#ସ୍ବର୍ଗତ ଲୋକଜନନୀ ପଣ୍ଡା

ହୀରାକୁଦ ବୁଡ଼ି ଅଞ୍ଚଳ ରମ୍ପେଲାର ମୂଳନିବାସୀ ବାପ ଗୋକୁଳାନନ୍ଦ ପଣ୍ଡା ଆର ମା ଶକ୍ରାବତୀ ଦେବୀଙ୍କ ଔରସନୁ ସମ୍ବଲପୁର ଝାଡ଼ୁଆପଡ଼ାଠାନେ ୧୯୩୪ ମସିହା ଜୁନ ୪ ତାରିଖ ଲୋକଜନନୀ ପଣ୍ଡା କର ଜନମ ହୋଇଥିଲା । ଲୋକଜନନୀ ହେଉଛନ୍ ଅତିବଡ଼ୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ କବି ସ୍ବର୍ଗତ ଉମାଶଂକର ପଣ୍ଡାକର ପତ୍ନୀ। ତାଙ୍କର ୪ ଟା ପୁଓ l ଅବସରପ୍ରାପ୍ତ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ବିଶିଷ୍ଟ ଗବେଷକ ଐତିହାସିକ ଶଶାଙ୍କ ଶେଖର ପଣ୍ଡା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ ଉପ ମହାପ୍ରବନ୍ଧକ ଉଦୟନ ପଣ୍ଡା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଶାଖା ପରିଚାଳକ ସୌଭାଗ୍ୟ ପଣ୍ଡା, ପୂର୍ବତନ ଅତିରିକ୍ତ ସରକାରୀ ଓକିଲ, ସମ୍ବଲପୁର ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବୋର୍ଡ଼ ର ଅଧ୍ୟକ୍ଷ, ନବନିଯୁକ୍ତ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ର ଲୋକପାଳ ବ୍ରଜେନ୍ଦ୍ର କିଶୋର ପଣ୍ଡା ଆର ଗୁଟେ ଝି ଜୟଶ୍ରୀ ପଣ୍ଡା, ଜ୍ବାଇଁ ଗଙ୍ଗାଧର ମେହେର କଲେଜର ପୂର୍ବତନ ଇଂରାଜୀ ପ୍ରଫେସର ଡ.ପ୍ରଦୀପ କୁମାର ପଣ୍ଡା l

ସ୍ଥାନୀୟ ଲେଡିଲୁଇସ୍‌ ସ୍କୁଲ ଆର ଗଙ୍ଗାଧର ମେହେର ଜଲେଜରେ ସେ ପାଠ ପଢିଥିଲେ । ୧୯୫୨ ମସିହା ବେଳକେ ଗଙ୍ଗାଧର ମେହେର କଲେଜନ ପଢ଼ୁଥିବାର ୫ ଝନ ଛାତ୍ରୀକର ଭିତରୁ ଲୋକଜନନୀ ଥିଲେ ଝନେ । ଲୋକଜନନୀ କଟକ ଆର ସମ୍ବଲପୁର ଆକାଶବାଣୀର ପ୍ରଥମ ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ୧୯୬୦ ମସିହାନୁ ସେ କଟକ ଆକାଶବାଣୀ ଲାଗି ଗୀତ ଲେଖିଥିଲେ ।ସେଟା ଗୁଟେ ସୁବର୍ଣ୍ଣ ଯୁଗ୍ ଥିଲା ସମ୍ବଲପୁରୀ ଗୀତର। ଜେନ ସମିଆ କେ ତାକର କଲମୁ ନିଝରି ଆସିଥିଲା

“ତୁମର୍ ଲାଗିଁ ହେଇଗଲି ବାଇ ରେ,

ଗୁପର କହ୍ନେଇ କଲା” ” ଜହ୍ନ କେ ମାଏଲି ଲେଦା “,

” ଦୁଲିଆ ରେ ଦୁଲା କଲେଁ କଲେଁ ଚଲା” ,

ତାର୍ ବାହାରେଁ -“ନଇଁ ସେପାରି କନକ ଗୋରୀ ” ମେତାର କେତନି କେତେ ଗୀତ l ତାକର୍ ଗୁଟେ ଗୀତିସଂକଲନ୍ ଭି ବାହାରିଛେ ଗୀତିମଂଜରୀ ନାଁରେ l ତାକର ଲେଖଲା ଗୀତ ମାନକେ ତତ୍‌କାଳୀନ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାଶ, ରଘୁନାଥ ପାଣିଗ୍ରାହୀ, ଅର୍ଜୁନ ଚରଣ ସାମଲ, ଅକ୍ଷୟ ମହାନ୍ତି, ତାନସେନ୍‌ ସିଂଙ୍କଠାରୁ ମୁଲ କରି ସୁବାସ ଦାସ, ଗୀତା ପଟ୍ଟନାୟକ, ଆରତି ମିଶ୍ର ଭଲିଆ କଣ୍ଠଶିଳ୍ପୀ ମାନେ କଣ୍ଠଦାନ କରିଛନ। ‌

 

ସମ୍ବଲପୁରୀ ଭାଷାର ପହେଲା ସ୍ବୀକୃତିପ୍ରାପ୍ତ ମହିଳା ଗୀତିକାର ଲୋକଜନନୀକର ସମ୍ବଲପୁରୀ ଗୀତ ୧୯୬୬ ମସିହାନ କଟକ ଆକାଶବାଣୀନୁ ପ୍ରସାରିତ ହୋଇଥିଲା। ତାଙ୍କ ଦ୍ବାରା ରଚିତ ସମ୍ବଲପୁରୀ ଗୀତ ଗୁଡାକ ପୂର୍ଣ୍ଣପ୍ରଭା ବହିଦାର (ପାଣିଗ୍ରାହୀ), ବିଭୂତି ପଟ୍ଟନାୟକ, ଜ୍ୟୋତ୍ସ୍ନା ରାଉତରାୟ, ଅକ୍ଷୟ ମହାନ୍ତି, ରାଜା ରଥ ଗିତ ମନକୁ କଣ୍ଠଦାନ କରିଛନ୍।

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

ମୋ – 8984320964

Spread the love

Leave a Reply

Your email address will not be published. Required fields are marked *

error: Content is protected !!