II ଶିକ୍ଷାର ବିକାଶ ଧାରେ ପଡ଼ା ଗାଁର କଳାକାର II

       1956 ସାଲର କଥାଟେ l ବରଗଡ଼ ଜିଲ୍ଲାର ବିଜେପୁର ବାହିର ଗୁଟେ ଗାଁ ପଡ଼ା l ସେତେବେଲେ ମୋର ଗାଁ ପଡାର ଆଖେ ପାଖେ ଡ୍ରାମା ନାଇଁ ହଉଥାଇଁ l ଆମର ବିଜେପୁର ଏରିଆଥି ପହେଲା କରି ଡ୍ରାମା ଟେ ଆମର ଗାଁ ଥି ମୁଲ ହେଲା l ସେ ଡ୍ରାମା ର ନା ଥିଲା” ଜାନକୀ” l ଯେନଟା  କି  ରାମାୟଣ ର ସୀତା ଚରିତ୍ର କେ ନେଇ କରି ଲେଖା  ହେଇଥିଲା l ଦଶରା ମାସ ସମଲେ କି ଗାଁ ଜାକିର କଳାକାର ଆଖଡ଼ା ଗୁଡ଼ି ନ ବେଲ ବୁଡଲେ ଠୋଲ ହଇଯଉଥିଲେ l ସେ ଆଖଡ଼ା ଗୁଡ଼ିଟା ଇଛନି ଆର ନାଇଁ ନ l ପାହିସାଲ ଆର ଖଲିଆ ବନ୍ଧର କନେ କାନେ ଥିଲା (ଯଦୁ ଘରର ଘର ସାମନେ ) ସେ ଆଖଡ଼ା ଗୁଡ଼ି l  ସେନ ଆଖଡ଼ା କରନ ଆର ପାହିସାଲେ ଦେଖାନ l ସେ ପାହିସାଲ କେ କିଏ ଇଛନି ଅଏଁଲା କରା କହୁଛନ ତ କିଏ ମଜପରା କହୁଛନ l ଯେତେବେଲେ ଡ୍ରାମା ହଉଥିଲା ତାଳପଦର ,ଜୁଖିପାଲି ,ଠାନୁ ମୁଲକରି ବିଜେପୁର ,ଜାରିଙ୍ଗ ତକ ହଲ ଗାଡି ଧାର ଧରି ଯାଉଥିଲା l  ଅଁଟେ ଡେଙ୍ଗର ମାଟିର ବେଦି କରି ମଚାନ ବନା ହଉଥିଲା l ଗାଁ ର ପଞ୍ଚ ଭଲ ଲୋକ ସାଙ୍ଗେ କୁନୁଆଁ ମାନକର ଲାଗି ମଚାନ ଆଗ ଆଡେ ଆଁଠେ ଗୁହେରର ଗାଡ଼ କୁଡା ହଉଥିଲା l ସେ ଗାଡେ କୁରଚି ଥି ବସିକରି କୁନୁଆଁ ମାନେ ଡ୍ରାମା ଦେଖୁଥିଲେ l ସେତେବେଲେ ନା ଥିଲା ଇ ଚକ ଚକିଆ ଲାଇଟ ନା ଥିଲା ମାଇକ ସେଟ l ପେଟ୍ରୋମସ ଲାଇଟ ଚାରହି କନେ ଚାଏରଟା  l ଗୁଟେ ଫାଲୁ ଘିଚି ନେଲେ ଅନ୍ଧାର ଗୁଟେ ଫାଲ ଘିଚି ନେଲେ ଉଜଲ l ସୁର ଚପ… ସୁର ଚପ l ପାଟ କରୁଥିବାର କଳାକାରର ନିଜର ଆବାଜ ଟିକକ ହିଁ ଦେଖନହାରିର ମନ କେ ଘିନି ନଉଥିଲା l ସେ ରାବଣର ହଁସି କହୁ କି ସୀତାର କାନ୍ଦି l ଇ ଜାନକୀ ଜାନକୀ ଡ୍ରାମା ଥି ଯେନ ମାନେ ଭି ପାଟ କରିଥିଲେ ଇଛନି ବହୁତ କମ ଲୋକ ବାଁଚିଛନ୍ l ଜାନକୀ ନାଟେ ପାଟ କରି ନାଁ କରିଥିବାର ଲୋକ ମାନେ ହେଲେ ଡ଼ମ୍ବରୁ ପଧାନ କର ବୁଆ ବିହାରୀ ଗଁତିଆ, ରାମ ପାଟ କରୁଥିଲେ l ହଜାରୁ ପଧାନ କର ବୁଆ ଅମୃତ ପଧାନ ଲକ୍ଷ୍ମଣ ପାଟ କରୁଥିଲେ l ସୀତା ପାଟ କରୁଥିଲେ ନବୀନ ମହାନ୍ତି l ସେ ସମିଆ କେ ଆମର ଗାଁ ଥି ଘରେ ନ ମହାନ୍ତି ଥିଲେ l ଇଛନି ତାକର କେହି ଆର ଆମର ଗାଁ ନ ନାଇଁ ରହେବାର l ତାକର ଘର ଟା ଗଉର ପରାର ପିଆରି  ପଧାନ କର ଘର ପାଖେ ଥିଲା  l ଇଛନିର ମେତାର  ନଙ୍ଗଳି ନାଚର ରେକର୍ଡ ଡେନସ ନାଇଁ ହଉଥାଇ l ଡ୍ରାମା ହେବାର ଆଘୋ କେରିକେଚର କରୁଥିଲେ l ଆଦିତ୍ୟ ତ୍ରିପାଠୀ (ବିରଞ୍ଚି ତ୍ରିପାଠୀ କର ବୁଆ ) ନାଚ କରବାର ସଂଗେ ସଂଗେ  ଜେନ ରକମର କେରିକେଚର କରୁଥିଲେ କହେଲେ ନାଇଁ ସରେ l  ତାକର ସେ ହାଉଲେ ହାଉଲେ ….ଗୀତ ଟା  ଗାଇ କରି ନାଚି ଦେଲେ  କି ଲୋକ ହସି ହସି ଗଡ଼ଗଡି ଜଉଥିଲେ ଲୋକ l ଉସତର ମାଡ଼େ ଲୋକ ବକ୍ସିସ ଦେଇ ପକାଉଥିଲେ ମଚାନ ଉପରେ l ଉତାର କେ ଉତାର ଅନେକ ଡ୍ରାମା ହେଇଛେ ଆମର ଗାଁ ରେ l ଜାନକୀ ର ପରେ ପରେ ଚକ୍ରୀ (ମହାଭାରତ ର ଅର୍ଜୁନ ଚରିତ୍ର କେ ନେଇ କରି ) ତାର ଉତାରୁ ସାବିତ୍ରୀ ସତ୍ୟବାନ,ବାଟବରଣ  ଏନ୍ତା କେତନି କେତେ l
ପାଖା ପାଖି 1955-56 ସାଲର ସମିଆର କଥା l ଯେତେବେଲେ ଜାନକି ଡ୍ରାମା ଦେଖା ହେଇଥିଲା ସେ ସମିଆ କେ ଆମର ଗାଁର ME SCHOOL ବନା ଚାଲିଥିଲା l ME SCHOOL ର ପାଣ୍ଠି ସଂଗ୍ରହ ଉଧେ ଇ ଡ୍ରାମା କରାଯାଇଥିଲା  ୟୁପି ସ୍କୁଲ ସାମନେ l ଯେନଥିରେ ଗାଁର, ପରଗାଁର  ସବୁ ଦେଖନହାରି ମାନେ  ଟିକେଟ କାଟିକରି ଡ୍ରାମା ଦେଖିଥିଲେ l ଯେନ ଦୁଇପଏସା ଟିକେଟ ନୁ ବାହାରୁଥିଲା ସ୍କୁଲ ବନା କାମେ ଲଗେଇଥିଲେ l ଶେଷେ ୧୯୬୧ ସାଲେ ମୋର ଗାଁ ରେ ME ସ୍କୁଲ ପାଠ ପଢା ମୁଲ ହେଇଥିଲା l ଜାର ପହେଲା ହେଡ଼ମାଷ୍ଟର ଥିଲେ ଶ୍ରଦ୍ଧାକର ଗୁରୁ l ଗାଁନ ଇସ୍କୁଲ ବନାମା ବଲି ଇ ଗାଁର କଳାକାର ମାନକର ଗୁଟେ ଭିନେ ପ୍ରୟାସ ଥିଲା  ଡ୍ରାମା “ଜାନକୀ” l  ୧୯୫୭ ସାଲେଁ ଯେତେବେଲେ ବିଜେପୁର ସରକାରୀ ହାଇସ୍କୁଲ ମୁଲ ହଉଥାଏ ସେତେବେଲେ ଥରେ ‘ଜାନକି ଡ୍ରାମା ‘କେ ପରିବେଷଣ କରି ସେନୁ ଅସୁଲ ହେଇଥିବାର ଟିକେଟର ପଏସା କେ ବିଜେପୁର ହାଇସ୍କୁଲ କେ ସହଯୋଗ କରିଥିଲେ l ତାକର ଅବଦାନ କେ ଭି ବିଜେପୁର ବାସି କେଭେ ଭୁଲି ନାଇଁ ପାରନ l
1980-81 ସାଲେଁ ପଡ଼ା ଗାଁର କଳାକାର ମାନକୁ ନେଇ ଫେର ଗୁଟେ ମହତ ଉଦ୍ଧେଶ୍ୟ ନେଇ ପ୍ରଦର୍ଶିତ ହେଲା  ଡ୍ରାମା “ବାଟବରଣ ଡ୍ରାମା” l ଆମର ଗାଁର ହାଇସ୍କୁଲ ବନା ହେଲା ସମିଆ ଥି ତାର ପାଣ୍ଠି ସଂଗ୍ରହ ଲାଗି ଇ ଗାଁର କଳାକାର ମାନେ ଦେଖେଇଥିଲେ ବାଟବରଣ ଡ୍ରାମା l ସେନୁ ଭି ଜେନ ଦେଖନହାରି ମାନକର ନୁ ଟିକେଟ ପଏସା ମିଲିଥିଲା ଗାଁର ହାଇସ୍କୁଲ ଲାଗି ଦିଆ ହେଲା l ଗାଁର ଭିନ ଭିନ ଉନ୍ନତି ମୁଲକ କାମେ ଇ ଗାଁର କଳାକାର ମାନେ ସବୁବେଲେ ସମର୍ପିତ ଆନ l ଯେତେବେଲେ ଭି ଇ ଗାଁର ଶିକ୍ଷା ବ୍ୟବସ୍ଥାର  କଥା ଉଠସି ରାଏତ ରାଏତ ଉସିନ୍ଦ୍ରା ହେଇ ଗାଁର  ହିତର ଲାଗି  ରଙ୍ଗ ମାଖି ନାଚ ନାଚିଥିବାର ସେ କଳାକାର ମାନକୁ କେହି ପାସରି ନାଇଁ ପାରନ l

           ବାଟବରଣ ଡ୍ରାମା ଥି ଇ ଗାଁ ଅନେକ ସିଆନ ସୁଜନ ଲୋକ ପାଟ କରିଥିଲେ l ଅଝିର ସୁନଲା ବେଲକେ ବିଶ୍ୱାସ ଭି ନାଇଁ ଲାଗେ l ସ୍ବର୍ଗତ ଗିରିଧାରୀ ପଧାନ ,ନେତ୍ରାନନ୍ଦ ପଧାନ ,ଦିବାକର ଗୁରୁ , ସ୍ବର୍ଗତ ଅଶୋକ ପଧାନ,ସ୍ବର୍ଗତ ବିପିନ ମାଷ୍ଟ୍ରେ ଏନ୍ତା ଆହୁରି ଗୁର୍ଦୁ କଳାକାର l ମାଏନ୍ତା ସ୍ବର୍ଗତ ଗିରିଧାରୀ ପଧାନ ଇଂଜିନିୟର ପାଟ କରିଥିଲେ l ସ୍ବର୍ଗତ ବିପିନ ମାଷ୍ଟ୍ରେ ଜମିଦାର ପାଟ କରୁଥିଲା ବେଳେ ଦିବାକର ଗୁରୁ ତାକର ମୁନସି ପାଟ କରିଥିଲେ l ଠିକ ସେନ୍ତା ସ୍ବର୍ଗତ ଅଶୋକ ପଧାନ ଅଂଧୁଣି ପାଟ କରି କରି ପାଁଚପାଲି ଥି ନା କମେଇ ନେଇଥିଲେ ଝନେ କଳାକାର ହିସାବେ l ଆହୁରି ଭି ଅନେକ କଳାକାର କର ସହଯୋଗ ଥି ନାଟ ଟା ଉପକି ପଡୁଥିଲା l ଦେଖନହାରି ଉସତ ହଉଥିଲା, ତାଳି ପିଟୁଥିଲା, ଆର ଜାନ୍ତେ ହଉ କି ଅଜାନ୍ତେ ହଉ ମୋର ଗାଁର ପଡ଼ାର ଶିକ୍ଷାର ବିକାଶ ଧାରେ  ସେ ଭି ସାମିଲ ହେଇ ଯାଉଥିଲା ନାଟ ଦେଖିକରି l ଖଣା ବେଟୁ ନୁ ମୁଲ କରି ଦେଖନ ହାରି ତକ,ସବକର  ସହଯୋଗ ଲାଗି ବଲି ମୋର ଗାଁଥି  ୟୁପି ସ୍କୁଲ ନୁ ନେଇକରି ହାଇସ୍କୁଲ ତକ ହେଇପାରିଛେ l
ଜୁହାର ସେ କଳାକାର ମାନକୁ… ତାକର ପାହା ତଲେ ସହ ସହ ମୁଡ଼ିଆ…
କଲାକାରର ଜଏ ହଉ….
ମୋର ଗାଁ ପଡ଼ା ଥି ଶିକ୍ଷାର ବିକାଶ ହଉ….
ସବକର ମେହେନତ ସାଫୁଲ ହଉ….
ଜୁହାର

ଉମାକାନ୍ତ ଭୋଇ
ପଡ଼ା, ବିଜେପୁର, ବରଗଡ଼
ମୋ 7987399724

Spread the love

Leave a Reply

Your email address will not be published. Required fields are marked *

error: Content is protected !!