II ବୀର ମାଟିର ବୀରତାର କଥା II

ବୀର ମାଏଟ ଘେଁସ I ଯେନ ମାଟି ଜନମ ନେଇଥିଲେ ସହୀଦ ବୀର ମାଧୋ ସିଂ ତାକର ପୋ ହଟେ ସିଂ , କୁଞ୍ଜଳ ସିଂ , ବଏରୀ ସିଂ ,ଅଏରି ସିଂ I ଭାରତୀୟ ମୁକ୍ତି ସଂଗ୍ରାମ ର ଇତିହାସ ଥି ଘେଁସ ଜମିଦାର ମାଧୋ ସିଂ ଆର ତାକର କୁଟୁମ୍ ର ବଳିଦାନ ପୃଥିବି ଇତିହାସ ରେ ବିରଳ ଆଏ I ଅଏଜ ଭି ସେ ବୀର ମାଟିର ଗୁଟେ ଲୋକ କଥା “ଗୋପି କୁଇଳତାର କଲଜା ଖାଏମୁ ” ସୁନଵାର କେ ମିଲସି I କିଏ ସେ ଗୋପି କୁଇଲତା ? ଜାରିଙ୍ଗ ଗଁତିଆ ଦେଖନି ପଧନର ମଝିଆଁ ପୋ ଥିଲା ଗୋପିନାଥ ପଧାନ I ଯେ କି ଇଂରେଜ ମାନକୁ ସହଯୋଗ କରି କରି ଗଣ ଜମିଦାର ମାନକୁ ହରେଇ ଉତ୍ତାଳ ବାଇଶି ର ଜମିଦାର ହେଇଥିଲା I ସେ ଥିଲା ଗୋପି କୁଇଲତା I ଘେଁସ ଜମିଦାରୀ ଲାଗି ଗୋପି କୁଇଲତା ଥିଲା ଗୁଟେ ବଡ଼ ଶତ୍ରୁ I ଭାଟ ଭାଟେନ ବଲି ଦୁଇଟା ମାହେଜି ମୁନୁଷ ଥିଲେ I ତାକର ଅସଲ ନାଁ ସନୁ ଭାଟ ଆର ଫଗନି ଭାଟେନ I ଯେନ ମାନେ କି ଲୁକି ଲୁକି କରି ଘେଁସ ଜମିଦାରୀର ସବୁ ଗୁପତ କଥା କେ ଠୁଲଉ ଥିଲେ ଆର ଗୋପି କୁଇଲତା କେ ଦଉଥିଲେ I ଇ ଭାଟ ଭାଟେନ ଦୁହେ ବଏରି ସିଂ ଆର ଅଏରି ସିଂ ସାଇ ଦୁଏଲ ନ ଲୁକିଥିବାର କଥା ଲୋକକରନୁ ପଚରେଇ ଉଚରେଇ କରି ଯାନିଥିଲେ ଆର ତାହାକୁ ଧରେଇ ଦେଇଥିଲେ ଇଂରେଜ ମାନକର ହାତେ I ସେ ସାଇ ଦୁଏଲ ଭିତରେ ବଏରି ସିଂ ଆର ଅଏରି ସିଂ କୁ ଇଂରେଜ ମାନେ ଧୁଙ୍ଗେଇ କରି ମାରିଦେଲେ I ଭାଟ ଭାଟେନ ଗୋପି କୁଇଲତା କେ ସବୁ ଖବେର ଦଉଥିବାର ଦିନେ ହଟେ ସିଂ ଜାନଲେ I ଜାନଲା ପରେ କୁଞ୍ଜଲ ସିଂ ଧରି ଆନଲେ ଭାଟ ଭାଟେନ କେ ଆର ଗୁଟେ ଡୁଙ୍ଗୁରି ନ ଦୁଇଫାଳ କରି ଚିରି ଦେଇ ଗଛ ଟାକେ ଉଲେଇ ନେଲେ I ସେ ଦିନ ଠାନୁ ସେ ଡୁଙ୍ଗୁରି ର ନା ହେଲା ଭାଟେନ ଡୁଙ୍ଗୁରି I ଯେନ ଭାଟେନ ଡୁଙ୍ଗୁରି କି ଆଏଜ ଭି ଘେଁସ ଜମିଦାରିର ବୀରତ୍ୱର କଥା କହେସି I ଯେନଟା କି ଘେଁସ ପାଖର ପେଟୁପାଲି ଗାଁ ପାଖେ ଅଛେ ଭାଟେନ ଡୁଙ୍ଗୁରି I

 

ଆଏଜ ସେନ୍ତା ଗୁଟେ ଦିନ ,ଯେନ ଦିନେ କି ସେ ବୀର ମାଟିର ସୁପୁତ ମାନକର ବୀରତ୍ୱ କେ ସୋର ପକେଇ କରି ପୁରା ରାଏଜ ବୀରତା ଦିବସ ମନଉଛେ I ଇ ମାଟିର ଲାଗି ନିଜର ଜୀବନ କେ ବଲିଦାନ ଦେଇଥିବାର ସେ ଘେଁସ ଜମିଦାରୀର ମହାନ ବୀର ମାନକୁ କୋଟି କୋଟି ଜୁହାର I

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

ମୋ.7987399724

Spread the love

Leave a Reply

Your email address will not be published. Required fields are marked *

error: Content is protected !!