତେ ହୁଏ
ଲେଢି ଛମ୍‘କା ସାଗୁଆ କପ୍‘ଟା ପିନ୍ଧି
କାଏଁସ୍ ଫୁଲର୍ ମକୁଟ ପିନ୍ଧେ ।।
ନୂଆଁଖେଇର୍ ବୁହେନ୍ ଅପରାଜିତା
ଭୂଦୋ କେ ଛେକିଁଛେ ବାଟ୍
କଇଁ ସାନ୍ ସାଲି ବଢା ଲାଜ୍‘କୁରୀ
ବାଟ୍ ଛେଁକା ଥିନ୍ ମାଗୁଛେ ପାଟ୍ ।।
ନୂଆଁଖେଇ ଯେ ଦିହେଁ ବୁହିଲା
ଧର୍‘ବା ନ କୂଲେଁ, ଖାକେଁ
ଭୂଦୋ ବିଚିରାର୍ ନୁ ଚଷାର୍ ଯହ ଉଷତ୍
ଧାନ୍ କେରା ଦେଖି ଗଛେଁ ।।
ଚଷା ପିଲା ଆଏଜ୍ କେତେ ଗହଗହ
ସରଗର୍ ସୁଖ୍ କିଏ ପଚ୍‘ରେ
ଗଣାବଜା ସାଙ୍ଗେ ଦୁଲ୍‘ଦୁଲି ବଜା
ନୂଆଁଖେଇର୍ ଅଁଟା ହଲେ ।।
ତାପସ