“ବର୍ଷା” 📝 ଦୁଇ ମନ ର କଥା……
“””””””””””””””””””””””””””””””””””””””””””””
ସୁନୁଛୁ ସଜନୀ , ରଝୋ -ରଝୋ କରି
ଦେଖ୍’ତ ବର୍ଷା ପାଏନ୍
ଚଲେଇ-ଚଲେଇ, କେତେ ମୁଇଁ ଚଳାବି
ଢ଼ିଲା ହେଲା ,ସେକେଲ୍ ଚେନ୍
ନାଇଁ ଲାଗୁଚ୍ଛେ ଗା’ ଅଏନ୍
ବୁଢ଼ା ମୁଇଁ ହେଲିନ, କେତେ ଆର୍ ବାହିବି
ଥିଲେ ଯେତେ ହେଲେ ମାଏନ
ହଏ ଗୋ ଧଙ୍ଗରା ବୁଢ଼ା ହେଲି ବୋଲି
ଛୁଛା-ଥି ହେଉଛ ଘାଟି
ଚାଲି-ଚାଲି ଦୁହେଁ, ବାଟ ସାରିଦେମା
ଇଏ-ତ’ ଆମର ମାଁ’ ମାଟି
ଉଢେ ଦେମି ଛତା ପଟି
ବର୍ଷା ଥମିଗଲା, ବାଟ ଚାଲ୍-ମା ଗୋ’
ନୁହେଁ ଆମର୍ ଫଟ୍-ଫଟି
ଠିକ୍ କହୁଛୁ ଗା’ _ମୋର୍ ମନର୍-ମଇନା
ରହି ଯାଁଉ ଘଡେ ଛନେ
ବର୍ଷା ଥମିଗଲେ ବାଟ ଚାଲମା ଗା’
ବୁଝେଦେଲୁ ମୋର୍ ମନେ
ତୁଇ ଆଉ_ ଖାଲି ଝନେ
-ମନର୍ କଥା କେ’ମୋର୍ ,ବୁଝି-ନାଇଁ ପାରନ୍
ଦେଖିଛେ କେତେ ଜୀବନେ
ସଖ୍-ଲି ପକଗୋ ମୁଡ଼ର୍ ପଗିଡି
ବନେ କରି ଗଏଟ୍ ମାର
ଭାବେ ମୁଇଁ ବସିଛେ,ତମର୍ ପଛାଡେ ଗୋ’
କଲେ-କଲେ ପେଡେଲ୍- ମାର
ବର୍ଷା କଲା କଲବଳ
ଗଛ’ ର ଛାଇ ଲେଖେ ତମର-ସାଙ୍ଗେ ଥିବି
ସାଙ୍ଗେ ନେଇ ମତେ ଚାଲ
ହଇ ଗା’ ସଜନୀ ନୁହେ ତ କଥାନି
ସତ୍ କହୁଛୁ ଗା’ ତୁଇ
ଛୁଛା କଥା ପଦେ’ ଗୁପା କରୁଥିଲା
ଘାଟି ହେଇ ମରୁଛେ’ ମୁଇଁ
ତୁଇ ତ ମୋର ବନ୍ଧ’ର କଁଇ
ସାରା ଜୀବନ ତକ୍’ ସେକେଲ୍ ଲେଖେ ଗା’
ପେଡେଲ୍ ମାରୁଥିବି ମୁଇଁ
ଆଉ’
ପଛାଡେ ବସବୁ ତୁଇ ….
….ମୋର୍ ଧନ….
ପଛାଡେ ବସବୁ ତୁଇ……..
✍️Seth Suresh
🌻Jharsuguda
———————-❤️————————–