ରାଖି ପୁନି
ରାଖି ପୁନି
ଜଉଲ୍ ଜୁଆନ୍ ଥିଲେ ଛୁଆ ଯୁଡେ
ମାର୍ ପେଟ୍ ଭିତିରେଁ ରହନି କଲେ
ଗୁଟେ ପିଲା ଗୁଟେ ଟୁକେଲ୍…
ଝନେ ଝନ୍’କର୍ ବିନା ଅନ୍ଧ ହେଇ ଯେ
ଦେଖ୍’ବାର୍ ଲାଗିଁ ଆର ଝନ୍ କେ ।।
ଭାଏ ବୁହେନିର୍ ଗେଲ୍ ବଢା ଗହଗହ
ଭାବ୍ ଭରି ଥେ ମହୁ ସର୍ ସର୍
ସଁସେଇ ଯେ ଉଛୁଲି ପଡେ….
କେନ୍ ଜନ୍’ମେ କାଁ ପୁଇନ୍ କରିଥିଲେଁ
ଏନ୍ତା ଭାଏ ବୁହେନ୍ ସାରେ ମିଲେ ।।
ଦେଖୁନ୍ ଦେଖୁନ୍ ରାଖି ପୁନି ଆଏଲା
ରାକ୍ଷୀ ବାନ୍ଧବାର୍ ଲାଗିଁ କରିଛେ ଉପାସ୍
ଉଷତ୍ ଯେ କେତ୍ ନି କେତେ…
ପୂଜା ସାମାନ୍ ଖଞ୍ଜି ଦୀପ୍ ଟେ ଜାଲେ
ଦଦାର୍ ସୁଖ୍ ଲାଗି ମୁଡିଆ ମାରେ ।।
କେନ ଥିଲା ଯେ ଧୁକା କଡ୍’ଡି
ଠିକ୍ ସମିଆ କେ ଏଇଛେ ମାଡି
ଛେନ୍ ଖପର୍ ଉଡେଇ ଦୀପ୍ କେ ଲିଭେଇ ଦେଲା….
ସେ ଟୁକେଲ୍ ଯେ ଦୀପ୍ ଜାଲି ଜାଲି
ତାର୍ ହାତ୍ କେ ପୁଡେଇ ନେଲା ।।
କିଏ ଜାନେ ସେ ଦଇବର୍ କଥା
କାହାର୍ କପାଲେଁ କାଣା ଲେଖ୍’ଲା
ଲିଭେଇ ଦେଲା ଛୁଆର୍ ହଁସି….
କୁର୍ତା ଘିନି ଗଲା ବାଟେ ଚଡକ୍ ମରାଥିନ୍
ସେ ପିଲାର୍ ଜୀବନ୍ ଯେଇଛେ ପଲେଇ ।।
ଭାଏ ବୁହେନିର୍ ଗେଲ୍ ଆଝୁଁ ଟୁଟୁଲା
ଭାବର୍ ଡୋର୍ ଯେ ଆଝୁଁ ଛିଡ୍’ଲା
ହେଁକେଇ ହେଁକେଇ ଟୁକେଲ୍ କାନ୍ଦେ…..
ଭେଲ୍ ତାର୍ ଦଦା ଫିରି ଆଏବା ବଲିଁ
ଯଖେଇ ବାଗିର୍ ଦୀପ୍ କେ ଜାଲେ ।।
ଦୀପ୍ ଜାଲି ଜାଲି ମୁଡ୍ ପିଟୁ ଥେ
ଜଲ୍’ତି ଦୀପ୍ ଉପୁରେଁ ହାତ୍ ରଖୁଥେ
ଜୀବନ୍ ଆଏଜ୍ ଦେବା ହାରି….
ହେ ଜଲ୍’ତି ଜୁଏ ଥିନ୍ ଝାସ୍ ଦେଇଦେବା
ଦଦା କେ ନି ପାର୍’ଲେ ବଁଚେଇ ।।
ଟୁକୁଲୀର୍ ଗୁହାରୀ ଯମ୍ ସହି ନି ପାର୍’ଲା
କଠୋର୍ ହୁରୁଦ୍ ଭି ଆଏଜ୍ ତର୍’ଲି ଗଲା
ଦଦାକେ ଆନ୍’ଲା ଛଡେଁଇ….
କେଡେ ମହା ରଥି ଲଢୁଏନ୍ ଆଏ ଯେ
ଯମ୍ କେ ଆଏଜ୍ ଦେଲା ହରେଇ ।।
ତାପସ ରଞ୍ଜନ ସାହୁ
ମଲମଣ୍ଡା,ଗାଇସିଲେଟ୍,ବରଗଡ