II ହୀରାକୁଦେ କୋଏଲାର କୁଦ II

 

ଇବ ନଏଦ ହୀରାକୁଦ ଟାପୁର 5 କିଲୋମିଟର ଉପର କେ ବଘରା ଗାଁ ଠାନେ ମହାନଏଦ ସାଙ୍ଗେ ଆସି ମିଶୁଥିଲା l ହୀରାକୁଦ ଟାପୁ ଆର ବଘରା ମଝି ଗୁଟେ ଦରହୋ ଥିଲା l ଇବ ନଦୀର ଧାରେ ଯେନ ସୁନା ,ହୀରା ଆସୁଥିଲା ବାଏଲ,ମାଟିର ସାଂଗେ ମିଶି ଦରହୋ ଠାନେ ରହି ଯଉଥିଲା l ଦରହୋର ଦକ୍ଷିଣ ଧାରେ ସ୍ରୋତ ବେଶୀ ଥିବାର ଲାଗି ସୁନା ରୂପା ଦକ୍ଷିଣ ଧରେ (ବରଗଡ଼ ତରା ଖଣି ) ବେଶୀ ମିଲୁଥିଲା l ମହାନଦୀର ଦକ୍ଷିଣ ଧାର ଟା ତଲ କେ କିଛି ଦୂର ଗଲା ପରେ ପାଏନ କମିଗଲା ସମିଆ ଥି ଧାରକେ ମାଟିର ବନ୍ଧା ବାନ୍ଧି ଦୁଇ ଧରିଆ କରା ହଉଥିଲା ..ସେନୁ ଡଲା ଡଲା କରି ବାଏଲ ଛାନି ଆନି ହୀରା ନୁରବର ଲାଗି ଗୁଟେ ଠାନେ ଗଦା କାରୁଥିଲେ l ସେନୁ ମାଏଟ ବାଏଲ କେ ଧୁଇ ଧୁଇ କରି ସୁନା ଆର ହୀରା ଖୁଜା ହଉଥିଲା l ସେନର ଚଲାଲା ବାଏଲ ପଡି ପଡି ଦକ୍ଷିଣ ଧାର ଆର ହୀରାକୁଦ ଟାପୁର ମଝି ଗୁଟେ ଟାପୁ ବନି ଯାଇଥିଲା l ତାର ନା ଥିଲା “କୋଏଲାର କୁଦ ” l ଚଲାଲା ବାଲି ବନି ଥିବାର ଟାପୁ “କୋଏଲାର କୁଦ “ଆର ହୀରାକୁଦ ମଝି ଯେନ ଧାରେ ପାଏନ ଯାଉଥଲା ସେ ଧାର କେ “ଚାଲନି ଜୋର “ବଲି କହୁଥିଲେ l ଆଏଜ ଜେନ ଠାନେ ହୀରାକୁଦ ବନ୍ଧାର ମାଟିର ବନ୍ଧା ଭରକ ମହାନଦୀର ବ୍ରିଜ ଉପରେ ଠାଡ଼ ହେଲେ ଦିସସି , ଯେନ ବଡ଼ ବଡ଼ ଅଖରେ HIRAKUD DAM ଲିଖା ଅଛେ ସେ ଜାଗାଟା ହଉଛେ କୋଏଲାର କୁଦ ଆର ହୀରାକୁଦର ମଝିର ଏରିଆ l ବିଶ୍ୱର ସବୁ ଠାନୁ ବଡ଼ ମାଏଟ ବନ୍ଧା କହୁଥିବାର ହୀରାକୁଦ ବନ୍ଧା ଖାଲି ମାଏଟ ଥି ନାଇଁ ବନ୍ଧା ହେଇ ବରଗଡ଼ ଫାଲୁ ଦେଖଲେ ଚାଂଦଲି ଡୁଙ୍ଗୁରି ନୁ କୋଏଲାର କୁଦର ଭୁଜନି ଖଏଣ ତକ ଦକ୍ଷିଣ ଧାର ଉପରେ ବନ୍ଧା ଅଛେ କଂକ୍ରିଟ ଡେମ l କୋଏଲାର କୁଦର ଭୁଜନି ଫାଲର ତାରାନୁ ହୀରାକୁଦ ଟାପୁର ଡେବିରି ଫାଲ ତକ ଅଛେ ମାଏଟ ବନ୍ଧା l ଆର ହୀରାକୁଦ ଟାପୁର ଡେବିରି ତରାନୁ ଜାମଡା ଗାଁ ତକ କଂକ୍ରିଟ ବନ୍ଧା ହେଇ ଲାଗିଛେ ଲମ ଡୁଙ୍ଗୁରିକେ ..ଲମ ଡୁଙ୍ଗୁରି ନୁ ଚାଂଦଲି ଡୁଙ୍ଗୁରି ତକ ବନ୍ଧା ହେଇଥିବାର ହୀରାକୁଦ ବନ୍ଧାର ଲମହା ହଉଛେ 4.8 କିଲୋମିଟର ..ଯେତେବେଳେ ବନ୍ଧା ବନ୍ଧା ହେଲା ଜାମଡା ଗାଁ, ହୀରାକୁଦ ଟାପୁ, କୋଏଲାର କୁଦ ସାଙ୍ଗେ ଆର କେତେ କେତେ ଗାଁ ହୀରାକୁଦ ବନ୍ଧାର ଗରଭେ ବୁଡିଗଲା l

1901 ସାଲେ ବଘରା ଗୁଟେ ଥାନା ଥିଲା l 1908 ସାଲେ ଥାନା ଉଠି ଗଲା l ସେ ସମିଆ କେ ମୁରା ଆର ରମ୍ପେଲା ଫାଣ୍ଡି ଥିଲା l ଦୁହିଟା ଥାନା ହେଲା l ବଘରା ଦେଇ ସମ୍ବଲପୁର -ବିଳାସପୁର ରୋଡ଼ ଟେ ଯାଇଥିଲା l ଲୁକେ ମହମଦପୁର ନୁ ନଏଦ ପାର ହେଇକରି ପଦମପୁର ରାଏଗଡ଼ ଦେଇ ବିଳାସପୁର ଯଉଥିଲେ l ବାଘରା ଗୁଟେ ମୁଖିଆ ଜାଗା ଥିଲା ବଣିଜ ବେପାରର l ବଘରା ଠାନୁ ଲୁକେ ସବୁ ଦିନ ଡ଼ଙ୍ଗା ଥି ଜିନିଷ ପତର ଇବ ନଏଦ ପାର କରି ସମ୍ବଲପୁରକେ ନିଆ ଅନା କରୁଥିଲେ l ଆରଭି ବଘରା ଠାନୁ ଡ଼ଙ୍ଗାଥି ସାମାନ ଲଦିକରି ମହାନଏଦ ଥି ଛାଡୁଥିଲେ ଜେନଟା କି ସମ୍ବଲପୁର ସୋନପୁର ଦେଇକରି କଟକ କେ ଯାଉଥିଲା l

ଉମାକାନ୍ତ ଭୋଇ                                ପଡ଼ା, ବିଜେପୁର, ବରଗଡ଼                                 ମୋ. 7987399724

Spread the love

Leave a Reply

Your email address will not be published. Required fields are marked *

error: Content is protected !!