ଆସ ଜାନମା
ll ସତୀଘାଟ ll
ବଲାଙ୍ଗୀର ଜିଲ୍ଲାର ତୁଷରା ବ୍ଲକର ଜରାସିଂହା ପାଖେ ଗୁଟେ ଜାଗା ଅଛେ ସତୀଘାଟ l ନାଁ ସୁନଲେ ସମକୁ ଲାଗସି ଜରୁର ଇ ଜାଗା ଦିନେ କେନସି ନା କେନସି ଘଟନା କେ ନେଇକରି ଇତିହାସ  ପୃଷ୍ଠା ନୁ ଦିନେ ତାର ନାଁ ଲେଖିଥିବା l ଆମେ ଯଦି ଇତିହାସେ ସତୀଘାଟର ସତ କେ ନୁରମା ଗୁରଦୁ କଥା ଦେଖବାରକେ, ଜାନବାର କେ, ସୁନବାରକେ ମିଲସି l  ସ୍ବର୍ଗତ ରାମଚନ୍ଦ୍ର ମଲ୍ଲିକ କର ସଂକ୍ଷିପ୍ତ କୋଶଲ ବା ପାଟନା ଇତିହାସ ଯାହା କହେସି  ପାଟନା ରାଏଜର ୨୪ ନମର ମହାରାଜା, ମହାରାଜ ରାମଚନ୍ଦ୍ର ଦେଓକର ୪ ଟା ରାନି ଥିଲେ l ପହେଲା ରାନି ବିମଲା ଦେବୀ, ଦୁସରା ରାନି ମଣିଦୋ ଗୋଷାଣି l ତିସରା ରାନି ଜଲଦେ ରାଣୀ ଆର ଚଉଥା ରାନୀ ରାଏପୁର ଇଲାକାର ବରଗାଁ ଜମିଦାର କର ଝି ଥିଲେ l  ପହେଲା ରାନିକର ଗର୍ଭ ନୁ ଜନମ ନେଇଥିଲେ ଭୂପାଲ ଦେଓ l ଦୁସରା ରାନୀ ଅପୁତ୍ରିକ ଥିଲେ l ତିସରା ରାନୀ ଯେ ଥିଲେ ସେ ଯୁବରାଜ ସିଂ କୁ ଜନମ ଦେଲା ପରେ ତାକର ସରଗ ବାସ ହେଇଗଲା l  ସେଥିର ଲାଗି ଦୁସରା ରାନୀ ଯୁବରାଜ ସିଂ କୁ ପୋ ମେତାର ଲାଳନ ପାଳନ କଲେ l ଚଉଥା ରାନୀ କର ଭି ପୋ ଝି ନାଇଁ ଥାଇ l  ସେଥିର ଲାଗି ସେ ତାକର ସିନ୍ଧୁର ଟୀକା ବୁବେଲ ଗାଁ ନ ରହୁଥିଲେ l
ମହାରାଜ ରାମଚନ୍ଦ୍ର ଦେଓ  ୧୮୨୦ ସାଲେ ପାଟନା ଷ୍ଟେଟ ର ଜରସିଂହା ଗଡ଼ ଠାନେ ମୃତ୍ୟୁ ବରଣ କଲେ l ଇତିହାସ କହେସି ମହାରାଜଙ୍କୁ ସୋନଗଡ଼ ନଏଦ ଖଣି ତାକର ଦାହ କରାଯାଇଥିଲା l ସେନ ତାକର ଚଉଥା ରାନି ନିଜକେ ଆତ୍ମାହୁତି ଦେଇକରି ସତୀତ୍ଵର ପହେଚାନ ଦେଇଥିଲେ l ସେ ଦିନ ଠାନୁ ସେ ଠାନ କେ ସତୀଘାଟ ବଲି କୁହାଯାଉଛେ l

                                 ଉମାକାନ୍ତ ଭୋଇ
ପଡ଼ା, ବିଜେପୁର, ବରଗଡ଼
୭୯୮୭୩୯୯୭୨୪

Spread the love

Leave a Reply

Your email address will not be published. Required fields are marked *

error: Content is protected !!