ଆଉ ନେଇଁନ ସେ ଜନମ ଦିନର ମଜା
ସେ ମୋର ଜନମ ଦିନର ସଜ ବାଜ,
ପଇସା ପତର ଜଜ ବଜ
ନୂଆ କୁର୍ତା
ଆଉ ସାଙ୍ଗ ସରତା
କେତନି କେତେ ଛୁଆ ଭୁରତା
ଥିଲି ମୁଇ ଦିନେ ଗୁଟେ ରଜା
ଆଉ ନେଇନ ସେ ଜନମ ଦିନର ମଜା ……||

ଆଉ ନେଇନ ସେ ଜନମ ଦିନର ମଜା
ମାଁ ର ଗେଲ ଆଉ ଡାକ ହାକ
ପାସ ପରଶି ର ଲୋକ ବାକ
ଡିଗ ଡିଗାତେଲ ଆ ଯା
ଉସତ ମାନେ ଖିଆ ପିଆ
ମାଁ ର ରନ୍ଧା ଖିରି ପୁରୀ
ଛଅ ତୁନ ଆଉ ନଅ ଭଜା………….
ଆଉ ନେଇନ ସେ ଜନମ ଦିନର ମଜା…||

ଆଉ ନେଇନ ସେ ଜନମ ଦିନର ମଜା
ମହାପୁରୁ ଦରସନ ମୁଢିଆ ମରା
ଚନ୍ଦନ ଟିକା ଚିକନ ଚାକନ
ପଢା କୁଠା ଯତନ ପାତନ
ରଙ୍ଗ କାଗଯେ ଚିଠି ପତର
କେତେ ଥିଲା ସେ ଭୁରକୁଟୀ ସଜା ବୁଜା…
ଆଉ ନେଇନ ସେ ଜନମ ଦିନର ମଜା ||

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

Leave a Reply

Your email address will not be published. Required fields are marked *

error: Content is protected !!