II ରାମ୍ପେଲା ବ୍ରିଜ II

ମହାନଦୀର ଗୁଟେ ଉପନଦୀ ହଉଛେ ଇବ ନଏଦ l ଯାହାର ଉପରେ ବନା ହେଇଛେ ରାମ୍ପେଲା ବ୍ରିଜ l ଇ ଇବ ନଦୀର ପାଏନ ସିଧାସଳଖ ହୀରାକୁଦ ଜଲଭଣ୍ଡାର କେ ପ୍ରଭାହିତ ହେସି l ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ନୁ ଝାରସୁଗୁଡାର ଲଖନପୁର ବ୍ଲକ କେ ଯୁଡ଼ିଛେ ରାମ୍ପେଲା ବ୍ରିଜ l ହୀରାକୁଦ ବନ୍ଧାର ଦୁହି ଖଣି ଥିବାର ବୁଡ଼ି ଅଞ୍ଚଳ ର ଲୋକକୁ ଗୁଟେ ଧାରେ ଯୁଡ଼ି ରଖବାର ଲାଗି ଇଟା ହଉଛେ ଗୁଟେ ବଡ଼ ମାଧ୍ୟମ l

 

13 ଜାନୁଆରୀ 1957 ସାଲେ ପଣ୍ଡିତ ଜବାହାର ଲାଲ ନେହେରୁ କର ଦ୍ୱାରା ହୀରାକୁଦ ଡେମ କେ ଦେଶର ଲାଗି ସଁପି ଦିଆଯାଇଥିଲା l ସେ ଇଟାକେ ଗୁଟେ ‘ଆଧୁନିକ ଭାରତର ମନ୍ଦିର ‘ ବଲି କହେଲେ l ଆର ଡେମ ଲାଗି ଲୋକ ଦେଇଥିବାର ବଳିଦାନ କେ କେତନି କେତେ ପ୍ରଶଂସା କଲେ l

ହେଲେ !!!

ଲୋକକର ଧନ ଜୀବନ ସବୁ ଗଲା l ଡେମ ଭିତରେ ବୁଡିଗଲା 249 ଖଣ ଗାଁ l ବିସ୍ଥାପିତ ହେଲା 26501 ପରିବାର l 2 ଲାଖ 23 ହଜାର 436 ଏକର ଚାଷ ଜମି ବୁଡ଼ି ଗଲା l ଲୋକ ଗାଁ ଗଁଡ଼ା, ଜମି ବାଡ଼ି, ଧନ ଜୀବନ ସବୁ ହରାଲେ l ପାଏନ ବନ୍ଧା ହେଲା ଡେମେ l ଜୋର ଜବରଦସ୍ତି ଗାଁ ମାନକର ନୁ ଲୋକଙ୍କୁ ଗହଡିଲେ l ମାଡି ଆଏଲା ପାଏନ l ବୁଡ଼ିଗଲା ସବୁକିଛି l

 

ଇନୁ ଗୁଟେ ପ୍ରଶ୍ନ ଉଠସି, ସେ ବୁଡ଼ି ଅଂଚଳର କେତେ ଲୋକ କ୍ଷତିପୂରଣ ପାଇଛନ ତାର କିଛି ହିସାବ ନାଇନ l ଆଏଜ କେ 63 ବଛର ପରେ ଭି ଲୋକ କ୍ଷତିପୁରଣ ନୁହେ ପାଅନ ତାଳି l ଇଟା ଅସ୍ୱୀକାର କରାଯାଇ ନାଇଁ ପାରେ ହେଲେ ଇଟା ହଉଛେ ପୁରଥିର ସବୁଠାନୁ ବଡ଼ ବିସ୍ଥାପନ l ହେଲେ ସରକାର ବିସ୍ଥାପିତ ଲୋକକର ଥଏଥାନ କଥା ପସରି ନେଲେ l

 

ଏତେସବୁ ପରେ ଭି ବିସ୍ଥାପିତ ମାନେ ଡେମର ଦୁହି ଖଣି ରହୁ ଥିବାର ଲୋକକୁ ସଂଯୋଗ କରବାର ଲାଗି ଇବ ନଦୀର ଉପରେ ବ୍ରିଜ ଗୁଟକର ସପନ ଦେଖଲେ l ଯେହେତୁ ଲଖନପୁର ଠାନୁ ସମ୍ବଲପୁର କେ 110 କିଲୋମିଟର ଦୁରିଆ ପଡୁଥିଲା l ଇ ଦୁରିଆ କେ କମ କରବାର ଗୁଟେ ନ ରାସ୍ତା ଥିଲା ଇବ ନଏଦ ଉପରେ ବ୍ରିଜ l

ରାମ୍ପେଲା ଗଁତିଆ,ଲଖନପୁର ବ୍ଲକ ର ତତକାଲିନ ଚେଆରମେନ ବିଳମ୍ବିତ ପଣ୍ଡା ଆର କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡା ରାଜ୍ୟସଭା ସମେତ ଫୋରମ ରେ ଇ କଥାକେ ଉଠାଲେ l ଶେଷେ 80 ଦଶକଥି ରାଜ୍ୟ ସରକାର ବ୍ରିଜ ଲାଗି 22 କୋଟି ଟଁକା ମଂଜୁର କରିଥିଲେ l

2014 ସାଲର ହୀରାକୁଦ ଡ଼ଙ୍ଗା ବୁଡ଼ି ଘାଟନା ଇହାଦେଭି ସୋର କଲେ ଦେହେ ଶିତେଇ ଉଠସି l 31 ଝନକର ଜୀବନ ଗଲା ଉତାରୁ ସରକାରକର ଚେତା ପସଲା l ଫେର ନଜର ପଡଲା ରାମ୍ପେଲା ବ୍ରିଜ ଉପରେ l ତାର ପରେ ଜାକିର 2.5 କିଲୋମିଟର ବିଶିଷ୍ଟ ପଶ୍ଚିମ ଓଡ଼ିଶାର ସବୁଠାନୁ ବଡ଼ ବ୍ରିଜ ର ମୁଲଦୁଆ ପଡଲା l ଖରଚା ହେଲା 22 କୋଟି ଜାଗାରେ 117.5 କୋଟି ଟଁକା l ଖାଲି ସରକାରୀ ପଇସାରେ ବ୍ରିଜ ନାଇଁ ବନି l ଇଣ୍ଡୋବରାଦ କମ୍ପାନୀର ପ୍ରୋତ୍ସାହନ ହିଁ ରେ ବନା ହେଲା ରାମ୍ପେଲା ବ୍ରିଜ l କେନ ସ୍ୱାର୍ଥ ନେଇକରି ବେସରକାରୀ କମ୍ପାନୀ ଗୁଟେ ଏତେ ପଇସା ଖର୍ଚା କଲା , ଇଟା ଚର୍ଚ୍ଚାର ବିସେ ଆଏ l ସରକାର କର ସେ ତୀରଛି ନଜର ଆଏଜବି ବାରି ହେଇ ପଡସି ରାମ୍ପେଲା ବ୍ରିଜ ଉପରୁ l ରାମ୍ପେଲା ବ୍ରିଜ ପଶ୍ଚିମ ଓଡ଼ିଶାର ଲୋକକର ସ୍ୱାର୍ଥ ଲାଗି ଯେତକି II ଦୁଖ୍ ଦରଦର ନିରବ୍ ସାକ୍ଷୀ ହୀରାକୁଦ ବନ୍ଧା ll

 

ଇତିହାସ କହେସି ଆଏଜ ଯେନଠାନେ ପୁରଥୀର ବଡ଼ ମାଏଟ ବାନ୍ଧା ଠାଡ ହେଇଛେ, ଦିନ ଥିଲା ଠିକ ହେ ଜଗାନ ସୁରୁଟେ ଟାପୁ ଥିଲା ମହାନାଏଦ ଭିତରେ | ଟାପୁ ର ଦୁହି ଖଁଡି ଦୁଇଟା ଡୁଙ୍ଗରି | ଗୁଟେ ଲମଡୁଙ୍ଗରି ଆର ଗୁଟେ ଚାନ୍ଦଲିଡୁଙ୍ଗରି | ଲମଡୁଙ୍ଗରି କହେଲେ ଗାନ୍ଧି ମିନାର ଫାଲଟା ଯେନଟା କି ମାଲତି ଜୋର ତକ ଲମିଛେ ଆର ଚାନ୍ଦଲିଡୁଙ୍ଗରି କହେଲେ ନେହେରୁ ମିନାର ଫାଲଟା ଯେନ ଫାଲେ କି ବୁର୍ଲା ଗାଁ ଅଛେ | ଦିନେ ଇ ଟାପୁ ନ ଝରା ମାନେ ରହୁଥିଲେ | ଝରା ମାନକର କବାର ଥିଲା ହୀରା ସଂଗ୍ରହ କରବାର | ବଛରର ସିତ ଆର ଖରା ମାସେ ଝରାମାନେ ମହାନଦୀର ପାନି ହୀରା ସଂଗ୍ରହ କରୁଥିଲେ | ସମ୍ବଲପୁର ରଜା ତାକର ଲାଗି ଗୁଟ ବନ୍ଦୋବସ୍ତ କରିଥିଲେ l ନଏଦ ଖଣି ଥିବାର ୩୦ ଖଣ ଗାଁର ମାଲଗୁଜାରି କେ ଝରା ମାନକର ଦରମା ହିସାବେ କରିଦେଇଥିଲେ l ଆର ତାର ବଦଲେ ଝରାମାନେ ହୀରା ସଂଗ୍ରହ କରି ରଜାକୁଁ ଦଉଥିଲେ | ହୀରା ମିଲୁଥିବାର ଲାଗି ଇ ଟାପୁ (କୁଦ) ର ନାଁ ରହିଥିଲା ହୀରାକୁଦ |

୧୯୦୧ ଜନଗଣନା ହିସାବେଁ ଇ ଟାପୁନ ୭୦ ଝନ ଝରା ଜାତିର ଲୁକେ ରହୁଥିଲେ | ଆର ଇତାର ଏରିଆ ଥିଲା ୮୨୮ ଏକଡ଼ | ବ୍ରିଟିସ ଶାସନ ସମିଆଥି ଇ ଟାପୁକେ “ଦେୱାନ ବହାଦୁର କସ୍ତୁର ଚାନ୍ଦ ” କଂପାନୀ କେ କେତେ ବଛର ଲାଗି ଠିକା ଦିଆ ହେଇଥିବାର କୁହାଯାଏସି | ବଏଲେ ଇନୁ କଥାଟା ସତ ଆଏ… ସଥେ ଆମର ହୀରାକୁଦେ ହୀରା ମିଳୁଥିଲା ଆର ଗୁଟେ ହୀରାର ଖୁଦାନ ଥିଲା ପଶ୍ଚିମ ଓଡିଶା |

ମହାନଏଦ ଉପରେ ବନ୍ଧା ବାନ୍ଧବର ସମିଆ ଆଏଲା | ସରକାର ଚିନ୍ତା କଲେ ପୂର୍ବ ଓଡିଶା ,କଟକ ଭୁବନେଶ୍ୱର କେ ବନ୍ୟାର ଦାଉନୁ ବଁଚାବାର କେ ହେଲେ ମହାନଏଦ ଉପରେ ବନ୍ଧା ବାନ୍ଧବାର ଜରୁରି ଆଏ | ଗୁରଦୁ କଲ ଛଲ କରି ସମ୍ବଲପୁର ପାଖେ ହୀରାକୁଦ ଟାପୁନ ବନ୍ଧା ବାନ୍ଧବାର ଲାଗି ସରକାର ସଜବାଜ ହେଲେ | ଜାଗା ବଛା ସରଲା | ଗୁରଦୁ ଭୁରତା, ସୁରତା, ଲୋଭ,ପ୍ରଲୋଭାନ, ନେତାଗିରି,ଦାଦାଗିରି ସବୁ କଲେ | ଭରନା ଦେମୁ, ଟଁକା ଦେମୁ, ପଇସା ଦେମୁ, ଚାଷ ଜମିକେ ପାଏନ ଦେମୁ, ଅନ୍ଧାର ଘରକେ କେ ଉଜାଲା କରମୁ, ଆର କେତେ କଣା | ହେଲେ ସବୁ ଛୁଛା ଫସ | ଆଏଜ ୬୦ ବଛର ପରେ ଭି ଲୋକ କ୍ଷତିପୂରଣ ନୁହେ ପାଆନ ତାଲି |

ମହାନଏଦ ଆର ଇବ ନଏଦ ବଘରା ଠାନେ ମିସିଛେ, ତାର ୫ କିଲୋମିଟର ତଳକେ ହୀରାକୁଦ ବନ୍ଧା l ହୀରାକୁଦ ଟାପୁ ,ଚାନ୍ଦଲିଡୁଙ୍ଗରି ଆର ଲମଡୁଙ୍ଗରି ତିନହିଟା ହଉଛେ ପଥର ଶଯ୍ୟା l ମହାନଦୀ ନ ପାଏନ ବଢ଼ଲେ ନଏଦ ଫୁଲୁଥିଲା l ନଏଦ ଫୁଲଲେ ଜମି ବାଡ଼ି କେ ପାଏନ ଚାପି ଯଉଥିଲା l ଉପର ମୁଡେ ପାଏନ କମିଗଲେ ଜମି ମାନକୁ ପାଏନ କମି ଯାଉଥିଲା l ୪ ରୁ ୬ ଫୁଟ ପଟୁ ପଡି ଯଉଥିଲା l ପଟୁ ପଡିଗଲେ ଧାନ, ମୁଗ, ବିରହି ବିନ ପାନି ବିନ ଜୁତି କରି ହେଇ ଯଉଥିଲା l ଯେତକି ବଢି ହେବା ଚାଷ ହେତକି ବନେ ହଉଥିଲା l ଇଟା ଥିଲା ଗୁଟେ ପରକୁତିର ଦେନ l ବନ୍ୟା ଦଉନୁ ଭି ସମ୍ବଲପୁର କେ ରକ୍ଷା କରୁଥିଲା l ୧୯୮୨ ପୁରବୁ ସମ୍ବଲପୁର ସହର କେଭେ ବନ୍ୟା ନାଇଁ ଦେଖି ଥାଇ l ସେଥିର ଲାଗି ସମ୍ବଲପୁର ଟାଉନ ଟା ନଏଦ ଖଣି ଖଣି ଥିଲା l ନନ୍ଦପଡ଼ା ଝାଡୁଆପଡା ସବୁ ମାଟିର ଘର ଥିଲା l ୧୯୮୨ ବନ୍ୟା ରେ ସବୁ ଶେଷ ହେଇଗଲା l ଇହାଦେ ହୀରାକୁଦର ପାଏନ ଛାଡି ନେଲେ ସମ୍ବଲପୁରେ ବଢ଼ି ହଉଛେ କିନ୍ତୁ ଅଘୋ ମହାନଦୀର ପାନି ସମ୍ବଲପୁର ନାଇଁ ବୁଡ଼ୁଥାଇ l ଅଘୋ ସମ୍ବଲପୁର ସହର ମହାନଦୀ ଶଯ୍ୟା ନୁ ୧୦ ଫୁଟ ଉପରେ ଥିଲା l ମହାନଦୀ ନଦୀ ଶଯ୍ୟା ଟା ଵେଲ ରେ ପୁରି ଥିଲା l ହୀରାକୁଦ ବନ୍ଧାର ପାଏନ ଛାଡବାର ପରେ ସବୁ ଵେଲ ଉହୁଁଲେଇନେଲା l ତ ନଏଦ ଟା ୧୦ ଫୁଟ ଗୁହେର ହେଇଗଲା l ୧୦ ଫୁଟ ଉଁଚା ଥିଲା ସମିଆଁକେ ବଢ଼ି ନାଇଁ ହଉଥାଇ କିନ୍ତୁ ଏବେ ୧୦ ଫୁଟ ଗୁହେର ଅଛେ, ବଢି ହଉଛେ l ତ ସବୁ ଜାନିଶୁନି କରି ଗୁଟେ ନେଚୁରାଲ ବେରିଅର କେ ଧ୍ୱଂସ କରି ଦିଅ ହେଲା ହୀରାକୁଦ ବନ୍ଧା ନା ଥି l

ହୀରାକୁଦ ଟାପୁର ଉପରେ ଠାଡ଼ ହେଲା ବନ୍ଧା | ବନ୍ଧାର ଆର ପାଖେ ଜମଡା ଗାଁ | ୧୯୪୮ ମସିହା ଏପ୍ରିଲ ୧୨ ତାରିଖ l ପଣ୍ଡିତ ନେହେରୁ ହୀରାକୁଦ ବନ୍ଧାର ସୁଭ ଦେଇ ଆସବେ, ସଭା ସମିତି ହେବା ବଲି ୧୯୪୮ ମସିହା ଏପ୍ରିଲ ୨ ତାରିଖ ଜମଡା ଗାଁ ନୁ ପହେଲା କରି ବିସ୍ଥାପିତ ହେଲେ ୨୪ ପରିବାର | ଜୋର ଜବରଦସ୍ତି ପୁଲିସ ଲଗେଇ ,ମାରପିଟ କରି ,ଘର ଦୁଆର ଭାଙ୍ଗି ୨୪ ଆଦିବାସି ପରିବାର ତଡା ଖାଏଲେ | ପୃଥିବି ଇତିହାସ ରେ ସବୁଠାନୁ ବଡ଼ ବିସ୍ଥାପନ ହଉଛେ ହୀରାକୁଦ ବୁଡ଼ି ବିସ୍ଥାପନ | ପହେଲା ବିସ୍ଥାପିତ ଲୋକ ହଉଛନ ସେ ଜମଡା ଗାଁ ର ଗୌତମ କାଲୋ, ଚେମା କାଲୋ, ନିରଂଜନ ଭୋଇ,ବରଜ ଭୋଇ,ଜୟ ଭୋଇ, ଗଣ୍ଡା ଝାଁକର, ଗୁରବାରି, ମହରଗି, କାଙ୍ଗାଲୁ ଭୋଇ, ବହାଦୁର ଭୋଇ, ଗଣେଶ ଭୋଇ, ସୁଆଗ, ହେମ, ଉଜଳ ଭୋଇ, ରତନ ଭୋଇ, ସୁମିତ୍ରା, ବାଲ ମୁକୁନ୍ଦ ଗଣ୍ଡା,ଆନଦ ଗଣ୍ଡା,ଋଇଲୁ ଭୋଇ,ବୈଦେହୀ, ଲତା ଗଣ୍ଡ, ବୈଷ୍ଣବ ଚମାର,ଭରତ ଚମାର ଆର ବିଦ୍ୟାଧର ଭୋଇ l

ସରକାର କହେଲେ କ୍ଷତିପୁରାଣ ଦେବେ l ବେଦଖଲ ହେବାର ପରେ ଦିନ ରାଏତ ଦଉଡି ଦଉଡି ୧୯୪୯ ମସିହା ଏପ୍ରିଲ ୧୪ ତାରିଖ ବା ବଛରେ ପରେ କ୍ଷତିପୁରଣ ପାଏଲେ l କେତେ ପଏଲେ ? ଡିସମିଲ କ ୨୧ ପଏସା ହିସାବେ l ସରକାରି ଦରବାରି ନିଅମ ଭି ଲଗା ହେଲା ବିସ୍ଥାପିତ ମାନକର ଉପରେ l ୧୯୪୮ ମସିହା ୧୮ ନମର ଆଇନ ଅନସାରେ ଅଧିଗୃହୀତ ହେଇଥିବାର ଜମି ମାଲିକ ମାନେ ସିଧା ସଳଖ କୋଟ କଚରି ଯାଇ ନାଇଁ ପାରନ ବଲି ସରକାର ନିଅମ କଲେ l ଆର ଇ ଆଇନ ର ୫ ନମର ଧାରା ଅନୁସାରେ ୧୦ ଏକଡ଼ ଭୋଗରା ଜାମିନ ଲାଗି ଝନକ ଏକର ପିଛା ୧୦୦ ଟଂକା ଦରେ ନେବାର ଲାଗି ନୋଟିସ ଦିଆଗଲା l ସେ ଜମଡା ଗାଁର ୨୪ ପରିବାର ସଭେ ମିଶି ୨୭ ଏକର ୭୬ ଡିସମିଲ କେ ୫୧୯ ଟଁକା ୫ ଅନା କ୍ଷତିପୁରଣ ପାଏଲେ lଏନ୍ତା ଅନେକ କଲ ଛଲ କରି କ୍ଷତିପୁରଣ ପଇସା କେ କିନ୍ଦରେଇ ନେଲେ ସରକାର l ସରକାରି ରେକଡ଼ କହେସି ୧୨ କୋଟି ଟଁକା ଆକଳନ କରା ହେଇଥିଲା ବୁଡ଼ି ଗାଁ ମାନକେ କ୍ଷତିପୁରଣ ଦେବାର ଲାଗି l ବଡା ଦୁଃଖର କଥା ଯେତେବେଲେ ସଂଶୋଧିତ ଆକଳନ ହେଲା ପଏସା କମିକରି ୯ କୋଟି ୫୦ ଲାଖକେ ପଲେଇ ଆଏଲା l ରେକର୍ଡ ହିସାବେ ସରକାର କ୍ଷତିପୁରଣ ବାଁଟିଛନ ୩ କୋଟି ୩୩ ଲାଖ ଟଁକା l ହାରାହାରି ୩୪% ଲୋକକୁ ମିଲଲା କ୍ଷତିପୁରଣ ଆର ବାକି ମାନେ କ୍ଷତିପୁରଣ ପାଏବାର ନୁ ବଂଚିତ ହେଲେ l ବାକି ପଇସା କାହିଁ ଗଲା ସରକାର ହିଁ କହି ପାରବେ l ଖାଲି ଏତକି ନୁହେ, ହୀରାକୁଦ ବନ୍ଧା ଥି ଆମର ୨ ଲାଖ ୨୩ ହଜାର ୪୩୬ ଏକଡ଼ ଚାଷ ଜମି ବୁଡଲା l ୨୮୫ ଖଣ ଗାଁ ବୁଡଲା l ଓଡ଼ିଶାର ୨୪୯ ଖଣ ଗାଁ ଆର ଛତିଶଗଡ଼ ର ୩୬ ଖଣ ଗାଁ l ପାଖା ପାଖି ୧୫୦ ନୁ ଅଏତକା ଦେବା ଦେବୀ ଗୁଡ଼ି ବୁଡଲା l କ୍ଷତିଗ୍ରସ୍ତ ହେଲେ ୨୬୫୦୧ ନୁ ଅଏତକା ଲୋକ l ୧୯,୦୦୦ ପରିବାର ଘର ଦୁଆର ହରାଲେ l ହେଲେ ୨୨୪୩ ପରିବାର କେ ଥଏଥାନ କରାହେଲା ଆର ବାକି ମାନେ ବନ୍ଧାର ଚାରହି କୁତି ଇନ ସେନ ପଡି ରହେଲେ l ତାର ଉପରେ କେତେ ଅନିଏ ଅତ୍ୟାଚାର ସହିଛନ ସେମାନେ ହିଁ ଏକା କହି ପାରବେ l

ପଣ୍ଡିତ ନେହେରୁ ଉଦଯାପନୀ ଉଛବ ର ଭାଷଣ ଥି କହିଥିବାର କଥା ପଦକ “If you are to suffer you should suffer in the interest of the country “. ଆଏଜ ଯଦି ସେ ଜାନୁଥିତେ ୫୨୦୪ ପରିବାର ଏବତକ କ୍ଷତିପୂରଣ ନାଇଁ ପାଇ କରି ହେନ୍ତା ଅବହେଳିତ ଜୀବନ କାଟୁଛନ୍ ଆର ତାକର ବଂଶଧର ବିସ୍ଥାପିତ ମାନକୁ ଡାଣର ଭିକାରି କରିନେବେ ହୁଏତ ସେ ଇ କଥା ନାଇଁ କହି ଥିତେ l ଇହାଦେ ଭି ସମିଆ ଅଛେ l ସେ ବିସ୍ଥାପିତ ପରିବାର ମାନେ ସେ ଅବସ୍ଥା ଥି ଅଛନ l ତାକର ଦୁଃଖ ଦରଦ ଉପରେ ସରକାରକର ଭି ଟିକେ ଯଦି ନଜର ପଡତା ହୁଏତ କେତେ ପିଢ଼ିର ଅଭିଶପ୍ତ ଜୀବନ ନୁ ମୁକଲିବାର ନୁଆଁ ବାଟ ଟେ ଫିଟତା l ବୁଡ଼ି ଗାଁ ମାନକେ ନୁଆଁ ସକାଲ ଟେ ହେତା l ସରକାରକର ଠାନୁ ସେ ଆଶା ଭରସା ରଖି କରି ଗୁଟେ ନୁଆଁ ସକାଲ କେ ଟାକି ରହେଲୁ l

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

ମୋ : ୮୯୮୪୩୨୦୯୬୪ନୁହେ ତାର ଠାନୁ ବେଶି ସରକାରର ସ୍ୱାର୍ଥ ସାଧିତ ହଉଛେ l ଉଦଶ୍ୟେ ସ୍ପଷ୍ଟ ଥିଲା l ଆର ସେଟା କେ ସାକାର ଭି କରା ହେଲା ଯେନଟାକି ଝାରସୁଗୁଡାର MCL କୋଇଲା ଖଣି ନୁ ରେଙ୍ଗାଲି ପାଖର ରାଜ୍ୟ ରାଜପଥ (SH-10) କେ ଗୁଟେ ନୁଁଆ ରାସ୍ତା ଫିଟେଇ ନେଲା l

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

(ମୋ.8984320964)

Leave a Reply

Your email address will not be published. Required fields are marked *

error: Content is protected !!