ll ବୁଡ଼ି ଗାଁର ପଦ୍ମାଶିନୀ ଗୁଡ଼ି ll

 

ବୁଡ଼ି ଗାଁର କଥା l ଆଏଜ ଭି ଇତିହାସର ସେ ଚିରହା ଫରଦ କେ ପଲଟାଲେ ସବୁ ଝଲ ଝଲ ହେଇ ଦିସସି l ଆମର ସବୁକିଛି ବୁଡ଼ି ଗଲା ବୁଡ଼ି ପାନି – ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଧନ, ଜୀବନ ସବୁ ବୁଡିଗଲା ଇ ହୀରାକୁଦ ପାନି l ବୁଡିଗଲା କେତେ କେତେ ଐତିହାସିକ ଗାଁ ଗଁଡ଼ା l କିଏ କହେବା, ସେ ବୁଡ଼ି ଇତିହାସର ଛାତିଥରା ଦରଦ ଭରା କଥା !! ସେ ବୁଡ଼ି ଇତିହାସର ଗୁଟେ ଫରଦ ହଉଛେ ବୁଡ଼ି ଗାଁ ପଦମପୁର ଆର ପଦ୍ମାଶିନୀ ଗୁଡ଼ି l

 

ହୀରାକୁଦ ବୁଡିର ଆଘର କଥା l ୧୯୦୫ ସାଲେ ଯେତେବେଲେ ସମ୍ବଲପୁର ଦୁଇଭାଗ ହେଲା ଭାଗେ ସମ୍ବଲପୁର, ବରଗଡ଼, ଝାରସୁଗୁଡା ମିଶି ସମ୍ବଲପୁର କେ ଆଏଲା ଆର ଭାଗେ ଫୁଲଝର, ପଦମପୁର, ଚନ୍ଦରପୁର, ମାଲଖୁରଡ଼ା ଏରିଆ ଟା ସମ୍ବଲପୁର ନୁ ଅଲଗା ହେଇ ସେଣ୍ଟ୍ରାଲ ପ୍ରୋଭିନେନ୍ସ ରେ ରହେଲା l ୧୯୩୬ ପୁରବୁ ପଦମପୁର ଟା ମଧ୍ୟ ପ୍ରଦେଶ ର ବିଳାସପୁର ଜିଲ୍ଲା ଥି ଥିଲା l ପଦମପୁର ଟା ଚନ୍ଦରପୁର -ପଦମପୁର ଜମିଦାରି ରେ ଥିଲା l ଚନ୍ଦରପୁର -ପଦମପୁର ଜମିଦାରିର ୪ ଖଣ ଖାଲସା ଗାଁ ଇହାଦେର ବରଗଡ଼ ଜିଲ୍ଲା ଥି ଥିଲା l ଯେନଟା କି ଆଝିରର କୁରୁଆଁ,ଜନାପଡ଼ା ସାଙ୍ଗେ ଆର ଦୁଇ ଖଣ ଗାଁ ଥିଲା l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ପରେ ପଦମପୁର ଜମିଦାରି ଆର ତାର ୧୯ ଖଣ ମୌଜା ଟା ଓଡ଼ିଶା ସାଙ୍ଗେ ମିସଲା l

 

ମହାନଦୀ ,ସାନକେଲୋ ଆର ବଡ଼କେଲୋ ନଦୀର ମିଳନ ଠାନ ହଉଛେ ପଦମପୁର I ଦିନେ ଇ ଗାଁ ରେ ପୋଷ୍ଟ ଅଫିସ ,ଥାନା ,ପ୍ରାଥମିକ ସ୍କୁଲ ସବୁକିଛି ଥିଲା I ଇ ଗାଁର ମାଟି ବନେ ଚାଷ ବାସ ଭି ହଉଥିଲା I ଗାଁ ଥି ବାମହନ, କୁଷ୍ଟା , ଭୁଲିଆ ,କେଉଁଟ ଜାତିର ଲୋକ ମାନେ ରହୁଥିଲେ I କୁଷ୍ଟା ଜାତିର ଲୁକେ ବୁନୁ ଥିବାର କୁଷ୍ଟା ଶାଢ଼ୀ ଦେଶ ବିଦେଶେ ନା କରିଥିଲା I ଇ ଗାଁ ଥି ଥିଲା ସହ ସହ ବଛରର ପୁରନା ଦେବୀ ପଦ୍ମଶିନୀ କର ଗୁଡ଼ି I ଦେବୀକର ନା ହିସାବେ ଗାଁ ଟା ନାଁ ପାଇଥିଲା ପଦମପୁର I ଗାଁ ଥି ସମଲେଇ ଗୁଡ଼ି ,ଜଗନ୍ନାଥ ଗୁଡ଼ି ଥିଲେ ଭି ଲୁକେ ଦେବୀ ପଦ୍ମଶିନୀ କୁ ଇଷ୍ଟ ଦେବୀ ରୂପେ ମାନୁଥିଲେ I ଆଏଜ ବି ଲୁକକର ବିଶ୍ୱାସ ଅଛେ ସାତ ବାହନୀ ମାନଂକର ଭିତରୁ ଦେବୀ ପଦ୍ମଶିନୀ ହଉଛନ ଝନେ I

 

ପଦ୍ମଶିନୀ ଗୁଡ଼ି ହଉଛେ ପାଖାପାଖି ଅଷ୍ଟମ ଶତାବ୍ଦୀ ର ଗୁଟେ ଗୁଡ଼ି I ଇ ଗୁଡ଼ି ବାବଦେ ଅନେକ ଐତିହାସିକ ଅନେକ ପରକାରର ମତ ଦେସନ I ଐତିହାସିକ ଶଶାଙ୍କ ଶେଖର ପଣ୍ଡା କର ମତରେ ପଦମପୁରର ପଦ୍ମାଶିନୀ ଗୁଡ଼ି ପଣ୍ଡୁବଂଶୀ ରଜା ମାନକର ଶାସନ କାଲେ ବନା ହେଇଥିବାର ମତପ୍ରକାଶ କରସନ ଯେନଟା କି ତାକର “Sculptural Art of Upper Mahanadi Valley “ବହିରେ ପ୍ରକାଶିତ ହେଇଛେ l ଐତିହାସିକ ଦୀପକ ପଣ୍ଡା କର ମତରେ ପଦ୍ମଶିନୀ ଗୁଡ଼ି ଟା ହଉଛେ ଗୁଟେ ସୋମ ବଂଶୀ ଶାସନ ସମିଆର ଗୁଡ଼ି I ପଦ୍ମଶିନୀ ଗୁଡିର ମୁଖ୍ୟ ଦ୍ୱାର ଥି ଥିବାର ଭିନ ଭିନ ଦେବାଦେବୀ ଆର କଳାକୃତି କେ ଅନୁଧ୍ୟାନ କଲେ ସୋମ ବଂଶୀ ଶାସନ ସମିଆର ଗୁଡ଼ି ମାନକର ସଂଗେ ସମାନ ଲାଗୁଥିବାର କହେସନ I ଗୁଡିର ମୁଖଶାଳା ନ ଥିବାର ପଥରର ଖମା (pillar) ମାନେ ଭି ଗୁଡିର ପୁରୁନା ଐତିହ କେ ଦର୍ଶାସନ I ସପ୍ତମ ଶତାବ୍ଦୀ ର ସମିଆ ଥି ଇ ଗୁଡ଼ି କେ ଚୌହାନ ରଜାକର ଦ୍ୱାରା ପୁନଃନିର୍ମାଣ କରାଯାଇଥିବାର କୁହାଜାଏସି l ହୀରାକୁଦ ବନ୍ଧା ସମିଆ ଥି ଯେତେବେଳ ଗାଁ ବୁଡ଼ି ଗଲା ଗୁଟେ ନୁଆଁ ଗୁଡ଼ି ବନେଇ ଆଝିରର ପୂଝରୀପାଲି ଠାନେ ଦେବୀ ପଦ୍ମାଶିନୀକୁ ଥାପନା କରାଗଲା l

 

ହୀରାକୁଦ ବନ୍ଧା କାହାର ଲାଗି ଆଶୀର୍ବାଦ ତ କାହାର ଲାଗି ଅଭିଶାପ ହେଇଛେ I ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଲାଗି ଜି ଜାନ ଲଗେଇ ଲଢ଼ି ଥିବାର ଅନେକ ସମୃଦ୍ଧ ଗାଁ ଭି ନିଜର ପହେଚାନ ହରେଇ ସାରିଛନ I ଏନ୍ତା ଗୁଟେ ଗାଁ ପଦମପୁର I ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଭିକମପୁର ପଞ୍ଚେତ ଥି ଥିବାର ଇ ଗାଁ ଆଏଜ ୬୪ ବଛର ପରେ ଭି ନିଜର ହକ ଟିକେ ତ ଦୁରର କଥା , ଗାଁ ନା ଟେ ପାଏବାର ନୁ ବଂଚିତ ଆଏ I ଭିଟା ମାଟି ଛାଡି ସର୍ବହରା ହେଇଥିବାର ଇ ପଦମପୁର ବାସି ଆଏଜ ଭି ଅଭିଶପ୍ତ ଜୀବନ କାଟୁଛନ I ପଦମପୁର ନୁ ପୁଝାରୀପାଲି ପାଲଟି ଯାଇଥିବାର ଇ ଗାଁ କେ ଗୁଟେ ରାଜସ୍ଵ ଗାଁ ର ମାନ୍ୟତା ଦେବାର ଲାଗି ୧୯୯୪ ସାଲେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଥା ଦେଇଥିଲେ , ହେଲେ ଆଏଜ ତକ କାର୍ଯ୍ୟକାରୀ ନୁହେ ହେଇପାରେ ତେଲ I ବିଜୁ ବାବୁକର ସେ ଅଧୁରା ସପନ କେଭେ ପୁରା ହେବା ସେ ଦିନକେ ଆଏଜ ବି ଗାଁ ବାସି ଟାକି ବସିଛନ I

 

ଉମାକାନ୍ତ ଭୋଇ

ପଡା ,ବିଜେପୁର ,ବରଗଡ଼

  1. ମୋ : 8984320964
Spread the love

Leave a Reply

Your email address will not be published. Required fields are marked *

error: Content is protected !!