କେଡେ ଉବାଗର୍ ସୁନ୍ଦ୍ରୀ ବରନ୍
କଅଁଲ୍ ମଧୁର୍ ଦିହି
କେଡେଟେ ଯତନେ କେତେ କାଲ୍ ବସି
ଗଢ଼ି ଦେଇଥିଲା ବିହି ।
ନିର୍ମଲ୍ ମନ୍ ନରମ୍ ସଭାବ୍
ତୋର୍ ସରି କିଏ ହେବା
ଦିର୍ବା ବଲି ସୁନ୍ଦରୀ ହେଲେଁ ଭି
ଦେଖ୍ଲେଁ ହଦରି ଦେବା ।
ବରନ୍ ଯେନ୍ତା ଚଲନ୍ ସେନ୍ତା
ଦୁହିଟାକ ଅରି ସରି
ଆପନାର୍ ଗୁନ୍ ମହକ୍ ଝରେଇ
ମନ୍କେ ନଉଛୁ ହରି ।
କେଡେ ଶର୍ଧାଥିଁ ତୋର୍ କୁଲେଁ ବସି
ଗୋଲୋକ୍ ବିହାରୀ ଜାୟା
ମାଆଁ ମହାଲଖୀଁ ନାଆଁଟେ ପାଏଲେ
ସରାଗେଁ ପଦ୍ମାଲୟା ।
ମାହାପୁରୁ ତତେ ହାତେଁ ଧରିଥିଲେଁ
ପାଉଥିସୁ ତୁଇଁ ଶୋଭା
ଆପ୍ନା ସଭାବେଁ ଭକ୍ତିର୍ ଭାବେଁ
ଦିଶୁ କେଡେ ମନ୍ ଲୋଭା ।
ପାଏଲେଁ କହଁର୍ ରସିଆ ଭଅଁର୍
ତୋର୍ ଚାର୍ହିକୁତି ବୁଲେ
ଲୁଭ୍ ଲୁଭ୍ନିଆଁ ବରନ୍କେ ଦେଖି
ରସିଆର୍ ମନ ଭୂଲେ ।
ହଏ ଲୋ ସୁନ୍ଦରୀ ପଦୁଁ ଫୁଲ୍ ତୁଇଁ
ଜାତ୍ ହେଲୁ ହଦ୍ ଗଦେଁ
ମହତ୍ କଥାଟେ ଶିଖେଇ ଦଉଛୁ
ଏଖେଇ ଗୁଟେ ପଦେଁ ।
ଦଏବିର୍ ବଲେଁ ଜନମ୍ ଜାତ୍ ଲୋ
କୁଲ୍ ମୁଲ୍ ସିନେ ଭିନ୍
ମହତ୍ କରମ୍ କରୁଥିଲେଁ କିହେ
ନହେସେ କା’ର୍ନୁ ହୀନ୍ ।
ମନ୍ଟା ଲାଗ୍ସି ଜୀବନ୍ ଭିତ୍ରେଁ
ତୋର୍ ଲେଖେଁ ମୁଇଁ ହେତିଁ
ସବ୍କର୍ ମନ୍ ହଁସେଇ ରସେଇ
ଜୀବନ୍ ବିତେଇ ଦେତିଁ ।
କୃଷ୍ଣ ଚନ୍ଦ୍ର ଭୋଇ
ଗନିଆଁପାଲି
ବରଗଡ଼